ଓଡିଶା

odisha

ETV Bharat / state

ଏସପିଙ୍କୁ ସୁରକ୍ଷା ମାଗିଲେ ବ୍ରହ୍ମପୁର ମେୟର - BERHAMPUR MUNICIPAL CORPORATION

ସୁରକ୍ଷା ଲୋଡ଼ିଲେ ବ୍ରହ୍ମପୁର ମହାନଗର ନିଗମ ମେୟର । ପି.ଏସ.ଓ ଯୋଗାଇବାକୁ ଅନୁରୋଧ କରିଛନ୍ତି ।

Berhampur Municipal Corporation Mayor
Berhampur Municipal Corporation Mayor (ETV Bharat Odisha)

By ETV Bharat Odisha Team

Published : Feb 2, 2025, 9:20 AM IST

Updated : Feb 2, 2025, 9:40 AM IST

ବ୍ରହ୍ମପୁର:ବ୍ରହ୍ମପୁର ମହାନଗର ନିଗମରେ ଗତ ୨ ମାସରୁ ଊର୍ଦ୍ଧ୍ୱ ସମୟ ଧରି ବିଜେଡିର ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ଲାଗି ରହିଛି । ଏହାକୁ ନେଇ ମହାନଗର ନିଗମର ମେୟର, ଡେପୁଟି ମେୟରଙ୍କଠାରୁ ଆରମ୍ଭ କରି ଗୋଟିଏ ଗୋଷ୍ଠୀ ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକଙ୍କୁ ସାକ୍ଷାତ କରି ଗତ କିଛି ଦିନର ଅସ୍ଥିରତା ଏବଂ ସୁରକ୍ଷା ଉପରେ ଆଲୋଚନା କରିଛନ୍ତି । ମେୟର ଏବଂ ତାଙ୍କର ପ୍ରତିନିଧି ଦଳ ସୁରକ୍ଷା ପାଇଁ ପୁଣିଥରେ ବ୍ୟକ୍ତିଗତ ସୁରକ୍ଷା ଅଧିକାରୀ (ପିଏସଓ) ଯୋଗାଇବାକୁ ଅନୁରୋଧ କରିଛନ୍ତି । ଏନେଇ ରାଜ୍ୟ କମିଟି ଅନୁସାରେ, ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ ।

  • ସୁରକ୍ଷା ପାଇଁ ଅନୁରୋଧ :

ବ୍ରହ୍ମପୁର ମେୟର ସଂଙ୍ଘମିତ୍ରା ଦଳେଇଙ୍କୁ ପୂର୍ବରୁ ସରକାରଙ୍କ ପକ୍ଷରୁ ସୁରକ୍ଷା କର୍ମୀ ଯୋଗାଇ ଦିଆଯାଇଥିଲା । କିନ୍ତୁ ଗତ କିଛି ମାସ ତଳେ ଏହାକୁ ହଟାଇ ଦିଆଯାଇଥିଲା । ବ୍ରହ୍ମପୁର ମହାନଗର ନିଗମରେ ବିବାଦ ଦେଖାଦେବା ପରେ ଆରକ୍ଷୀ ଅଧିକ୍ଷକଙ୍କୁ ସାକ୍ଷାତ କରି ସୁରକ୍ଷା କର୍ମୀ ଯୋଗାଇ ଦେବାକୁ ନିବେଦନ କରିଛନ୍ତି ମେୟର ସଂଙ୍ଘମିତ୍ରା ଦଳେଇ । ରାଜ୍ୟସ୍ତରୀୟ ସୁରକ୍ଷା କମିଟି ନିକଟରେ ଏହି ପ୍ରସ୍ତାବ ଉପସ୍ଥାପନା କରାଯାଇ କମିଟିରେ ଯେଉଁ ବିଷୟ ଆସିବ ସେହି ଅନୁସାରେ ନିଷ୍ପତ୍ତି ନିଆଯିବ ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ ଡା.ଶ୍ରବଣା ବିବେକ ଏମ୍ ।

Berhampur Municipal Corporation Mayor (ETV Bharat Odisha)
  • ରାଜ୍ୟସ୍ତରୀୟ ସୁରକ୍ଷା କମିଟିରେ ହୋଇଥାଏ ନିଷ୍ପତ୍ତି:

ପୋଲିସ ବିଭାଗର ବରିଷ୍ଠ ଅଧିକାରୀଙ୍କୁ ନେଇ ଗଠିତ ହୋଇଥାଏ ରାଜ୍ୟସ୍ତରୀୟ ସୁରକ୍ଷା କମିଟି । ନିର୍ବାଚିତ ଜନପ୍ରତିନିଧିଙ୍କ ମଧ୍ୟରୁ କେଉଁମାନଙ୍କୁ ସୁରକ୍ଷା ଆବଶ୍ୟକତା ରହିଛି, କାହାକୁ ପିଏସଓ ଯୋଗାଇ ଦିଆଯିବ, ଏହାକୁ ନେଇ କମିଟିକୁ ଆସୁଥିବା ପ୍ରସ୍ତାବ ଉପରେ କମିଟି ପକ୍ଷରୁ ଆଲୋଚନା କରାଯାଇ ନିଷ୍ପତ୍ତି ନିଆଯାଇଥାଏ । ପୂର୍ବରୁ ଏହି କମିଟି ପକ୍ଷରୁ ବ୍ରହ୍ମପୁର ମେୟରଙ୍କୁ ଯୋଗାଇ ଦିଆଯାଇଥିବା ପିଏସଓକୁ ଉଠାଇ ନିଆଯାଇଥିବା ବେଳେ ବର୍ତ୍ତମାନ ଏହି ବିଷୟକୁ ପୁଣି ସେହି କମିଟିରେ ପ୍ରସ୍ତାବ ଦିଆଯିବ । କମିଟି ପକ୍ଷରୁ ଯାହା ନିଷ୍ପତ୍ତି ନିଆଯିବ ସେହି ଅନୁସାରେ ସୁରକ୍ଷା ଯୋଗାଇ ଦିଆଯିବ୍‌ ବୋଲି କହିଛନ୍ତି ବ୍ରହ୍ମପୁର ଆରକ୍ଷୀ ଅଧୀକ୍ଷକ ଡା.ସର୍ବଣା ବିବେକ ଏମ୍ ।

ଏସପିକହିଛନ୍ତି," ପୁଣି ‘ପିଏସଓ’ ସୁରକ୍ଷା ଯୋଗାଇ ଦେବା ପାଇଁ ବ୍ରହ୍ମପୁର ମେୟର ଅନୁରୋଧ କରିଛନ୍ତି । ବରିଷ୍ଠ ପୋଲିସ ଅଧିକାରୀଙ୍କୁ ନେଇ ରାଜ୍ୟସ୍ତରୀୟ ଏକ ସୁରକ୍ଷା କମିଟି ଅଛି । ଏହି କମିଟିରେ ଯାହା ନିଷ୍ପତ୍ତି ହୋଇଥାଏ, ଆମେ ତାହାକୁ ପାଳନ କରିଥାଉ । ମେୟର ସୁରକ୍ଷା ପାଇଁ ଅନୁରୋଧ କରିଛନ୍ତି । କମିଟି ଯାହା ନିଷ୍ପତ୍ତି, ନେବ ସେହି ଅନୁସାରେ ଆମେ କାର୍ଯ୍ୟ କରିବୁ ।"

ଏହା ମଧ୍ୟ ପଢ଼ନ୍ତୁ...BeMC କାର୍ଯ୍ୟାଳୟରେ ହାଇଡ୍ରାମା, BJDର ଦୁଇ କର୍ପୋରେଟର ଗୋଷ୍ଠୀ ମୁହାଁମୁହିଁ

ଏହା ମଧ୍ୟ ପଢ଼ନ୍ତୁ...BeMC କମିଶନରଙ୍କୁ ଦୁର୍ବ୍ୟବହାର, ଜିଲ୍ଲାପାଳଙ୍କୁ ଜଣାଇଲେ ମେୟର

BeMC କମିଶନରଙ୍କୁ ଦୁର୍ବ୍ୟବହାର ଅଭିଯୋଗ:

ସୂଚନା ଥାଉକି, ବ୍ରହ୍ମପୁର ବିଜେଡ଼ିରେ ୨ କର୍ପୋରେଟର ଗୋଷ୍ଠୀଙ୍କ କନ୍ଦଳ ଦିନକୁ ଦିନ ଉଗ୍ର ହେବାରେ ଲାଗିଛି । ମହାନଗର ନିଗମର ସାଧାରଣ ପରିଷଦ ବୈଠକରେ ଦୁଇ ଗୋଷ୍ଠୀ ମଧ୍ୟରେ ବିଭିନ୍ନ ବିଷୟକୁ ନେଇ ବିବାଦ ଦେଖାଦେବା ସହିତ ୨୬ ନମ୍ବର ୱାର୍ଡ଼ର କର୍ପୋରେଟର ବୈଠକରେ କମିଶନରଙ୍କୁ ଦୁର୍ବ୍ୟବହାର କରିବାର ଅଭିଯୋଗ ଆସିଥିଲା । ଦୁର୍ବ୍ୟବହାର ନେଇ କର୍ପୋରେଟରଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ମେୟରଙ୍କୁ ଚିଠି ଲେଖିବା ସହିତ ଗଞ୍ଜାମ ଜିଲ୍ଲାପାଳଙ୍କ ସମେତ ବିଭାଗକୁ ପତ୍ର ଲେଖିଥିଲେ ନିଗମର କମିଶନର । ସେପଟେ ମେୟର, ତାଙ୍କ ସମର୍ଥକ କର୍ପୋରେଟର ଓ ଏକାଧିକ ବିଜେପି କର୍ପୋରେଟର ଗଞ୍ଜାମ ଜିଲ୍ଲାପାଳ ଏବଂ ପରେ ବ୍ରହ୍ମପୁର ଆରକ୍ଷୀ ଅଧୀକ୍ଷକଙ୍କୁ ସାକ୍ଷାତ କରି ମହାନଗର ନିଗମର ବୈଠକରେ ହୋଇଥିବା ଘଟଣା ସମ୍ପର୍କରେ ଅବଗତ କରାଇଥିଲେ । ଗତ ୨ ମାସ ଧରି ନିର୍ଦ୍ଦିଷ୍ଟ କିଛି କର୍ପୋରେଟର ନିଗମରେ ଗୁଣ୍ଡାଗର୍ଦ୍ଦି କରୁଥିବା ନେଇ ଅଭିଯୋଗ ଆଣିଥିଲେ ।

ଇଟିଭି ଭାରତ, ବ୍ରହ୍ମପୁର

Last Updated : Feb 2, 2025, 9:40 AM IST

ABOUT THE AUTHOR

...view details