ଓଡିଶା

odisha

ETV Bharat / state

ମିଶନ ଶକ୍ତି: 'ମହିଳା ଆଗେଇଲେ ରାଜ୍ୟ ଆଗେଇବ' - Bjd Press Meet

Bjd Press Meet: ମହିଳା ସଶକ୍ତିକରଣକୁ ନେଇକୁ ବିଜେଡ଼ିର ସମ୍ବାଦିକ ସମ୍ମିଳନୀ । ମୁଖ୍ୟମନ୍ତ୍ରୀଙ୍କ ପାଇଁ ମହିଳା ସଶକ୍ତିକରଣ ଏକ ସ୍ଲୋଗାନ ନୁହେଁ, ତାହାକୁ କାର୍ଯ୍ୟରେ ପରିଣତ କରାଯାଇଛି ବୋଲି କହିଛି ବିଜେଡି । ଅଧିକ ପଢନ୍ତୁ

ମିଶନ ଶକ୍ତି: 'ମହିଳା ଆଗେଇଲେ ରାଜ୍ୟ ଆଗାଇବା '
ମିଶନ ଶକ୍ତି: 'ମହିଳା ଆଗେଇଲେ ରାଜ୍ୟ ଆଗାଇବା '

By ETV Bharat Odisha Team

Published : Mar 14, 2024, 6:06 PM IST

ମିଶନ ଶକ୍ତି: 'ମହିଳା ଆଗେଇଲେ ରାଜ୍ୟ ଆଗାଇବା '

ଭୁବନେଶ୍ବର:ରାଜ୍ୟରେ ମହିଳା ସଶକ୍ତି କରଣକୁ ନେଇକୁ ବିଜେଡ଼ିର ସମ୍ବାଦିକ ସମ୍ମିଳନୀ । ମହିଳା ମାନଙ୍କ ଗୁରୁତ୍ୱ ସମସ୍ତଙ୍କ ଜୀବନ ସହ ଜଡିତ । ସେମାନେ ଶକ୍ତି ସ୍ୱରୂପା । ଏହି ଶକ୍ତି ବିଜେଡି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଅଛି । କାରଣ ମୁଖ୍ୟମନ୍ତ୍ରୀଙ୍କ ପାଇଁ ମହିଳା ସଶକ୍ତିକରଣ ଏକ ସ୍ଲୋଗାନ ନୁହେଁ, ଏହାକୁ କାମରେ ପରିଣତ କରାଯାଇଛି । ପଞ୍ଚାୟତ ନିର୍ବାଚନରେ 50% ସଂରକ୍ଷଣ ଏହାର ପ୍ରତୀକ । ରାଜ୍ୟର 50% ମହିଳା । ତେଣୁ ଏହି 50% ଆଗକୁ ଗଲେ ହିଁ ରାଜ୍ୟ ଆଗେଇବ ବୋଲି କହିଛି ବେଜେଡ଼ି ।

ବିଜେଡ଼ି କହିଛି ଯେ, ମାଆମାନଙ୍କୁ ଧନ୍ୟବାଦ ମିଶନ ଶକ୍ତି ଜରିଆରେ 70 ଲକ୍ଷ ମହିଳା 5 ଲକ୍ଷ SHG ଏକାଠି ହୋଇଛନ୍ତି ।ଏ ସମସ୍ତ ମହିଳା ଗୋଟେ ପ୍ଲାଟଫର୍ମକୁ ଆସିଛନ୍ତି । ମିଶନ ଶକ୍ତି ଗୋଟେ ବିଭାଗ ହୋଇଥିବାରୁ ବଜେଟ ବି ଅଛି । ଏହାର ମୁଖ୍ୟ ଲକ୍ଷ୍ୟ ହେଉଛି, ମହିଳାଙ୍କ ପରିଚୟର ରୂପାନ୍ତରିକରଣ । ବିଚାରଧାରା, ନେତା ବା ଉଦ୍ୟୋଗୀ ଭାବେ ମିଶନ ଶକ୍ତି ସେମାନଙ୍କୁ ପରିଚୟ ଦେଇଛି । ମିଶନ ଶକ୍ତି କର୍ମୀଙ୍କୁ uniform ଓ ବ୍ଲେଜର ଦିଆଯାଇଛି । 40 ହଜାର SHG ମହିଳାଙ୍କୁ ସ୍କୁଟର ଦିଆଯାଇଛି ।ସେହିପରି ବିଦେଶ ଯାତ୍ରା ବି କରି ବ୍ୟବସାୟ କରୁଛନ୍ତି । ଏହା ସମ୍ଭବ କାରଣ ସବୁ କାର୍ଯ୍ୟରେ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ସହଯୋଗ କରି ଆସିଛନ୍ତି ।


ଏହା ମଧ୍ୟ ପଢନ୍ତୁ......ମେଣ୍ଟ ଚର୍ଚ୍ଚାରେ ଫୁଲଷ୍ଟପ୍ ନୁହେଁ, କମା ଦିଆଯାଇଛି: ରାଜନୈତିକ ସମୀକ୍ଷକ

ମିଶନ ଶକ୍ତିର ଭବିଷ୍ୟତ ହେଉଛି ମହିଳାଙ୍କୁ ଉଦ୍ୟୋଗୀ କରିବା ସହ ଉତ୍ପାଦିତ ସାମଗ୍ରୀକୁ ଗ୍ଲୋବାଲ ପ୍ଲାଟଫର୍ମ ଦିଆଯିବ । ସେମାନେ ଆଗକୁ ଯାଇ ପରିଚୟ ପାଇବେ । ନାରୀମାନଙ୍କ ସ୍ବପ୍ନ ଓ ଆର୍ଥିକ ନିର୍ଭରତା ସାକାର କରିବାକୁ ମୁଖ୍ୟମନ୍ତ୍ରୀଙ୍କ ପ୍ରୟାସକୁ ସମସ୍ତେ ମନେ ରଖିବେ ।ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁବେଳେ କୁହନ୍ତି, ଯେଉଁ ରାଜ୍ୟ ମହିଳାଙ୍କ ବିକାଶ ପାଇଁ କାମ କରେ, ସେହି ରାଜ୍ୟର ବିକାଶ ହୁଏ । ଏହି ଉଦେଶ୍ୟରେ 2001 ମସିହାରେ ସେ ମିଶନ ଶକ୍ତି ଆରମ୍ଭ କରିଥିଲେ ।ତେବେ ମିଶନ ଶକ୍ତି ବିଭାଗ କିପରି ଆଗେବ ଓ ମହିଳା ସଶକ୍ତିକରଣ ହେବ, ସେ ଦିଗରେ କାମ ଚାଲିଛି । ଏହାକୁ ସ୍ୱତନ୍ତ୍ର ବିଭାଗ କରିବାକୁ ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ କହିଥିଲେ । 40 ହଜାର କୋଟି ବ୍ୟାଙ୍କ ଲିଂକେଜ କରାଯାଇଛି ।

ଆଗକୁ 75 ହଜାର କୋଟି ଟଙ୍କାର ସହାୟତା ଦିଆଯାଇ ଉଦ୍ୟୋଗୀ କରାଯିବ । ବର୍ତମାନ 10 ଲକ୍ଷ ଟଙ୍କା ଯାଏଁ ବିନା ସୁଧ ଋଣ ନେଇ ପାରିବେ । ସୁଧ ହାର ବହନ କରିବେ ରାଜ୍ୟ ସରକାର । ଗୋଟେ ମହିଳା ପରିଚୟ ସହ ପୁଞ୍ଜି ଚାହେଁ । ତେଣୁ ତାକୁ ଜୀବିକା ଦେବାକୁ ସବୁ ପ୍ରୟାସ ହୋଇଛି । ଆଜି ବଡ଼ି,ଆଚରରେ ସେମାନେ ସୀମିତ ନୁହନ୍ତି । ପୁରୁଷଙ୍କ ସମାନ କାମ କରୁଛନ୍ତି । ଯେପରି ଲକ୍ଷ୍ମୀ ବସ ଚଳାଇବା, ମିଶନ ଶକ୍ତି କ୍ୟାଫେ, ଗାଁ ପୋଖରୀରେ ଚାଷ । ସେମାନଙ୍କୁ ସ୍ଥାୟୀ ବଜାର ଦେବାକୁ ବ୍ୟବସ୍ଥା ହେଉଛି । ଭୁବନେଶ୍ୱରରେ ମିଶନ ଶକ୍ତି ବଜାର ହୋଇଛି ।ଏହା ସହ ସମସ୍ତ ବ୍ଲକରେ ମଧ୍ୟ କରିବାକୁ ଚେଷ୍ଟା ଚାଲିଛି ।

ଇଟିଭି ଭାରତ , ଭୁବନେଶ୍ୱର

ABOUT THE AUTHOR

...view details