ବ୍ରହ୍ମପୁର:ଚାରୋଟି ମାମଲାରେ କୋର୍ଟରେ ହାଜର ହେଲେ ବ୍ରହ୍ମପୁର ସାଂସଦ ପ୍ରଦୀପ ପାଣିଗ୍ରାହୀ । ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ ଅନୁଯାୟୀ ପ୍ରଦୀପଙ୍କ ଭାଇଙ୍କ ନାମ ମାମଲାରୁ ବାଦ ପଡିଛି ।
4 ମାମଲାରେ ଚାର୍ଜଫ୍ରେମ:
Pradeep Panigrahi appears in court (ETV Bharat Odisha) ଟାଟା କମ୍ପାନୀରେ ଚାକିରି ଦେବା ନାଁରେ ଠକେଇ ଅଭିଯୋଗରେ ରୁଜୁ ହୋଇଥିଲା 5ଟି ମାମଲା । ଏହା ମଧ୍ୟରୁ ଆଜି(ବୁଧବାର) 4ଟି ମାମଲାରେ ବ୍ରହ୍ମପୁର କୋର୍ଟରେ ହାଜର ହୋଇଛନ୍ତି ବ୍ରହ୍ମପୁର ସାଂସଦ ପ୍ରଦୀପ ପାଣିଗ୍ରାହୀ । ବ୍ରହ୍ମପୁର ସ୍ଥିତ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ (ଗ୍ରାମାଞ୍ଚଳ)ଙ୍କ କୋର୍ଟରେ ବ୍ରହ୍ମପୁର ସାଂସଦ ପ୍ରଦୀପ ପାଣିଗ୍ରାହୀ ହାଜର ହୋଇଥିଲେ । ଏହା ସହିତ ପୂର୍ବରୁ ରୁଜୁ ହୋଇଥିବା ଗୋଟିଏ ମାମଲାରେ ଚାର୍ଜଫ୍ରେମ୍ ହୋଇଥିବାବେଳେ ଆଜି ଅନ୍ୟ 4ଟି ମାମଲାରେ ଚାର୍ଜଫ୍ରେମ ହୋଇଛି ।
କ'ଣ ଥିଲା ଅଭିଯୋଗ:
Pradeep Panigrahi appears in court (ETV Bharat Odisha) ଗୋପାଳପୁରର ବିଧାୟକ ରହିଥିବା ସମୟରେ ପ୍ରଦୀପ କୁମାର ପାଣିଗ୍ରାହୀଙ୍କ ନାଁରେ ଟାଟା କମ୍ପାନୀରେ ଚାକିରି ଦେବାକୁ କହି ଲକ୍ଷ ଲକ୍ଷ ଟଙ୍କା ଠକେଇ କରିଥିବା ଅଭିଯୋଗ ହୋଇଥିଲା । ବିଭିନ୍ନ ଥାନାରେ ରୁଜୁ ହୋଇଥିବା ମାମଲା ମଧ୍ୟରୁ ପୂର୍ବରୁ ଗୋଟିଏ ମାମଲାରେ ସେ ହାଜର ହୋଇଥିବାବେଳେ କୋର୍ଟର ତାରିଖ ଅନୁଯାୟୀ ଆଜି ପୁଣି ଥରେ ହାଜର ହୋଇଥିଲେ । 4 ଟି ମାମଲାରେ ଆଜି ଚାର୍ଜଫ୍ରେମ ହୋଇଥିଲା । ଏନେଇ ପ୍ରଦୀପ ପାଣିଗ୍ରାହୀ କହିଛନ୍ତି, "ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଏହି ମାମଲା ହୋଇଥିଲା । ଏବେ କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ହାଜର ହେବାକୁ ପଡୁଛି।"
ଏହା ବି ପଢନ୍ତୁ...ନିଆଁରେ ଘିଅ ଢାଳିଲା ‘ଲେଖା ଛିଡାଇ ଦେବା’: ମନସ୍ଥ କରିଥିଲେ ଜନତା, ଖୋରାକ ଯୋଗାଇଲା ଡାଏଲଗ - LeKha Chidei Daba Words Effect
ପ୍ରଦୀପଙ୍କ ଭାଇଙ୍କ ନାଁ ମାମଲାରୁ ବାଦ:
୨୦୨୩ ମସିହା ମେ ୩୦ ତାରିଖରେ ପ୍ରଦୀପଙ୍କ ଓକିଲଙ୍କ ପକ୍ଷରୁ କୋର୍ଟରେ ଫାଇଲ ହୋଇଥିବା ଏକ ପିଟିସନକୁ ବ୍ରହ୍ମପୁର କୋର୍ଟ ଗ୍ରହଣ କରିଥିବାବେଳେ ଏହାକୁ ନେଇ ଓଡିଶା ସରକାରଙ୍କ ପକ୍ଷରୁ ଏକ ପ୍ରୋଟେକ୍ସନ୍ ପିଟିସନ ଫାଇଲ ହୋଇଥିଲା । ହେଲେ ସରକାରଙ୍କ ପକ୍ଷରୁ ଫାଇଲ ହୋଇଥିବା ପ୍ରୋଟେକ୍ସନ ପିଟିସନକୁ ବ୍ରହ୍ମପୁର କୋର୍ଟ ଅଗ୍ରାହ୍ୟ କରି ଦେଇଥିବା ପ୍ରଦୀପଙ୍କ ଓକିଲ ସୂଚନା ଦେଇଛନ୍ତି । ଆଇନଜୀବୀ ବାଳକୃଷ୍ଣ ପଲେଇ କହିଛନ୍ତି, "ସମସ୍ତ ଅଭିଯୁକ୍ତଙ୍କୁ ଚାର୍ଜଫ୍ରେମ କରାଯାଇଥିବାବେଳେ ସେହି ମାମଲା ମଧ୍ୟରୁ ଜି.ଆର- ୬୨/୨୦୨୧ ମାମଲାରେ ରଖାଯାଇଥିବା ପ୍ରଦୀପ ପାଣିଗ୍ରାହୀଙ୍କ ଭାଇ ଦିଲ୍ଲୀପ ପାଣିଗ୍ରାହୀ ବାଦ୍ ପଡିଛନ୍ତି । ସେହିପରି ଉଚ୍ଚ ନ୍ୟାୟଳୟଙ୍କ ନିର୍ଦ୍ଦେଶକ୍ରମେ ଜି.ଆର୍- ୫୧୧ /୨୦୨୧ ମାମଲାରେ ପୂର୍ବରୁ ରହିଥିବା ପୂର୍ବତନ ଅଧ୍ୟକ୍ଷ ସର୍ବେଶ୍ୱର ରାଓଙ୍କ ବିୟୋଗ ହୋଇଥିବା ଯୋଗୁଁ ତାଙ୍କ ନାଁ ବାଦ ଦିଆଯାଇଛି ।"
2ଟି ମାମଲାରେ ହାଜର ହେଲେ ଆକାଶ ଓ ଅଭୟ ପାଠକ:
ବ୍ରହ୍ମପୁର କୋର୍ଟରେ ଆଜି ପ୍ରଦୀପଙ୍କ ସହିତ ଦୁଇଟି ମାମଲାରେ ହାଜର ହୋଇଛନ୍ତି ଆକାଶ ପାଠକ ଓ ତାଙ୍କ ବାପା ଅଭୟ ପାଠକ । ଏହି ମାମଲାରେ ଅଭିଯୋଗକାରୀମାନେ କୋର୍ଟରେ ପୂର୍ବରୁ ରୁଜୁ ହୋଇଥିବା ମାମଲା ଆଗକୁ ବୃଦ୍ଧି କରିବାକୁ ଚାହୁଁ ନଥିବା ନେଇ ସତ୍ୟପାଠ ଦାଖଲ କରିଛନ୍ତି । ସେମାନେ ସେମାନଙ୍କ ଅର୍ଥ ପାଇସାରିଥିବା କୋର୍ଟକୁ ଜଣାଇଥିବା ନେଇ ସୂଚନା ଦେଇଛନ୍ତି ପ୍ରଦୀପଙ୍କ ଓକିଲ ।
ଇଟିଭି ଭାରତ, ବ୍ରହ୍ମପୁର