ଓଡିଶା

odisha

ETV Bharat / state

ଲେଡି ଫ୍ୟାସନ ଡିଜାଇନର ଅପହରଣ ଖୁଲାସା; ନିଜେ ରଚିଥିଲେ ନାଟକ, ଲରେସ ବିଷ୍ନୋଇ ଗ୍ୟାଙ୍ଗ କହି ମାଗୁଥିଲେ ଟଙ୍କା - Fashion Designer Kidnapping Case - FASHION DESIGNER KIDNAPPING CASE

Lady Fashion Designer Kidnapping Case: ଟଙ୍କା ପାଇଁ ନିଜକୁ ନିଜେ ଅପହରଣ କରିବାର ନାଟକ ରଚିଲେ । ଭାଇ ଠାରୁ ୧ କୋଟି ଟଙ୍କା ନେବାକୁ ନାଟକ ରଚିଥିଲେ ଭଉଣୀ । ଧରିଲା ପୋଲିସ । ଅଧିକ ପଢ଼ନ୍ତୁ

Lady Fashion Designer Kidnapping Case
Lady Fashion Designer Kidnapping Case (ETV Bharat Odisha)

By ETV Bharat Odisha Team

Published : Jun 21, 2024, 10:41 PM IST

ଭୁବନେଶ୍ବର: ଖୋଲିଲା ଭୁବନେଶ୍ବର ଚନ୍ଦକା ଅଞ୍ଚଳର ଲେଡି ଫ୍ୟାସନ ଡିଜାଇନରଙ୍କୁ ଅପହରଣ ଘଟଣାର ପରଦା । ଟଙ୍କା ପାଇଁ ନିଜକୁ ନିଜେ ଅପହରଣର ନାଟକ ରଚିଥିଲେ । ଲରେନ୍ସ ବିଷ୍ନୋଇ ଗ୍ୟାଙ୍ଗର ପରିଚୟ ଦେଇ ମୁଣ୍ଡ ଜାମିନ ପାଇଁ ନିଜ ଭାଇଠାରୁ ୧ କୋଟି ଟଙ୍କା ମାଗିଥିଲେ ଭଉଣୀ । ନାଟକରେ ମହିଳାଙ୍କ ବନ୍ଧୁ ମଧ୍ୟ ସାମିଲ ଥିଲେ । ଘଟଣାର ପର୍ଦ୍ଦାଫାସ କଲା ପୋଲିସ । ଫ୍ୟାସନ ଡିଜାଇନରଙ୍କ ସହ ତାଙ୍କର 2 ଜଣ ବନ୍ଧୁଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ ।

Lady Fashion Designer Kidnapping Case (ETV Bharat Odisha)

ପୋଲିସ କମିଶନର ସଞ୍ଜୀବ ପଣ୍ଡାଙ୍କ ସୂଚନା ମୁତାବକ, ଗତ ୧୯ ତାରିଖରେ ଚନ୍ଦକା ଥାନାରେ ମହିଳା ଫ୍ୟାସନ ଡିଜାଇନରଙ୍କ ବାପା ରିପୋର୍ଟ ଦେଇଥିଲେ ଯେ, ତାଙ୍କ ଝିଅକୁ ଟ୍ରାଇଡେଣ୍ଟ ଗାଲାକ୍ସିରୁ କେହି ଅପହରଣ କରି ନେଇଛନ୍ତି । ଏହାସହ ୧ କୋଟି ଟଙ୍କା ମୁଣ୍ଡ ଜାମିନ‌ ପାଇଁ ଦାବି କରୁଛନ୍ତି । ଏଥିପାଇଁ ମହିଳାଙ୍କ ଭାଇକୁ ଫୋନ କରି ଟଙ୍କା ମାଗିବା ସହ ତୁରନ୍ତ ଟଙ୍କା ନ ଦେଲେ ତାଙ୍କ ପାଇଁ ବିପଦ ବଢିବା କହିଥିଲେ । ସେପଟେ ମହିଳାଙ୍କ ଭାଇ ୧୨ ଲକ୍ଷ ଟଙ୍କା ଦେଇଥିଲେ । ହେଲେ ଏହି ଘଟଣା ପୋଲିସକୁ ନଜର ଆସିବା ପରେ‌ ଏନେଇ ସ୍ପେଶାଲ ସ୍କ୍ୱାର୍ଡ ଓ ଚନ୍ଦକା ଥାନା ପୋଲିସ ମିଶି ଏକ ଟିମ୍ ତଦନ୍ତ ଆରମ୍ଭ କରିଥିଲା । ତଦନ୍ତ ବେଳେ ଜଣାପଡିଥିଲା ଯେ, ଟଙ୍କା ମାଗୁଥିବା ଦୁଇ ଅପହରଣକାରୀଙ୍କ ମଧ୍ୟରୁ ଜଣେ ହେଉଛି ଫ୍ୟାସନ ଡିଜାଇନରଙ୍କ ପୁରୁଷ ବନ୍ଧୁ ପ୍ରଦୀପ କୁମାର ଓଲା । ଯେ କି ଇନଷ୍ଟାଗ୍ରାମରେ ଫ୍ୟାସନ ଡିଜାଇନରଙ୍କ ସହ ପରିଚିତ ହୋଇଥିଲେ । ଅନ୍ୟ ଜଣେ ଦେବୀ ଲାଲ୍ । ଉଭୟ ଏକ ଗାଡି ଟୟଟା ଜରିଆରେ ଆସିଥିଲେ ।


ଏନେଇ ପୋଲିସ ଏମାନଙ୍କୁ ଟ୍ରାକ କରିବା ଆରମ୍ଭ କରିଥିଲା । ପ୍ରଥମେ ସେମାନେ ଭୁବନେଶ୍ୱରରୁ ଚାରିଛକ ଆଡ଼କୁ ଯାଇଥିଲେ । ପରେ‌ ସେଠାରୁ ନୟାଗଡ଼ ଆଡ଼କୁ ଯାଇଥିଲେ । ସେମାନଙ୍କୁ ଧରିବା ପାଇଁ ନୟାଗଡ଼ରେ ପୋଲିସ ଠିଆ ହୋଇଥିବା ବେଳେ ସେମାନେ ଆଇଆଇସି ଉପରକୁ ଗାଡ଼ି ଚଢାଇ ଦେବାକୁ ମଧ୍ୟ ଉଦ୍ୟମ କରିଥିଲେ । ପରେ ନୟାଗଡ଼ରେ କିଛି ବାଟ ଯିବ ପରେ ସେଠାରେ ଗାଡି ଛାଡି ଦେଇ ପଳାଇବାକୁ ଚେଷ୍ଟା କରୁଥିବା ବେଳେ 2 ଜଣଙ୍କୁ କାବୁ କରିଥିଲା ପୋଲିସ । ପରେ ମହିଳା ଫ୍ୟାସନ ଡିଜାଇନରଙ୍କୁ ଉଦ୍ଧାର କରିଥିଲା । ତେବେ ପୋଲିସର ତଦନ୍ତ ବେଳେ ଜଣାପଡ଼ିଥିଲା ଯେ, ଖୋଦ ଫ୍ୟାସନ ଡିଜାଇନର ହିଁ ଏହି ଅପହରଣ ଘଟଣାର ଶୁତ୍ରଧର । ନିଜ ଭାଇ ଠାରୁ ଟଙ୍କା ନେବା ପାଇଁ ଏଭଳି ଷଡ଼ଯନ୍ତ୍ର ରଚିଥିଲେ ।

ଏହା ମଧ୍ୟ ପଢ଼ନ୍ତୁ...ଡାକ୍ତର ଅପହରଣ ଘଟଣାରେ ନୂଆମୋଡ; ନିଜେ ରଚିଥିଲେ ନାଟକ ! କର୍ଣ୍ଣାଟକରୁ ମିଳିଲା ପତ୍ତା - Kalimela Doctor Rescued

ତେବେ ତାଙ୍କ ଭାଇ ଜଣେ ଷ୍ଟକ ମାର୍କେଟ ବ୍ୟବସାୟୀ ହୋଇଥିବା ବେଳେ ଏଭଳି ମିଛ ଅପହରଣ ନାଟକ କରି ଭାଇଠାରୁ ଟଙ୍କା ହଡ଼ପ କରିବାକୁ ନାଟକ ରଚିଥିଲେ ଭଉଣୀ । ହେଲେ ପୋଲିସ ପୁରା ଘଟଣାର ପର୍ଦ୍ଦାଫାସ କରିବା ସହ ମହିଳା ଫ୍ୟାସନ ଡିଜାଇନରଙ୍କ ସହ ଅନ୍ୟ ଦୁଇ ଜଣ ନକଲି ଅପହରଣକାରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଫ୍ୟାସନ ଡିଜାଇନର ଜଣଙ୍କର ବିହାହ ବିଚ୍ଛେଦ ହୋଇଥିବା ଜଣାପଡ଼ିଛି । ତେବେ ସେମାନଙ୍କ ଠାରୁ ବ୍ୟବହୁତ ତିନୋଟି ମୋବାଇଲ ସହ ଲାପଟପ୍ ଓ ଭାଇଠାରୁ ନେଇଥିବା ୧୨ ଲକ୍ଷ ଟଙ୍କା ମଧ୍ୟ ଜବତ କରିଛି ପୋଲିସ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details