ବରଗଡ଼: ମହାରାଜ କଂସଙ୍କ ଅଟ୍ଟହାସ୍ୟରେ କମ୍ପୁଛି ବରଗଡ଼ । ବିଶ୍ବପ୍ରସିଦ୍ଧ ଧନୁଯାତ୍ରାର ଅଷ୍ଟମ ଦିନରେ ମହାରାଜା କଂସଙ୍କ ଚିତାଉ ନେଇ ମନ୍ତ୍ରୀ ଅକ୍ରୁର ଗୋପପୁରରେ ପହଞ୍ଚି ଯମୁନା ବାଲିରେ କୃଷ୍ଣପାଦ ଦର୍ଶନ କରି ଆତ୍ମବିଭାର ହୋଇପଡ଼ିଛନ୍ତି । ଗୋପପୁରରେ ଭଗବାନ ଶ୍ରୀକୃଷ୍ଣ ଗୋଟିଏ ପରେ ଗୋଟିଏ ଲୀଳା କରି ଚାଲିଥିବା ବେଳେ ବିଷଧର ସର୍ପ ଶଙ୍ଖଚୁଡ଼ ଓ ଚନ୍ଦ୍ରଚୁଡ଼କୁ ବଧ କରିବା ସହ ବୃଦ୍ଧ ବ୍ରାହ୍ମଣକୁ ଚକ୍ଷୁଦାନ କରି ଶବରୀର ଅଇଁଠା କୋଳି ଖାଇଛନ୍ତି । ଏପଟେ ମଥୁରାରେ ମହାରାଜ କଂସ, କୃଷ୍ଣ ଓ ବଳରାମଙ୍କ ଆସିବା ଖୁସିରେ ଆତ୍ମହରା ହୋଇଛନ୍ତି ଏବଂ ସ୍ୱର୍ଗପୁରକୁ ଆକ୍ରମଣ କରି ଇନ୍ଦ୍ର ଓ ଯମରାଜାଙ୍କୁ ବନ୍ଦୀ କରିଛନ୍ତି । ସେପଟେ ଆଜି ନବମ ଦିନରେ ଗୋପ ଛାଡ଼ି ମଥୁରା ଯିବେ କୃଷ୍ଣବଳରାମ ।
କଂସଙ୍କ ଛଳନାର ଧନୁଯାତ୍ରା:
ମହାରାଜା କଂସ ଆୟୋଜନ କରିଛନ୍ତି ଛଳନାର ଯାତ୍ରା ଧନୁଯାତ୍ରା । ଏହାକୁ ଦେଖିବା ପାଇଁ ଭଣଜା କୃଷ୍ଣ ଓ ବଳରାମଙ୍କୁ ଆମନ୍ତ୍ରିତ କରିଛନ୍ତି । ତେବେ କଂସଙ୍କ ଚିତାଉ ନେଇ ଅକ୍ରୁର ଯମୁନା ପାରିହେବା ବେଳେ ଯମୁନା ବାଲିରେ କୃଷ୍ଣପାଦ ଦର୍ଶନ କରି ଆତ୍ମବିଭୋର ହୋଇପଡ଼ିଛନ୍ତି । ଏପଟେ ଶ୍ରୀକୃଷ୍ଣ ଗୋଟିଏ ପରେ ଗୋଟିଏ ଲୀଳା କରିଚାଲିଛନ୍ତି । କେତେବେଳେ ଶବରୀର ଅଇଁଠା କୋଳି ଖାଉଛନ୍ତି ତ କେତେ ବେଳେ କଂସଙ୍କ ପ୍ରେରିତ ବିଷଧର ସର୍ପ ଶଙ୍ଖଚୁଡ଼, ଚନ୍ଦ୍ରଚୁଡ଼କୁ ବଧ କରିଛନ୍ତି । ସେହିପରି କ୍ରୋଧିତ ଇନ୍ଦ୍ରଙ୍କ ବର୍ଷାରୁ ଗୋପପୁରବାସୀଙ୍କୁ ରକ୍ଷାକରିବା ପାଇଁ ମାୟାଧର ଶ୍ରୀକୃଷ୍ଣ ଗିରିଗୋବର୍ଦ୍ଧନ ଧାରଣ କରିଛନ୍ତି ।
ସେପଟେ ବୃଦ୍ଧ ଚକ୍ଷୁହୀନ ବ୍ରାହ୍ମଣଙ୍କୁ ଚକ୍ଷୁଦାନ କରି ଗୋପପୁରବାସୀଙ୍କୁ ଆଚମ୍ବିତ କରିଛନ୍ତି । ଠିକ୍ ଏତିକି ବେଳେ ଅକ୍ରୁର ମଧୁମଙ୍ଗଳଙ୍କ ସହ ଭେଟ ହୋଇ ଗୋପପୁରରେ ପହଞ୍ଚି ଆତ୍ମ ଚକିତ ହୋଇପଡ଼ିଛନ୍ତି । ସାରା ଗୋପପୁର ହୋଇଛି କୃଷ୍ଣମୟ, କୃଷ୍ଣବଳରାମଙ୍କୁ ଦେଖି ମନ୍ତ୍ରୀ ଅକ୍ରୁର ଆତ୍ମବିଭୋର ହୋଇପଡ଼ିଛନ୍ତି । ପରେ ଦୁଇ ଭାଇ କୃଷ୍ଣବଳରାମଙ୍କୁ ଧରି ଅକ୍ରୁର ନନ୍ଦରାଜା ଓ ନନ୍ଦରାଣୀଙ୍କୁ ଭେଟିଛନ୍ତି । ଧନୁଯାତ୍ରାର ଅଷ୍ଟମ ଦିନରେ ନୃସିଂହନାଥ ପୀଠରୁ ଆସିଥିବା ଭୋଗ କୃଷ୍ଣବଳରାମଙ୍କୁ ଅର୍ପଣ କରାଯାଇଥିଲା ।
ଇନ୍ଦ୍ର ଓ ଯମରାଜାଙ୍କୁ ବନ୍ଦୀ କରିଛନ୍ତି କଂସ: