ଭବାନୀପାଟଣା:ନିର୍ବାଚନକୁ ନେଇ ସରଗରମ ରହିଛି କଳାହାଣ୍ଡି ରାଜନୀତି । ଏହାରି ମଧ୍ୟରେ ବିଜେଡି ଓ କଂଗ୍ରେସ ପରସ୍ପର ଉପରେ ଆରୋପ ପ୍ରତ୍ୟାରୋପ କରୁଛନ୍ତି । ଏକ ଗଣ୍ଡଗୋଳ ଘଟଣାକୁ ନେଇ କଂଗ୍ରେସ ବିଜେଡି ଥାନାର ଦ୍ବାରସ୍ଥ ହୋଇଥିବା ବେଲେ ଏବେ କଂଗ୍ରେସ ବିରୋଧରେ ଥାନାର ଦ୍ବାରସ୍ଥ ହୋଇଛି ବିଜେଡି । ବିବାହ ଭୋଜିରେ ହୋଇଥିବା ଗଣ୍ଡଗୋଳକୁ କଂଗ୍ରେସ ରାଜନୀତି କାରଣ କରିବା ସହ ବିଜେଡିକୁ ଦୋଷ ଦେଇ ପଲିଟିକାଲ ମାଇଲେଜ୍ ନେବାକୁ ଉଦ୍ୟମ କରୁଥିବା ଭବାନୀପାଟଣା ଟାଉନ ଥାନାରେ ଅଭିଯୋଗ କରିଛନ୍ତି ୬ ନମ୍ବର ୱାର୍ଡ ବିଜେଡି କାଉନସିଲର ଭୂବନେ ନାଏକ ।
ଏହା ମଧ୍ୟ ପଢନ୍ତୁ-କଂଗ୍ରେସ ବିଧାୟକ ପ୍ରାର୍ଥୀ ସାଗର ଦାସଙ୍କୁ ଆକ୍ରମଣ ଅଭିଯୋଗ - Attacked On Sagar Das
ଗତ ଦୁଇଦିନ ତଳେ ଭବାନୀପାଟଣା କଂଗ୍ରେସ ପ୍ରାର୍ଥୀ ସାଗର ଚରଣ ଦାସ ସହରର ବାହାଦୁର ବଗିଚା ପଢାରେ ଥିବା ଯୁବ କଂଗ୍ରେସ ନେତା ସାହେବ ଦୀପଙ୍କ ବିବାହ ଭୋଜିରେ ଯୋଗ ଦେବାକୁ ଯାଇଥିଲେ । ସେଠାରୁ ଫେରିବା ବେଳେ ଦୁଇଜଣ ଯୁବକ ତାଙ୍କ କାରକୁ ଅଟକାଇ ବିନା ଅନୁମତିରେ ଏହି ୱାର୍ଡକୁ କାହିଁକି ଆସିଛି ବୋଲି ଧମକ ଦେବା ସହ ମାରଣାସ୍ତ୍ର ଦେଖାଇଥିଲେ । ଏନେଇ ସାଗର ଚରଣ ଦାସ ଟାଉନ ଥାନାରେ ଅଭିଯୋଗ କରିଥିଲେ । ପରେ ଏହି ଘଟଣାକୁ ନେଇ ଜିଲ୍ଲା କଂଗ୍ରେସ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ କରାଯାଇ ବିଜେଡିର ଗୁଣ୍ଡା ମାନେ ଏହି ଆକ୍ରମଣ କରିଥିବା ଅଭିଯୋଗ କରିଥିଲେ। ଏହି ଘଟଣାରେ ସହରର ୬ ନମ୍ବର ୱାର୍ଡ ବିଜେଡି କାଉନସିଲର ଭୂବନେ ନାଏକ ସାମିଲ ଥିବା ନେଇ କଂଗ୍ରେସ ଅଭିଯୋଗ କରିଥିଲା । ଏହାପରେ କଂଗ୍ରେସ ବିରୋଧରେ ଥାନାର ଦ୍ୱାରସ୍ଥ ହୋଇଛନ୍ତି ବିଜେଡି କାଉନସିଲର ଭୂବନେ ନାଏକ।