ଓଡିଶା

odisha

By ETV Bharat Odisha Team

Published : Jun 19, 2024, 7:59 PM IST

ETV Bharat / state

ପାର୍ଟି ବଡ଼ ନୁହେଁ ମାଟି ବଡ଼; କଳସ ଧରି ବିଧାନସଭା ଆସିଲେ ବଡ଼ମ୍ବା ବିଧାୟକ - baramba mla TAKEs OATH

BARAMBA MLA TAKES OATH: ଶପଥ ନେଲେ ବଡ଼ମ୍ବା ନରସିଂହପୁର ସ୍ଵାଧୀନ ବିଧାୟକ ବିଜୟ କୁମାର ଦଳବେହେରା । ବିଧାନସଭାକୁ ନିଜ ନିର୍ବାଚନ ମଣ୍ଡଳୀର ମାଟି କଳସ ନେଇ ଆସିଲେ ବିଜୟ । ଅଧିକ ପଢନ୍ତୁ

BARAMBA MLA TAKES OATH
BARAMBA MLA TAKES OATH (ETV Bharat Odisha)

ଭୁବନେଶ୍ବର:ନିଜ ନିର୍ବାଚନ ମଣ୍ଡଳୀର ମାଟି ନେଇ ବିଧାନସଭାକୁ ଆସିଲେ ନବନିର୍ବାଚିତ ବିଧାୟକ । ବଡ଼ମ୍ବା ନରସିଂହପୁର ସ୍ଵାଧୀନ ବିଧାୟକ ବିଜୟ କୁମାର ଦଳବେହେରା ଆଜି ବିଧିବଦ୍ଧ ଭାବେ ଶପଥ ନେଇଛନ୍ତି । ନିଜ ନିର୍ବାଚନ ମଣ୍ଡଳୀର ମାଟି ଭର୍ତ୍ତି କଳସ ଧରି ସେ ବିଧାନସଭାରେ ପହଞ୍ଚିଲେ । ମାଟିକୁ ବିଧାନସଭା ସମ୍ମୁଖରେ ରଖି ସେ ଶପଥ ପାଇଁ ଗୃହକୁ ପ୍ରବେଶ କରିଥିଲେ । ବଡ଼ମ୍ବା ନରସିଂହପୁର ଗଡ଼ଜାତ ମାଟି ପାଇଁ ଆଗକୁ ନିଷ୍ଠାର ସହ କାମ କରିବା ସହ ବିଧାନସଭାରେ ସେ ସବୁ ପ୍ରସଙ୍ଗ ଉଠାଇବି ବୋଲି କହିଛନ୍ତି ।

BARAMBA MLA TAKES OATH (ETV Bharat Odisha)

ଏହି ଅବସରରେ ବଡ଼ମ୍ବା ନରସିଂହପୁର ସ୍ଵାଧୀନ ବିଧାୟକ ବିଜୟ ଦଳବେହେରା କହିଛନ୍ତି," ବଡ଼ମ୍ବା ନରସିଂହପୁର ଗଡଜାତର ମାଟି । ସ୍ୱାଭିମାନର ମାଟି । ବଡ଼ମ୍ବା ନରସିଂହପୁରରେ ସ୍ୱାଭିମାନର ଲଢେଇ ଲଢିଥିଲି । କେବଳ କଟକ ନୁହେଁ ସାରା ଦେଶରେ ଇତିହାସ ସୃଷ୍ଟି ହୋଇଛି । ଗୋଟେ ଗରିବ କୃଷକ ପରିବାରରୁ ମୁଁ ବିଧାନସଭାକୁ ଆସିଛି । ଗୋଟେ ଜାତୀୟ ଦଳ ଓ ବଡ଼ ଆଞ୍ଚଳିକ ଦଳର ନେତାଙ୍କୁ ହରାଇଛି । ପୂର୍ବତନ ମନ୍ତ୍ରୀ ତଥା ବିଜେଡିର 6 ଥର ବିଧାୟକ ଦେବୀ ମିଶ୍ର ଓ ଆଉ ଜଣେ ଆଇଆରଏସ ଅଧିକାରୀ ମୋ ସମ୍ମୁଖରେ ଥିଲେ । କିନ୍ତୁ ଜଣେ ସାଧାରଣ ଲୋକଙ୍କୁ ଜନସାଧାରଣ ଆଶୀର୍ବାଦ କଲେ । ବିନା ଖର୍ଚ୍ଚରେ ଲୋକେ ମୋତେ ଜିତେଇଲେ । ଲୋକେ ନିଜେ ଖର୍ଚ୍ଚ କରି ମୋତେ ଜିତେଇଛନ୍ତି ।"

ଏହା ମଧ୍ୟ ପଢନ୍ତୁ....ବିରୋଧୀ ଦଳ ନେତା ନବୀନ ନା ଆଉ କିଏ ? 'ନବୀନଙ୍କ ନିଷ୍ପତ୍ତି ସର୍ବମାନ୍ୟ' କହିଲେ ବରିଷ୍ଠ ନେତା - Opposition Leader Odisha Assembly

ସେ ଆହୁରି ମଧ୍ୟ କହିଛନ୍ତି," ବଡ଼ମ୍ବା ନରସିଂହପୁର ମାଟିର ସମ୍ମାନ ରକ୍ଷା ଲାଗି ମୁଁ କାର୍ଯ୍ୟ କରିବି । ଏ ମାଟି ମୋତେ ତାଙ୍କ ସେବକ ଭାବେ ପଠେଇଛି । ସେବା କରିବାର ପ୍ରତିଶ୍ରୁତି ନେଇ ମୁଁ ବିଧାନସଭା ଆସିଛି । ଏହି ମାଟି ମାଆର ସେବା କରିବି ମୋର ଏକମାତ୍ର ଲକ୍ଷ୍ୟ । ନାହିଁ ନାହିଁରେ ବଡ଼ମ୍ବା ନରସିଂହପୁର । ସ୍ଥିର ଶାସନର ଦୀର୍ଘ ବର୍ଷ ପରେ ପିଇବାକୁ ପାଣି ନାହିଁ । ସୁଗାର ମିଲ ଉଜୁଡି ଯାଇଛି । 30 ବର୍ଷର ପିସି ଶାସନ ଚାଲିଛି । ବଡ଼ମ୍ବା ନରସିଂହପୁରରେ ପିସି ବନ୍ଦ ହେବ । ବିନା ମୂଲ୍ୟରେ ଲୋକେ ମୌଳିକ ସୁବିଧା ପାଇବେ । ଏ ପ୍ରତିଶ୍ରୁତି ଆଜି ମୁଁ ଦେଉଛି ।

ସେପଟେ ଆଜି ଶାସକ ବିଜେପି ତରଫରୁ ରଣପୁର ବିଧାୟିକା ସୁରମା ପଢୀ ବାଚସ୍ପତି ଭାବେ ନାମାଙ୍କନ ଭରିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details