ବରଗଡ଼:ରାଜରାସ୍ତାରେ ଗର୍ଜିଲା କୃଷକ ସଂଘ । ବିଭିନ୍ନ ଦାବି ନେଇ ଜିଲ୍ଲାର ସମସ୍ତ ଚାଷୀ ସଙ୍ଗଠନକୁ ନେଇ ଗଠିତ ହୋଇଥିବା ସଂଯୁକ୍ତ କୃଷକ ସଂଗଠନ ପକ୍ଷରୁ ଆଜି ବିକ୍ଷୋଭ ସମାବେଶ ଆୟୋଜିତ ହୋଇଥିଲା । ମଙ୍ଗଳବାର ବରଗଡ଼ର ଲୋକମଣ୍ଡପ ପଡ଼ିଆଠାରୁ ହଜାର ହଜାର ଚାଷୀଙ୍କ ବିରାଟ ରେଲି ବରଗଡ଼ ସହର ପରିକ୍ରମା କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଯାଏଁ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।
ଆଗାମୀ ସାଧାରଣ ନିର୍ବାଚନକୁ ଆଖିଆଗରେ ରଖି ସରକାର ସମସ୍ତ କ୍ଷେତ୍ରରେ ସୁବିଧା ଯୋଗାଇ ଦେଇଥିବା ବେଳେ କିନ୍ତୁ କୃଷି ଓ କୃଷକଙ୍କୁ ଅଣଦେଖା କରାଯାଇଥିବା ଅଭିଯୋଗ କରିଛନ୍ତୁି ବରଗଡ଼ର ଚାଷୀ l ୫ ଦଫା ଦାବି ନେଇ ଜିଲ୍ଲାର ୧୨ ଗୋଟି ବ୍ଲକରୁ ୫ ହଜାରରୁ ଅଧିକ କୃଷକ ଲୋକମଣ୍ଡପ ପଡ଼ିଆ ଠାରେ ଏକତ୍ରିତ ହୋଇ ବିଶାଳ ରାଲିରେ ଆସି ଜିଲ୍ଲାପାଳ ଅଫିସ ଘେରାଉ କରିଥିଲେ ଏବଂ ରାଜନେତା, ସରକାର, ପ୍ରଶାସନ ଏବଂ କମ୍ପାନୀମାନଙ୍କୁ ଚେତାବନୀ ଦେଇଛନ୍ତି ।
ଗତ ଖରିଫ ଋତୁ ଶେଷ ଆଡ଼କୁ ମିଗଜୋମ ସାମୁଦ୍ରିକ ଝଡ଼ କାରଣରୁ ବରଗଡ଼ ଜିଲ୍ଲାର ବ୍ୟାପକ ପରିମାଣରେ ଧାନ ଫସଲ ନଷ୍ଟ ହୋଇଥିଲା । ବିଭାଗୀୟ ଅଧିକାରୀମାନଙ୍କ ରିପୋର୍ଟ ଅନୁସାରେ ଜିଲ୍ଲାପାଳ ୪୧ ହାଜର ହେକ୍ଟର ୩୩%ରୁ ଅଧିକ ଫସଲ ନଷ୍ଟ ହୋଇଥିବା ରାଜ୍ୟ ସରକାରଙ୍କୁ ଜଣାଇଥିଲେ । ତେବେ କାହିଁକି ଓ କେମିତି ଏବଂ କାହା ନିର୍ଦ୍ଦେଶରେ ୪୦୦ ହେକ୍ଟର ଜମିର କ୍ଷତିପୂରଣ ଦିଆଗଲା ଏବଂ ପେଟା କୁହା ଫସଲ ବୀମା ୧୦ ଦିନ ମଧ୍ୟରେ ଆକଳନ କରି ୧୫ ଦିନ ମଧ୍ୟରେ କ୍ଷତିପୂରଣ ଦେବାର ନିୟମ ଅଛି, ହେଲେ ଦୁଇମାସ ବିତିଯାଇଥିଲେ ମଧ୍ୟ କ୍ଷତିପୂରଣ ମିଳିନଥିବା ଅଭିଯୋଗ ହୋଇଛି ।