ଓଡିଶା

odisha

ETV Bharat / state

ଶକ୍ତି ପ୍ରଦର୍ଶନ କଲା ବିଜେଡି, ନାମାଙ୍କନ ଦାଖଲ କଲେ ବାସନ୍ତି ହେମ୍ବ୍ରମ - basanti hembram files nomination - BASANTI HEMBRAM FILES NOMINATION

BASANTI HEMBRAM FILES NOMINATION: ମୟୂରଭଞ୍ଜ କରଞ୍ଜିଆ ବିଧାନସଭା ଆସନ ପାଇଁ ନାମାଙ୍କ ଭରିଛନ୍ତି ବିଜେଡ଼ି ପ୍ରାର୍ଥୀ ତଥା ମନ୍ତ୍ରୀ ବାସନ୍ତି ହେମ୍ବ୍ରମ । ହଜାର ହଜାର ସମର୍ଥକଙ୍କୁ ନେଇ କଲେ ବିଶାଳ ରୋଡ ଶୋ । ଅଧିକ ପଢନ୍ତୁ

ଶକ୍ତି ପ୍ରଦର୍ଶନ କଲା ବିଜେଡି ,ନାମାଙ୍କନ ଦାଖଲ କଲେ ବାସନ୍ତି ହେମ୍ବ୍ରମ
ଶକ୍ତି ପ୍ରଦର୍ଶନ କଲା ବିଜେଡି ,ନାମାଙ୍କନ ଦାଖଲ କଲେ ବାସନ୍ତି ହେମ୍ବ୍ରମ (ETV BHARAT ODISHA)

By ETV Bharat Odisha Team

Published : May 3, 2024, 8:37 PM IST

ଶକ୍ତି ପ୍ରଦର୍ଶନ କଲା ବିଜେଡି ,ନାମାଙ୍କନ ଦାଖଲ କଲେ ବାସନ୍ତି ହେମ୍ବ୍ରମ (ETV BHARAT ODISHA)

ରାଇରଙ୍ଗପୁର:ନାମାଙ୍କନ ପତ୍ର ଦାଖଲ କରିଛନ୍ତି ମୟୂରଭଞ୍ଜ କରଞ୍ଜିଆ ନିର୍ବାଚନ ମଣ୍ଡଳୀର ବିଜେଡ଼ି ବିଧାୟକ ପ୍ରାର୍ଥୀ ତଥା ମନ୍ତ୍ରୀ ବାସନ୍ତି ହେମ୍ବ୍ରମ । ଏହି ଅବସରରେ ବାସନ୍ତୀ ହେମ୍ବ୍ରମ ନିଜର ହଜାର ହଜାର ସମର୍ଥକଙ୍କୁ ନେଇ ଆଜି ଏକ ପ୍ରକାର ଶକ୍ତି ପ୍ରଦର୍ଶନ କରିଛି । ପୁଣି ଦ୍ବିତୀୟ ଥର ପାଇଁ ବାସନ୍ତୀ ହେମ୍ବ୍ରମଙ୍କ ନାମ କରଞ୍ଜିଆ ନିର୍ବାଚନ ମଣ୍ଡଳୀ ପାଇଁ ବିଜେଡ଼ି ତରଫରୁ ଘୋଷଣା ହୋଇଥିଲାବେଳେ ଆଜି ନାମାଙ୍କନ ଦାଖଲ କରିଛନ୍ତି ବାସନ୍ତୀ ।

ନାମାଙ୍କନ ଦାଖଲ ପୂର୍ବରୁ ବାସନ୍ତୀ ହେମ୍ବ୍ରମ ନିଜର ହଜାର ହଜାର ସମର୍ଥକଙ୍କୁ ନେଇ ଶକ୍ତି ପ୍ରଦର୍ଶନ କରିଛନ୍ତି । କରଞ୍ଜିଆ ସହରର ରାଜାବନ୍ଧ ନିକଟରୁ ଆଦିବାସୀ ନୃତ୍ୟ ସହିତ ବିରାଟ ରୋଡ଼ ଶୋଭାଯାତ୍ରାରେ ସହର ପରିକ୍ରମା କରିବା ପରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ପହଞ୍ଚିଥିଲେ । ଏହି କାର୍ଯ୍ୟକ୍ରମରେ କେନ୍ଦୁଝର ଲୋକସଭା ସାଂସଦ ପ୍ରାର୍ଥୀ ଧନୁର୍ଜୟ ସିଦ୍ଧୁ, କରଞ୍ଜିଆ ନିର୍ବାଚନ ମଣ୍ଡଳର ସଂଯୋଜକ ଗିରିଧାରୀ ପୃଷ୍ଟି, ବିଜେଡ଼ି ଜିଲ୍ଲା ସଭାପତି କାଶିନାଥ ହେମ୍ବ୍ରମ, କରଞ୍ଜିଆ ପୌରପାଳିକା ଅଧ୍ୟକ୍ଷା ପଟି ପୃଷ୍ଟିଙ୍କ ଉପସ୍ଥିତିରେ ରିଟର୍ଣ୍ଣିଂ ଅଫିସରଙ୍କ ନିକଟରେ ନାମାଙ୍କନ ପତ୍ର ଦାଖଲ କରିଥିଲେ ।

ତେବେ ପ୍ରବଳ ଖରା ସତ୍ତ୍ୱେ ବିଜେଡ଼ି ସମର୍ଥକଙ୍କ ସମେତ ବହୁ ସଂଖ୍ୟାରେ ଅଞ୍ଚଳବାସୀ ଉପସ୍ଥିତ ରହିଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି ବାସନ୍ତୀ ହେମ୍ବ୍ରମ ।ପୁଣି ଷଷ୍ଠ ଥର ନବୀନ ପଟ୍ଟନାୟକଙ୍କୁ ମୁଖ୍ୟମନ୍ତ୍ରୀ ଭାବରେ ଲୋକେ ଦେଖିବାକୁ ଚାହୁଁଥିବା କହିଛନ୍ତି ବାସନ୍ତୀ । ବାସନ୍ତୀ ହେମ୍ବ୍ରମ ପୂର୍ବରୁ ଦୁଇ ଥର ଶୁକୃଳୀ ବ୍ଲକ୍ ଅଧ୍ୟକ୍ଷା ଥିଲେ ଏବଂ ପ୍ରଥମ ଥର ପାଇଁ 2019 ନିର୍ବାଚନରେ ବିଜେଡିରୁ ଟିକଟ ପାଇ ବିଜୟ ଲାଭ କରିଥିଲେ । ବିଜେପିର ନିକଟତମ ପ୍ରତିଦ୍ବନ୍ଦୀ ପଦ୍ମଚରଣ ହାଇବୁରୁଙ୍କ ଠାରୁ ୮୭୬୩ ଖଣ୍ଡ ଭୋଟରେ ଆଗୁଆ ରହି ବାସନ୍ତୀ ହେମ୍ବ୍ରମ ବିଜୟୀ ହୋଇଥିଲେ ।

ଏହା ମଧ୍ୟ ପଢନ୍ତୁ ..... କମ୍ପିଲା କଟକ; ନାମାଙ୍କନ ଭରିଲେ ସଂତୃପ୍ତ ଓ ଭର୍ତ୍ତୃହରି - Lok Sabha Election 2024

ପରେ ନବୀନ ପଟ୍ଟନାୟକଙ୍କ ମନ୍ତ୍ରୀ ମଣ୍ଡଳରେ ସ୍ଥାନ ପାଇଥିଲେ ବାସନ୍ତୀ । ମନ୍ତ୍ରୀ ଭାବେ ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗର ଦାୟିତ୍ଵ ମିଳିଥିଲା । 2024 ସାଧାରଣ ନିର୍ବାଚନରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପୁଣି ଥରେ ବାସନ୍ତୀ ହେମ୍ବ୍ରମଙ୍କ ଉପରେ ଆସ୍ଥା ପ୍ରକଟ କରି ଦଳୀୟ ଟିକଟ ପ୍ରଦାନ କରିଛନ୍ତି । ଅଞ୍ଚଳର ବିକାଶ ହୋଇଛି ବିକାଶ ଆମର ମୁଦ୍ଦା କରିବୁ ବୋଲି କହିଛନ୍ତି ପ୍ରାର୍ଥିନୀ ବାସନ୍ତୀ ହେମ୍ବ୍ରମ ।

ଇଟିଭି ଭାରତ,ମୟୂରଭଞ୍ଜ

ABOUT THE AUTHOR

...view details