ଭୁବନେଶ୍ବର: ନୂଆ ବିଧାୟକଙ୍କୁ ବିଜେପିର ଗୁରୁମନ୍ତ୍ର । ନିଜର ଆଚାର ବ୍ୟବହାର ସହିତ କିପରି ଲୋକଙ୍କ ନିକଟତର ହେବେ ସେନେଇ ଗୁରୁମନ୍ତ୍ର ଦେଲେ ଦଳର ବରିଷ୍ଠ ନେତା ତଥା ବିଜେପି ରାଷ୍ଟ୍ରୀୟ ସାଙ୍ଗଠନିକ ସମ୍ପାଦକ ବିଏଲ ସନ୍ତୋଷ । ଏନେଇ ରାଜ୍ୟ କାର୍ଯ୍ୟାଳୟରେ ବିଜେପିର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ ବିଜେପିର ସମସ୍ତ ବିଧାୟକ ସାମିଲ ହୋଇଥିଲେ ।
ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ବି ଏଲ ସନ୍ତୋଷଙ୍କ ଅଧ୍ୟକ୍ଷତାରେ ଚାଲିଥିଲା ବୈଠକ । ମୁଖ୍ୟମନ୍ତ୍ରୀ , ଦୁଇ ଜଣ ଉପ-ମୁଖ୍ୟମନ୍ତ୍ରୀଙ୍କ ସହ ରାଜ୍ୟ ସଭାପତି ମଧ୍ୟ ଉପସ୍ଥିତ ଥିଲେ । ନିର୍ବାଚନ୍ ମଣ୍ଡଳୀ ଲୋକଙ୍କ ଧନ୍ୟବାଦ ଦେବା ସହିତ କାର୍ଯ୍ୟକର୍ତ୍ତା ମାନଙ୍କ ସହିତ ସୁସମ୍ପର୍କ , ପରିବାରକୁ ସମୟ, ସରକାରୀ ଲୋକାଭିମ୍ମୁଖୀ କାର୍ଯ୍ୟ କିପରି ଲୋକଙ୍କ ନିକଟରେ ପହଞ୍ଚିବ ଓ ଲୋକଙ୍କ ସମସ୍ୟା ବୁଝିବେ ସେନେଇ ପରାମର୍ଶ ଦେଇଛନ୍ତି ରାଷ୍ଟ୍ରୀୟ ସଂଗଠନ ସମ୍ପାଦକ ।
ସେହିପରି ଆଗରୁ ପୁରୁଣା ବିଧାୟକ ମାନେ କିପରି ସରକାରଙ୍କ ଯୋଜନା ଲୋକମାନଙ୍କ ପାଖରେ ପହଞ୍ଚିବ ଏବଂ ଲୋକମାନେ ଏହାର ଫାଇଦା ନେଇ ପାରିବେ ସେ ଉପରେ ଆଲୋଚନା କରିଥିଲେ । ଆଗାମୀ ଦିନରେ ସରକାର କେମିତି କାମ କରିବ ତା ଉପରେ ଅଧିକ ଆଲୋଚନା ହୋଇଥିଲା । ସଂକଳ୍ପ ପତ୍ରରେ ବିଜେପି ଯାହା ଯାହା କହିଥିଲା ସେ ସବୁ ଧିରେ ଧିରେ କାର୍ଯ୍ୟକାରୀ ହେବ ବୋଲି ସୂଚନା ପ୍ରଦାନ କରାଯାଇଛି । ସେପଟେ ଆଜି ବିଧାନସଭାରେ ରଣପୁର ବିଧାୟିକା ସୁରମା ପାଢୀ ବାଚସ୍ପତି ଭାବେ ନିର୍ବାଚିତ ହୋଇ ସପଥ ଗ୍ରହଣ କରିଛନ୍ତି ।