ଓଡିଶା

odisha

By ETV Bharat Odisha Team

Published : Apr 5, 2024, 10:17 PM IST

ETV Bharat / state

ଆରଟିଇ ନିୟମ ଉଲ୍ଲଙ୍ଘନ, ୨୦ଟି ପ୍ରାଇଭେଟ ସ୍କୁଲକୁ ନୋଟିସ - Notice To Private School

BEO Notice To Private School: ଆରଟିଇ ନିୟମ ଉଲ୍ଲଙ୍ଘନ କରିଥିବା ନେଇ ଭୁବନେଶ୍ବରର ୨୦ଟି ବିଦ୍ୟାଳୟକୁ ବିଇଓଙ୍କ ପକ୍ଷରୁ ନୋଟିସ୍‌ ପଠାଯାଇଛି । ଅଧିକ ପଢ଼ନ୍ତୁ

୨୦ଟି ପ୍ରାଇଭେଟ ସ୍କୁଲକୁ ବିଇଓଙ୍କ ନୋଟିସ
୨୦ଟି ପ୍ରାଇଭେଟ ସ୍କୁଲକୁ ବିଇଓଙ୍କ ନୋଟିସ

୨୦ଟି ପ୍ରାଇଭେଟ ସ୍କୁଲକୁ ବିଇଓଙ୍କ ନୋଟିସ

ଭୁବନେଶ୍ବର: ରାଜଧାନୀର ୨୦ଟି ସ୍କୁଲ ଆରଟିଇ ନିୟମ ଉଲ୍ଲଙ୍ଘନ କରିଥିବା ନେଇ ନୋଟିସ ଜାରି । ୨୦୨୪-୨୫ ଶିକ୍ଷାବର୍ଷରେ ଶିକ୍ଷା ଅଧିକାର ଆଇନ ଅନୁଯାୟୀ ଘରୋଇ ସ୍କୁଲରେ ୨୫ ପ୍ରତିଶତ ସିଟ ଆର୍ଥିକ ଅନଗ୍ରସର ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କୁ ମାଗଣାରେ ଶିକ୍ଷାଦାନ ପାଇଁ ପ୍ରାବଧାନ ରହିଛି । କିନ୍ତୁ କିଛି ଘରୋଇ ବିଦ୍ୟାଳୟ ଆରଟିଇ ନାମଲେଖା ପାଇଁ କୌଣସି ସିଟ୍‌ ଉପଲବ୍ଧ ନଥିବା କହି ଅଭିଭାବକଙ୍କୁ ଫେରାଇ ଦେବା ପରେ ବିବାଦ ତିଜିଛି । ଏନେଇ ଓଡ଼ିଶା ଅଭିଭାବକ ମହାସଂଘର ଅଭିଯୋଗ ପରେ ଭୁବନେଶ୍ୱରର ୨୦ଟି ସ୍କୁଲକୁ ଆରଟିଇ ନିୟମ ଉଲ୍ଲଙ୍ଘନ ନେଇ ନୋଟିସ ଜାରି କରିବା ସହ ତୁରନ୍ତ ଆଡ଼ମିସନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ବିଇଓ ।

ତେବେ ଶିକ୍ଷା ଅଧିକାର ଆଇନ ଅନୁଯାୟୀ, ପ୍ରତ୍ୟେକ ଘରୋଇ ସ୍କୁଲର 25 ପ୍ରତିଶତ ସିଟ୍‌ରେ ମାଗଣା ଶିକ୍ଷାଦାନ ପାଇଁ ନିୟମ ରହିଛି । ଏହାକୁ ନେଇ ୨୦୨୪-୨୫ ଶିକ୍ଷାବର୍ଷ ପାଇଁ ଆରଟିଇ ଅଧୀନରେ ନାମ ଲେଖାଇବା ପାଇଁ ପ୍ରଥମ ପର୍ଯ୍ୟାୟ ଛାତ୍ରୀଛାତ୍ରଙ୍କ ତାଲିକା ପ୍ରକାଶ ପାଇଛି । କିନ୍ତୁ କିଛି ଘରୋଇ ବିଦ୍ୟାଳୟ ଆରଟିଇ ନାମଲେଖା ପାଇଁ କୌଣସି ସିଟ୍‌ ଉପଲବ୍ଧ ନଥିବା କହି ଅଭିଭାବକଙ୍କୁ ଫେରାଇ ଦେଉଛନ୍ତି । ଯାହାକୁ ନେଇ ଗତକାଲି (ଗୁରୁବାର) ଓଡ଼ିଶା ଅଭିଭାବକ ମହାସଂଘ ବିଇଓ କାର୍ଯ୍ୟାଳୟ ଆଗରେ ଧାରଣା ଦେବା ସହ ତୁରନ୍ତ ନାମଲେଖା ପାଇଁ ଦାବି କରିଥିଲେ । ପରେ ଅଭିଭାବକ ମହାସଂଘ ଏନେଇ ବିଇଓଙ୍କୁ ଭେଟି ଅଭିଯୋଗ କରିଥିଲେ । ଏହାସହ ପ୍ରଥମ ପର୍ଯ୍ୟାୟରେ ଚୟନ ହୋଇଥିବା ଛାତ୍ରଛାତ୍ରୀଙ୍କ ନାମଲେଖା ପାଇଁ ବିଦ୍ୟାଳୟଗୁଡିକୁ ନିର୍ଦ୍ଦେଶ ଦେବା ସହ ନିୟମର ଅବମାନନା କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଅଭିଭାବକ ମହାସଂଘ ଦାବି କରିଥିଲେ । ସେପଟେ ଅଭିଭାବକ ମହାସଂଘ ଅଭିଯୋଗ ପରେ ୨୦ଟି ବିଦ୍ୟାଳୟକୁ ବିଇଓଙ୍କ ପକ୍ଷରୁ ନୋଟିସ୍‌ ପଠାଯାଇଛି । ଏହାସହ ତୁରନ୍ତ ପ୍ରଥମ ପର୍ଯ୍ୟାୟରେ ଚୟନ ହୋଇଥିବା ଛାତ୍ରୀଛାତ୍ରଙ୍କ ନାମଲେଖା କରିବାକୁ ବିଦ୍ୟାଳୟ ଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି ।

ଏହା ମଧ୍ୟ ପଢ଼ନ୍ତି...25% ମାଗଣା ସିଟରେ ମିଳୁନି ଆଡ଼ମିସନ ! ବିଇଓ ଅଫିସ ଘେରିଲା ଅଭିଭାବକ ମହାସଂଘ - EWS Admissions In Private School

ସୂଚନା ଅନୁଯାୟୀ, ଆରଟିଇରେ ଘରୋଇ ସ୍କୁଲରେ ମାଗଣା ପାଠ ପଢିବାକୁ ୧୭ ହଜାର ୨୩୫ ଛାତ୍ରଛାତ୍ରୀ ଯୋଗ୍ୟ ବିବେଚିତ ହୋଇଛନ୍ତି । ଆର୍ଥିକ ଅନଗ୍ରସର ଶ୍ରେଣୀର ପିଲାମାନେ ବେସରକାରୀ ବିଦ୍ୟାଳୟ ଗୁଡ଼ିକରେ ପାଠ ପଢ଼ିପାରିବେ । ଏନେଇ ଘରୋଇ ସ୍କୁଲରେ ସମ୍ପୂର୍ଣ ଭାବରେ ନିଃଶୁକ୍ଳ ଶିକ୍ଷା ଲାଭ ପାଇପାରିବେ । ପ୍ରଥମ ପର୍ଯ୍ୟାୟ ପାଇଁ ଫେବୃଆରୀ ୨୨ ତାରିଖରୁ ଆରମ୍ଭ କରି ମାର୍ଚ୍ଚ ୨୦ ତାରିଖ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନେ ଏହି ପାରଦର୍ଶୀ ପୋର୍ଟାଲ ମାଧ୍ୟମରେ ନାମଲେଖା ପାଇଁ ଆବେଦନ କରିଥିଲେ । ରାଜ୍ୟରେ ଥିବା ୩ ହଜାର ୩୩୧ ବେସରକାରୀ ବିଦ୍ୟାଳୟ ଗୁଡ଼ିକରେ ୪୧ ହଜାର ୩୩୩ ସିଟ୍‌ ପାଇଁ ସମୁଦାୟ ୩୦ ହଜାର ୪୨୩ ଅନ୍‌ଲାଇନ୍‌ ଆବେଦନ ଗ୍ରହଣ କରାଯାଇଥିଲା । ଏହା ମଧ୍ୟରୁ ବ୍ଲକ୍‌ ଶିକ୍ଷା ଅଧିକାରୀମାନେ ପ୍ରମାଣପତ୍ର ଯାଞ୍ଚ କରି ୨୩ ହଜାର ୨୨୮ ଜଣଙ୍କର ଆବେଦନ ପତ୍ରକୁ ଯୋଗ୍ୟ ବିବେଚିତ କରିଥିଲେ । ସେଥିମଧ୍ୟରୁ କେନ୍ଦ୍ରୀୟ ଲଟେରୀ ମାଧ୍ୟମରେ ୧୭ ହଜାର ୨୩୫ ଜଣ ଛାତ୍ରଛାତ୍ରୀଙ୍କୁ ନାମଲେଖା ପାଇଁ ଚୟନ କରାଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details