ଓଡିଶା

odisha

ବିଜେଡି ବିଧାୟକଙ୍କ ଟ୍ରେନିଂ; ନବାଗତଙ୍କୁ ପ୍ରଶିକ୍ଷଣ ଦେବେ ଅଭିଜ୍ଞ - BJD Training Programme

By ETV Bharat Odisha Team

Published : Aug 24, 2024, 10:25 PM IST

BJD Training Programme: ବିଜେଡି ବିଧାୟକଙ୍କ ତାଲିମ କାର୍ଯ୍ୟକ୍ରମ ଆସନ୍ତାକାଲି ଅନୁଷ୍ଠିତ ହେବ । ଶଙ୍ଖ ଭବନରେ ଦିନିକିଆ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ ଥିବା ବେଳେ ଏହାକୁ ବିଜେଡି ବିଧାୟକ ତଥା ବିରୋଧୀ ଦଳ ନେତା ଉଦଘାଟନ କରିବେ । ଅଧିକ ପଢନ୍ତୁ

ବିଜେଡି ବିଧାୟକଙ୍କ ଟ୍ରେନିଂ
ବିଜେଡି ବିଧାୟକଙ୍କ ଟ୍ରେନିଂ (ETV Bharat Odisha)

ଭୁବନେଶ୍ବର: ବିଜେପି ନବ ନିର୍ବାଚିତ ବିଧାୟକଙ୍କୁ ଟ୍ରେନିଂ ପରେ ଏବେ ବିଜେଡି ବିଧାୟକଙ୍କ ପାଳି । ଆସନ୍ତାକାଲି ଅନୁଷ୍ଠିତ ହେବ ବିଜେଡି ବିଧାୟକଙ୍କ ତାଲିମ କାର୍ଯ୍ୟକ୍ରମ । ଶଙ୍ଖ ଭବନରେ ଦିନିକିଆ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । କାର୍ଯ୍ୟକ୍ରମକୁ ବିଜେଡି ବିଧାୟକ ତଥା ବିରୋଧୀ ଦଳ ନେତା ଉଦଘାଟନ କରିବେ । ଦଳର ସମସ୍ତ ବିଧାୟକ କାର୍ଯ୍ୟକ୍ରମରେ ସାମିଲ ହେବେ ।

ବିଜେଡି ବିଧାୟକଙ୍କ ଟ୍ରେନିଂ (ETV Bharat Odisha)

କିଏ ଦେବେ କଣ ତାଲିମ ?

ବିଜେଡି ବିଧାୟକ ଅରୁଣ ସାହୁ କହିଛନ୍ତି, "ପ୍ରଥମେ ଉଦଘାଟନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ବିଧାୟକ ଭାବେ କିଭଳି କାର୍ଯ୍ୟ ନିର୍ବାହ କରିବେ ସେନେଇ ବିଭିନ୍ନ ପ୍ରକାର ବିଷୟ ବସ୍ତୁକୁ ନେଇ ତାଲିମ କାର୍ଯ୍ୟକ୍ରମ ହେବ । ବିଧାୟକ ଭାବେ ବିଧାନସଭାରେ କିଭଳି ପ୍ରଭାବୀ ହେବେ ସେ ନେଇ ତାଲିମ ଦିଆଯିବ । ପ୍ରିଭଲେଜ ଓ ପ୍ରାଇଭେଟ ମେମ୍ଵର ବିଲ ଉପରେ 8 ଥରର ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ପ୍ରଶିକ୍ଷଣ ଦେବେ । ବିଧାନସଭାର ପ୍ରଶ୍ନୋତ୍ତର, ଶୂନ୍ୟକାଳ, ସ୍ପେଶାଲ ମେନ୍ସନ ଓ ସବମିଶନ ବାବଦରେ ବରିଷ୍ଠ ବିଧାୟକ ଗଣେଶ୍ୱର ବେହେରା ତାଲିମ ଦେବେ । ମାଟର୍ସ ଅଫ ପବ୍ଲିକ ଇମ୍ପୋଟାନ୍ସ ବାବଦରେ ଟିପ୍ସ ଦେବେ ବିଜେଡି ସଭାପତିଙ୍କ ରାଜନୈତିକ ସଚିବ ସଂତୃପ୍ତ ମିଶ୍ର । ଓଡିଶା ବିଧାନସଭାର ପ୍ରକ୍ରିୟା ବାବଦରେ ବିଧାନସଭାର ପୂର୍ବତନ ନିର୍ଦ୍ଦେଶକ(ରିସର୍ଚ୍ଚ) ଶିବପ୍ରସାଦ ପଟ୍ଟନାୟକ ବିଧାୟକଙ୍କର ଏକ କ୍ଲାସ ନେବେ ।

ଗଣମାଧ୍ୟମ ସମନ୍ୱୟ ବାବଦରେ ତାଲିମ ଦେବେ ଅତନୁ, ଅଶୋକ, ସଞ୍ଜୟ ଓ ପ୍ରତାପ:

ବିଧାନସଭାର ହାଉସ କମିଟି, ଷ୍ଟାଣ୍ଡିଙ୍ଗ କମିଟିରେ ବିଧାୟକଙ୍କ ଭୂମିକା ବାବଦରେ 6 ଥରର ବିଧାୟକ ବିକ୍ରମ କେଶରୀ ଆରୁଖ ପ୍ରଶିକ୍ଷଣ ଦେବେ । ଗଣମାଧ୍ୟମ ଓ ସାମାଜିକ ଗଣମାଧ୍ୟମ ସଦସ୍ୟଙ୍କ ସହ ସମନ୍ୱୟ ବାବଦରେ ଅତନୁ ସବ୍ୟସାଚୀ ନାୟକ, ଅଶୋକ ପାଣ୍ଡ, ସଂଜୟ ଦାସବର୍ମା, ପ୍ରତାପ କେଶରୀ ଦେବ ପ୍ରମୁଖ ମତାମତ ଦେବେ । ବିଜେଟ ପ୍ରସ୍ତୁତି ପ୍ରଣାଳୀ, ବଜେଟ କାର୍ଯ୍ୟକ୍ରମରେ ସାମିଲ ହେବା ବାବଦରେ ବରିଷ୍ଠ ବିଧାୟକ ପ୍ରତାପ କେଶରୀ ଦେବ ପ୍ରଶିକ୍ଷଣ ଦେବେ । କଲିଂ ଆଟେନ୍ସନ, ଆର୍ଜଣ୍ଟ ମୋସନ ବାବଦରେ କଳିକେଶ ନାରାୟଣ ସିଂଦେଓ ତାଲିମ ଦେବେ । ବିଧାନସଭା ପ୍ରାକ୍ଟିସେସ, ରିଜୋଲେସନ ବାବଦରେ ବରିଷ୍ଠ ନେତା ପ୍ରଫୁଲ ସାମଲ ମତ ବ୍ୟକ୍ତ କରିବେ । ସେହିପରି ପ୍ରଦୀପ ଅମାତ, ପ୍ରମିଳା ମଲ୍ଲିକ, କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର, ବ୍ୟମକେଶ ରାୟ, ସୁଶାନ୍ତ ରାଉତ, ମନୋହର ରନ୍ଧାରୀ, ଦେବୀ ରଞ୍ଜନ ତ୍ରିପାଠୀ ମଧ୍ୟ ସାମିଲ ହୋଇ ନଜର ଅଭିଜ୍ଞତା ବାଣ୍ଟିବେ ।

କାହିଁକି ବିଜେଡି ବିଧାୟକଙ୍କ ତାଲିମ କାର୍ଯ୍ୟକ୍ରମ ?

ସମନ୍ୱୟ କମିଟିର ଅଧ୍ୟକ୍ଷ ଦେବୀ ପ୍ରସାଦ ମିଶ୍ରଙ୍କ ସଂଯୋଜନାରେ କାର୍ଯ୍ୟକ୍ରମ ଚାଲିବ । ପୂର୍ବାହ୍ନ 10ରୁ ଆରମ୍ଭ ହୋଇ ଦିନତମାମ କାର୍ଯ୍ୟକ୍ରମ ଚାଲିବ । ସମସ୍ତ ବିଧାୟକ କାର୍ଯ୍ୟକ୍ରମରେ ସାମିଲ ହେବେ । ଓଡିଶା ବିଧାନସଭାରେ ନିର୍ବାଚନ ପ୍ରତିନିଧିଙ୍କ ତାଲିମ କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀ କିମ୍ବା ବାଚସ୍ପତି ଉଦଘାଟନ କରନ୍ତି । ବିଧାନସଭାରେ ଆୟୋଜିତ କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀ କିମ୍ବା ବାଚସ୍ପତି ଉଦଘାଟନ କଲେନାହିଁ । ଓଡ଼ିଆ ଜାତିର ଅସ୍ମିତା କଥା ଶାସକ ଦଳ କହୁଛି । ଆମେ ସେ ସେଥିରେ ଏକମତ । ତାଲିମ କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀ ଓ ବାଚସ୍ପତି ଉଦଘାଟନ ନକରିବା ଓଡ଼ିଆ ଜାତିର ଅସ୍ମିତା କ୍ଷୁର୍ଣ୍ଣ ହୋଇଛି । ବିଧାନସଭାର ପରମ୍ପରା ଭଙ୍ଗା ଯାଇଥିବାରୁ ବିଜେଡି ତାଲିମ କାର୍ଯ୍ୟକ୍ରମକୁ ଗଲାନାହିଁ । ତେଣୁ ଦଳର ନିର୍ବାଚିତ ପ୍ରତିନିଧିଙ୍କୁ ବିଧାନସଭାର କାର୍ଯ୍ୟକ୍ରମ ବାବଦରେ ତାଲିମ ଦେବା ଜରୁରୀ ।

ABOUT THE AUTHOR

...view details