ଓଡିଶା

odisha

ETV Bharat / state

ବାତ୍ୟା ବେଳେ ଡ୍ୟୁଟିରେ ଖିଲାପ ପଡିଲା ମହଙ୍ଗା, ରେଭିନ୍ୟୁ ସୁପରଭାଇଜର ନିଲମ୍ବିତ

ବାତ୍ୟା ଦାନା ସମୟରେ ସରକାରୀ କାର୍ଯ୍ୟ ସମ୍ପାଦନରେ ଗୁରୁତର ଅବହେଳା ପ୍ରଦର୍ଶନ । ରେଭିନ୍ୟୁ ସୁପରଭାଇଜରଙ୍କୁ ନିଲମ୍ବନ କଲେ ଭଦ୍ରକ ଜିଲ୍ଲାପାଳ ।

Revenue Supervisor Suspended
Revenue Supervisor Suspended (ETV Bharat Odisha)

By ETV Bharat Odisha Team

Published : 5 hours ago

ଭଦ୍ରକ: ବାତ୍ୟା ‘ଦାନା’ ସମୟରେ ସରକାରୀ କାର୍ଯ୍ୟରେ ଖିଲାପ । ଡ୍ୟୁଟିରେ ଅବହେଳା ପ୍ରଦର୍ଶନ କରିଥିବା କରାଣରୁ ରେଭିନ୍ୟୁ ସୁପରଭାଇଜରଙ୍କୁ ନିଲମ୍ବନ କରିଛନ୍ତି ଭଦ୍ରକ ଜିଲ୍ଲାପାଳ । ରେଭିନ୍ୟୁ ସୁପରଭାଇଜରଙ୍କ ନାଁ ହେଉଛି ବିକାଶ କୁମାର ଦାସ । ସେ ଭଦ୍ରକ ଜିଲ୍ଲା ତିହିଡ଼ି ତହସିଲରେ କାର୍ଯ୍ୟରତ ଥିଲେ । ନିଲମ୍ବନ ଅବଧି ସମୟରେ ଭଦ୍ରକ ଉପଜିଲ୍ଲାପାଳଙ୍କ କାର୍ଯ୍ୟଳୟରେ ରିପୋର୍ଟ ଦାଖଲ କରିବା ପାଇଁ ତାଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

Revenue Supervisor Suspended (Govt Of Odisha)

କାର୍ଯ୍ୟରେ ଅବହେଳା ପଡ଼ିଲା ମହଙ୍ଗା:

ସୂଚନା ଅନୁଯାୟୀ ବନ୍ୟା, ବାତ୍ୟା ଭଳି ଯେକୌଣସି ପ୍ରାକୃତିକ ଦୁର୍ବିପାକର ମୁକାବିଲା କରିବା କ୍ଷେତ୍ରରେ ପ୍ରଶାସନ କଳର ପ୍ରମୁଖ ତଥା ଗୁରୁତ୍ବପୂର୍ଣ୍ଣ ଭୂମିକା ଥାଏ । ଯାହାକି ପ୍ରଶାସନିକ ଅଧିକାରୀ ତଥା କର୍ମରରୀମାନଙ୍କୁ ଦିନରାତି ଏକ କରି ଜନସାଧାରଣଙ୍କୁ ସେବା ଯୋଗାଇଦେବା ଦିଗରେ ନିଜ ନିଜର ଦାୟିତ୍ବ ନିଭାଇବାକୁ ପଡ଼ିଥାଏ । ତେବେ ବାତ୍ୟା 'ଦାନା' ଭଳି ପ୍ରାକୃତିକ ଦୁର୍ବିପାକ ସମୟରେ କାର୍ଯ୍ୟରେ ଗୁରୁତର ଅବହେଳା ପାଇଁ ଭଦ୍ରକ ଜିଲ୍ଲା ତିହିଡି ତହସିଲରେ ଅବସ୍ଥାପିତ ଥିବା ରେଭିନ୍ୟୁ ସୁପରଭାଇଜର ବିକାଶ କୁମାର ଦାସଙ୍କ ବିରୁଦ୍ଧରେ ଜିଲ୍ଲା ପ୍ରଶାସନ ତରଫରୁ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।

ପ୍ରଶାସନିକ ଅଧିକାରୀମାନଙ୍କୁ ବେଖାତିର :

ସରକାରୀ କାର୍ଯ୍ୟାବଧି ମଧ୍ୟରେ ଅର୍ଥାତ ବାତ୍ଯା 'ଦାନା' ସମୟରେ ମଦ୍ୟପାନ କରି ଉଚ୍ଚ ପ୍ରଶାସନିକ ଅଧିକାରୀମାନଙ୍କୁ ବେଖାତରି କରିବା, ଅଶାଳୀନ ଏବଂ ହିଂସାତ୍ମକ ଆଚରଣ ପ୍ରଦର୍ଶନ କରିବା ଭଳି ଗୁରୁତର ଅଭିଯୋଗ ଆସିଥିଲା। ଯାହାର ରିପୋର୍ଟ ଆଧାରରେ ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟ ରେଭିନ୍ୟୁ ସୁପରଭାଇଜରଙ୍କୁ ସରକାରୀ ଚାକିରିରୁ ନିଲମ୍ବନ କରିଛନ୍ତି । ଚିକିରିରୁ ନିଲମ୍ବିତ ହୋଇଥିବା ରେଭିନ୍ୟୁ ସୁପରଭାଇଜର ନିଲମ୍ବନ ଅବଧି ସମୟରେ ଭଦ୍ରକ ଉପଜିଲ୍ଲାପାଳଙ୍କ କାର୍ଯ୍ୟଳୟରେ ଉପସ୍ଥିତ ରହିବା ପାଇଁ ନିର୍ଦ୍ଦେଶ ପ୍ରଦାନ କରାଯାଇଛି । ବିନା ଅନୁମତିରେ ମୁଖ୍ୟାଳୟ ନ ଛାଡ଼ିବା ନେଇ ତାଙ୍କୁ ନିର୍ଦ୍ଦେଶ ଜାରି କରାଯାଇଛି ।

ଏହା ମଧ୍ୟ ପଢ଼ନ୍ତୁ...ମହଙ୍ଗା ପଡ଼ିଲା ବାତ୍ୟା ଦାୟିତ୍ବରେ ଅବହେଳା, ୬ ସରକାରୀ କର୍ମଚାରୀ ସସପେଣ୍ଡ

ଏହା ମଧ୍ୟ ପଢ଼ନ୍ତୁ...ଆକାଶ ମାର୍ଗରୁ ମୁଖ୍ୟମନ୍ତ୍ରୀଙ୍କ ବାତ୍ୟାଞ୍ଚଳ ପରିଦର୍ଶନ, ଆକଳନ କଲେ 'ଦାନା' କ୍ଷୟକ୍ଷତି

ଏହା ମଧ୍ୟ ପଢ଼ନ୍ତୁ...ବାତ୍ୟା ପରେ ବନ୍ୟା ଦାଉରେ ଅସ୍ତବ୍ୟସ୍ତ ଜନଜୀବନ, ସ୍ଥିତି ସମୀକ୍ଷା କଲେ ମନ୍ତ୍ରୀ ଓ ଜିଲ୍ଲାପାଳ

ପୂର୍ବରୁ ୬ ସରକାରୀ କର୍ମଚାରୀ ସସପେଣ୍ଡ:

ବାତ୍ୟା ‘ବାନା’ର ସଫଳ ମୁକାବିଲା ନେଇ ଭଦ୍ରକ ଜିଲ୍ଲା ପ୍ରଶାସନିକ ଟିମର ସମସ୍ତ ଅଧିକାରୀ, କର୍ମଚାରୀମାନେ ଦିନ ରାତି ପରିଶ୍ରମ କରିବାରେ ନିଷ୍ଠା ପାଇଁ ଜିଲ୍ଲାପାଳ ସମସ୍ତଙ୍କୁ ପ୍ରଶଂସା କରିଥିବାବେଳେ ଜରୁରୀ ସମୟରେ କର୍ତ୍ତବ୍ୟ ସମ୍ପାଦନରେ ଅବହେଳା ପାଇଁ ସରକାରଙ୍କୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ପଡ଼ିଥାଏ ବୋଲି ପ୍ରକାଶ କରିଛନ୍ତି । ତେବେ ପୂର୍ବରୁ କେନ୍ଦ୍ରାପଡା ଜିଲ୍ଲାରେ କାର୍ଯ୍ୟରତ ୫ ଜଣ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ (ପିଇଓ) ଓ ଜଣେ ରାଜସ୍ବ ନିରୀକ୍ଷକ (ଆରଆଇ)ଙ୍କୁ ବାତ୍ୟା ସମୟରେ କାର୍ଯ୍ୟରେ ଅବହେଳା ପାଇଁ ନିଲମ୍ବନ କରିଛନ୍ତି ରାଜ୍ୟ ସରକାର ।

ଇଟିଭି ଭାରତ, ଭଦ୍ରକ

ABOUT THE AUTHOR

...view details