ଭୁବନେଶ୍ବର:ବର୍ବର...ଲଜ୍ଜାଜନକ...ଅମାନୁଷିକ....ଘଟଣାକୁ ବର୍ଣ୍ଣନା କରିବାରେ ଏସବୁ ଶବ୍ଦ କମ ପଡିଯିବ । କାଳ ରାତିରେ ନିଘୋଡ ନିଦରେ ରାଜଧାନୀ ବାସି ଶୋଇଥିବା ବେଳେ ଅତ୍ୟାଚାର ଶିକାର ହୋଇଥିଲେ ମେଜର ଓ ତାଙ୍କ ବାନ୍ଧବୀ । କାଳରାତିରେ ତାଙ୍କ ସହ ସହ କଣ କଣ ଘଟିଥିଲା ପ୍ରଥମ ଥର ଗଣମାଧ୍ୟମ ଆଗରେ ମୁହଁ ଖୋଲିଛନ୍ତି ମେଜରଙ୍କ ବାନ୍ଧବୀ । ପୀଡିତାଙ୍କ ସହ କିଭଳି ଅମାନୁଷିକ ବର୍ବର ଅତ୍ୟାଚାର କରିଥିଲା ଭରତପୁର ପୋଲିସ । କାନ୍ଦି କାନ୍ଦି ଗଣମାଧ୍ୟମ ସମ୍ମୁଖରେ ବଖାଣିଛନ୍ତି ପୀଡିତା । କେବଳ ଅକଥନୀୟ ଅତ୍ୟାଚାର ନୁହେଁ ପୂର୍ବତନ ଆଇଆଇସି ଦୁଷ୍କର୍ମ ଉଦ୍ୟମ କରିଥିବା ଅଭିଯୋଗ ଆଣିଛନ୍ତି ପୀଡିତା ।
ପୀଡିତା କହିଛନ୍ତି....
‘15 ସେପ୍ଟେମ୍ବର ରାତି ପ୍ରାୟ 1ଟା । ମୁଁ ରେସ୍ତୋରାଁ ବନ୍ଦ କରିବା ପରେ ଘରକୁ ଯାଉଥିଲି । ଗାଡି ଆମର ରାସ୍ତା ଅଟକାଇଥିଲା । ଆମ ସହିତ ଝଗଡା କରିବାରୁ ଚେଷ୍ଟା କରିଥିଲେ । ସେମାନଙ୍କ ଠାରୁ ବହୁତ କଷ୍ଟରେ ଆମେ ବଞ୍ଚିକି ଭରତପୁର ପୋଲିସ ଷ୍ଟେସନ ଆମେ ପହଞ୍ଚିଥିଲୁ । ସେଠାରେ ଜଣେ ମହିଳା କନେଷ୍ଟବଳ ବସିଥିଲେ । ରିସେପସନ୍ରେ କେହି ବି ନଥିଲେ । ତାଙ୍କୁ ମୁଁ ବହୁତ ଥର ମୋ ଏତଲା ଲେଖିବାକୁ କହିଲି... ବହୁତ ପିଲା ଆମକୁ ପିଛା କରୁଥିଲେ ସେଥିପାଇଁ ମୁଁ ଚାହୁଥିଲି ଏତଲା ହେଉ ପୋଲିସ ପାଟ୍ରୋଲିଂ ପାଇଁ ପଠାଉ ଅଥବା କିଛି କରୁ... ହେଲେ ସେ ମୋତେ ସାହାଯ୍ୟ କଲେନି ବରଂ ଗାଳିଗୁଲଜ କଲେ । ମୁଁ ତାଙ୍କୁ କହିବାକୁ ଚେଷ୍ଟା କଲି ମୁଁ ଜଣେ ଆଇନଜୀବୀ । ତାଙ୍କର ଡ୍ୟୁଟି ଏଫଆଇଆର ଲେଖିବା । କିନ୍ତୁ ସେ ମୁଁ ଉପରେ ରାଗିଲେ । ସେହି ସମୟରେ ଏକ ପାଟ୍ରୋଲିଂ ଗାଡି ଆସି ପହଞ୍ଚିଲା ସେଥିରେ ମହିଳା କନେଷ୍ଟବଳ ବି ଥିଲେ । ସେମାନେ ମେଜର ଗୁରୁବଂଶଙ୍କୁ ଏତଲା ଲେଖିବାକୁ ଦେଲେ କିନ୍ତୁ କଣ ହେଲା ସେ ଗୁରୁବଂଶଙ୍କୁ ହାଜତରେ ଭର୍ତ୍ତି କରିଦେଲେ । ମୁଁ ତାଙ୍କୁ କହିଲି ଆପଣ ଜଣେ ଆର୍ମି ଅଫିସରଙ୍କୁ ହାଜତରେ ପୂରାଇ ପାରିବେ ନାହିଁ । ଏହା ଆଇନଗତ ନୁହେଁ ଆପଣ ଏମିତି କରିପାରିବେ ନାହିଁ । ଆଉ ତା ପରେ ଦୁଇ ମହିଳା କନେଷ୍ଟବଳ ମୋ ଚୁଟି ଧରି ଘୋଷାଡି ବାଡେଇବା ଆରମ୍ଭ କରିଥିଲେ । ମୁଁ ତାଙ୍କୁ ଅନୁରୋଧ କରିଥିଲି ପ୍ଲିଜ ବନ୍ଦ କରନ୍ତୁ... ସେମାନେ ପୋଲିସ କରିଡରରୁ ଘୋଷାଡି ନେଇଗଲେ.. ସେହି ସମୟରେ ଜଣେ ଲେଡି କନେଷ୍ଟବଳ ମୋ ବେକ ଧରି ତଣ୍ଟି ଚିପିବାକୁ ଚେଷ୍ଟା କଲେ ମୁଁ ତାଙ୍କ ହାତକୁ କାମୁଡି ଦେଇଛି । ଏହା ପରେ ସେମାନେ ମୋ ଜ୍ୟାକେଟରେ ମୋ ହାତ ବାନ୍ଧି ଦେଲେ । ପରେ ଜଣେ ଲେଡି କନେଷ୍ଟବଳ ସ୍କାର୍ପରେ ମୋ ଗୋଡ ବାନ୍ଧି ମୋତେ ରୁମରେ ପୋଫାଡି ଦେଲେ... ପରେ ଜଣେ ପୁରୁଷ ପୋଲିସ ଆସି ମୋତେ ଅତ୍ୟାଚାର କରିବାକୁ ଲାଗିଲେ । ପାଖାପାଖି ସକାଳ 6ଟା ବେଳେ ଷ୍ଟେସନର ଯିଏ ଆଇଆଇସି ତାଙ୍କ ସହ ଅତ୍ୟାଚାର କରିଥିଲେ ।’
ବିଦ୍ର: (ପୀଡିତାଙ୍କ ସହ ହୋଇଥିବା ଅତ୍ୟାଚାର ଯାହା ସବୁ ସେ ବର୍ଣ୍ଣନା କରିଛନ୍ତି ସବୁ ଲେଖିବା ସମ୍ଭବ ନୁହେଁ)
ନିଲମ୍ବିତ ହୋଇଛନ୍ତି 5 ପୋଲିସ କର୍ମଚାରୀ:
ସୂଚନା ଥାଉକି, ଗତ ଶନିବାର( ସେପ୍ଟେମ୍ବର 15) ରାତିରେ ଏହି ଘଟଣା ଘଟିଥିଲା । ମେଜର ଗୁରୁବଂଶ ଓ ତାଙ୍କ ବାନ୍ଧବୀଙ୍କୁ ଭରତପୁର ଥାନାରେ ଅକଥନୀୟ ଅତ୍ୟାଚାର କରାଯାଇଥିଲା । ଏହି ଘଟଣାରେ ଡିଜିପି ୱାଇ ବି ଖୁରାନିଆ 5 ଜଣ ପୋଲିସ କର୍ମଚାରୀଙ୍କୁ ନିଲମ୍ବନ କରିଛନ୍ତି । ସେମାନେ ହେଲେ ତତ୍କାଳୀନ ଆଇଆଇସି ଦୀନକୃଷ୍ଣ୍ ମିଶ୍ର, ଏସଆଇ ବୈଶାଳିନୀ ପଣ୍ଡା, ଏଏସଆଇ ସଲିଳମୟୀ ସାହୁ, ଏଏସଆଅ ସାଗରିକା ରଥ, କନେଷ୍ଟବଳ ବଳରାମ ହାଁସଦା । ଘଟଣାର ତଦନ୍ତ କରୁଛି କ୍ରାଇମବ୍ରାଞ୍ଚ ।
ନ୍ୟାୟ ପାଇଁ ରାସ୍ତାକୁ ଓହ୍ଲାଇଥିଲେ ପୂର୍ବତନ ସେନା କର୍ମଚାରୀ: