ବ୍ରହ୍ମପୁର:ଛାତ୍ରଙ୍କୁ ପୋଲିସର ନିସ୍ତୁକ ମାଡ ମାରିବା ଘଟଣା । ଏହାର ପ୍ରତିବାଦରେ ଫାଣ୍ଡି ଘେରାଉ କଲା ବିଜେପି । ଜଣେ ଯୁକ୍ତ ଦୁଇ ଛାତ୍ରଙ୍କୁ ପୋଲିସ ମାଡ ମାରିବା ସହିତ ବିନା କାରଣରେ ଫାଣ୍ଡିରେ ଅଟକ ରଖିଥିଲା । ଏହି ଘଟଣାକୁ ବିରୋଧ କରି ଗଞ୍ଜାମ ଜିଲ୍ଲାର ରମ୍ଭା ଥାନା ଅନ୍ତର୍ଗତ ହୁମ୍ମା ଫାଣ୍ଡି ଅଧିକାରୀଙ୍କୁ ହେଡକ୍ବାର୍ଟର ବଦଳି କରିବା ଦାବିରେ ଫାଣ୍ଡି ଘେରାଉ କଲା ଭାରତୀୟ ଜନତା ପାର୍ଟି ।
ସୂଚନା ଅନୁଯାୟୀ, ହୁମ୍ମା ଗ୍ରାମର ଜଣେ ଛାତ୍ର ଗଞ୍ଜାମ ବ୍ଲକର କାଇଞ୍ଚପୁର ଗ୍ରାମର ମନ୍ଦିର ପ୍ରତିଷ୍ଠା କାର୍ଯ୍ୟକ୍ରମରୁ ଏକ ମୋଟର ସାଇକେଲ ଯୋଗେ ଫେରୁଥିଲେ । ରାତ୍ର ସମୟରେ ହୁମା ଫାଣ୍ଡି ଅଧିକାରୀ ସେହି ଛାତ୍ରକୁ ଅଟକାଇ ବ୍ୟବହାର ଖରାପ କରିବା ସହ ଫାଣ୍ଡିକୁ ନେଇ ରାତ୍ର ସମୟରେ ନିସ୍ତୁକ ମାଡ ମାରିଥିଲେ । ଏନେଇ ଅଭିଯୋଗ ଆସିବା ପରେ ବିଜେପି ନେତୃବୃନ୍ଦ ଏହାର ବିରୋଧ କରିଛନ୍ତି । ଉକ୍ତ ଛାତ୍ରଙ୍କ ବିରୋଧରେ ମିଛ ଆରୋପ ଲଗାଇବା ଏବଂ ଫାଣ୍ଡି ଅଧିକାରୀ ଜଣଙ୍କ ନିଜ ମନ ମୁତାବକ କାର୍ଯ୍ୟ କରି ଲୋକଙ୍କୁ ଧମକ ଚମକ ଦେବା ସହିତ ବିଜେପି କର୍ମୀମାନଙ୍କୁ ବିଭିନ୍ନ କାର୍ଯ୍ୟ କରିବାରେ ବାରଣ କରୁଥିବା ମଧ୍ୟ ଦଳ ପକ୍ଷରୁ ଅଭିଯୋଗ ହୋଇଛି । ଏଣୁ ଏଭଳି ଫାଣ୍ଡି ଅଧିକାରୀଙ୍କ ବଦଳି ଦାବି ନେଇ ଥାନା ଘେରାଉ କରିଥିଲେ ଦଳର ନେତୃବୃନ୍ଦଙ୍କ ସମେତ ସ୍ଥାନୀୟ ବାସିନ୍ଦା ।
ଏହା ମଧ୍ୟ ପଢନ୍ତୁ - ଶିକ୍ଷକଙ୍କ ମାଡ଼ରେ ଛାତ୍ରଙ୍କ ମୃତ୍ୟୁ ! ମୃତଦେହ ରଖି ସ୍କୁଲ ଆଗରେ ଧାରଣା