ଓଡିଶା

odisha

ETV Bharat / state

ଲିଙ୍ଗରାଜ ମନ୍ଦିରର ଚତୁଃପାର୍ଶ୍ବ ତଥା ପାର୍କିଂ ସ୍ଥଳର ନିର୍ମାଣ କାର୍ଯ୍ୟ କେତେ ଦୂର ଆଗେଇଛି, ସମୀକ୍ଷା କଲେ ଏକାମ୍ର ବିଧାୟକ ବାବୁ ସିଂ - EKAMRA PROJECT REVIEW BY MLA - EKAMRA PROJECT REVIEW BY MLA

EKAMRA PROJECT: ଲିଙ୍ଗରାଜ ମନ୍ଦିରର ଚତୁଃପାର୍ଶ୍ବ ତଥା ପାର୍କିଂ ସ୍ଥଳର ନିର୍ମାଣ କାର୍ଯ୍ୟ କେତେ ଦୂର ଆଗେଇଛି, ସେନେଇ ସମୀକ୍ଷା କରିଛନ୍ତି ଏକାମ୍ର ବିଧାୟକ ବାବୁ ସିଂ । ସେପଟେ ପ୍ରକଳ୍ପ କାର୍ଯ୍ୟ ବିଳମ୍ବକୁ ନେଇ ବିଜେପିକୁ ଦାୟିକଲେ ପୂର୍ବତନ ବିଧାୟକ ଅଶୋକ ପଣ୍ଡା । ଅଧିକ ପଢନ୍ତୁ

MLA BABU SINGH REVIEWED THE EKAMRA PROJECT AT LINGARAJ TEMPLE
MLA BABU SINGH REVIEWED THE EKAMRA PROJECT AT LINGARAJ TEMPLE (ETV Bharat Odisha)

By ETV Bharat Odisha Team

Published : Jun 27, 2024, 5:31 PM IST

ଭୁବନେଶ୍ବର:ଏକାମ୍ର ପ୍ରକଳ୍ପର ସମୀକ୍ଷା କଲେ ଏକାମ୍ର ବିଧାୟକ ବାବୁ ସିଂ । ଲିଙ୍ଗରାଜ ମନ୍ଦିରର ଚତୁଃପାର୍ଶ୍ବ ତଥା ପାର୍କିଂ ସ୍ଥଳର ନିର୍ମାଣ କାର୍ଯ୍ୟ କେତେ ଆଗେଇଛି ସେନେଇ ସମୀକ୍ଷା କରିଛନ୍ତି ବିଧାୟକ । ବିଜେପି ହାତକୁ କ୍ଷମତା ଆସିବା ପରେ ଅକ୍ସନ ମୋଡରେ ଏକାମ୍ର ବିଧାୟକ ବାବୁ ସିଂ । କିଭଳି ଲୋକଙ୍କ ସମସ୍ୟା ଦୂର ହେବ ଏବଂ ସରକାରଙ୍କ ବିଭିନ୍ନ ଯୋଜନା ସବୁ କିଭଳି ସଠିକ ଭାବେ କାର୍ଯ୍ୟକାରୀ ହେବ, ସେ ନେଇ କରୁଛନ୍ତି ସମୀକ୍ଷା । ଏହି ଅବସରରେ ଆଜି ଲିଙ୍ଗରାଜ ମନ୍ଦିର ଏକାମ୍ର ପ୍ରକଳ୍ପର ମଧ୍ୟ ସମୀକ୍ଷା କରିଛନ୍ତି । ଏହାକୁ ନେଇ ତେଜିଲା ରାଜନୀତି ।

MLA BABU SINGH REVIEWED THE EKAMRA PROJECT AT LINGARAJ TEMPLE (ETV Bharat Odisha)


୧୫ ଏକରରେ ତିଆରି ହେଉଥିବା ପାର୍କିଂ ସ୍ଥଳ ଓ ସେଥିରେ କେଉଁ ସ୍ଥାନରେ ଭେଣ୍ଡିଂ ଜୋନ୍ ହେବ ସେନେଇ ଓବିସିସି ଅଧିକାରୀଙ୍କ ସହ ଆଲୋଚନା କରିବା ସହ କାମର ତଦାରଖ କରିଛନ୍ତି ବାବୁ ସିଂ । ପୂର୍ବର ସରକରାକ ଏକ ବର୍ଷ ମଧ୍ୟରେ ଏହି ପ୍ରକଳ୍ପର କାର୍ଯ୍ୟ ଶେଷ କରିବା କଥା କହିଥିଲେ । ହେଲେ ଗୋଟିଏ ବର୍ଷ ବିତିଯାଇଥିଲେ ମଧ୍ୟ ମାତ୍ର ୩୦-୪୦ ପ୍ରତିଶତ କାର୍ଯ୍ୟା ସରିଛି । ଖୁବ ଶୀଘ୍ର କାମକୁ ଶେଷ କରାଯିବ ବୋଲି କହିଛନ୍ତି ବିଧାୟକ ବାବୁ ସିଂ ।

ସେପଟେ ବିଜେପିକୁ ଟାର୍ଗେଟ କରିଛନ୍ତି ଏକମ୍ରର ପୂର୍ବତନ ବିଧାୟକ ତଥା ବିଜେଡି ନେତା ଅଶୋକ ପଣ୍ଡା । ସେ କହିଛନ୍ତି,"ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମହତ୍ ଉଦେଶ୍ୟ ରଖି ଏକାମ୍ର ପ୍ରକଳ୍ପର ଆରମ୍ଭ ହେଇଥିଲା । ସମୀର ମହାନ୍ତି ସେଇ ବାଟରେ ଯିବା ଆସିବା କରନ୍ତି, ହେଲେ ପ୍ରକଳ୍ପ ଦେଖି ନ ପାରିବା ହାସ୍ୟସ୍ପଦ । କିଛି ଲୋକ ସେ ସମୟରେ ପ୍ରକଳ୍ପକୁ ଅଟକାଇବକୁ ଚେଷ୍ଟା ମଧ୍ୟ କରିଛନ୍ତି । ଆରୋପ ପ୍ରତ୍ୟରୋପ ବଡ଼ କଥା ନୁହେଁ । ରାଜ୍ୟ ଓ କେନ୍ଦ୍ରରେ ଡବଲ୍ ଇଞ୍ଜିନ ସରକାର । ପ୍ରକଳ୍ପକୁ ତୁରନ୍ତ ଶେଷ କରନ୍ତୁ, ମୁଁ ବହୁତ ଖୁସି ହେବି ।"

ଏହା ମଧ୍ୟ ପଢନ୍ତୁ ...29ରୁ ଅମରନାଥ ଯାତ୍ରା, ଜାଣନ୍ତୁ କଣ କରିବେ କଣ କରିବେନି ? - Amarnath Yatra 2024



ସେ ଆହୁରି ମଧ୍ୟ କହିଛନ୍ତି ଯେ,ବଡ଼ କଥା ହଉଛି ସରକାର ତାଙ୍କର ତୁରନ୍ତ ଲିଙ୍ଗରାଜ ଆଇନକୁ କାର୍ଯ୍ୟକାରୀ କରାନ୍ତୁ । ଏଠି କଳା ପାହାଡ଼ କିଏ ବିଜେପି କହୁ, ତାପରେ ମୁଁ ଉତ୍ତର ଦେବୀ । ପ୍ରକଳ୍ପ ସମୟରେ ସମସ୍ତଙ୍କୁ କ୍ଷତି ପୂରଣ ଦିଆ ଯାଇଛି । ଆଉ ଯଦି ସେମାନେ ଅଭିଯୋଗ କରୁଛନ୍ତି, ପ୍ରଶାସନ ତାଙ୍କର ଦେଖନ୍ତୁ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details