ଭୁବନେଶ୍ବର:ଓଡ଼ିଶାକୁ ପୁଣି ବାଂଲାଦେଶୀ ଟେନସନ ! କଟକରୁ ଜଣେ ବାଂଲାଦେଶୀ ନାବାଳିକା ଉଦ୍ଧାର ପରେ ଏବେ ପୁଣି ରାଜ୍ୟରେ ବାଂଲା କନେକ୍ସନ ସାମନାକୁ ଆସିଛି । ଆଗକୁ ସର୍ବଭାରତୀୟ ସ୍ତରରେ ଡିଜି ସମ୍ମିଳନୀ ହେବାକୁ ଯାଉଛି । ତାହା ସହ ଡିସେମ୍ବର 4ରେ ପୁରୀରେ ନୌସେନା ଦିବସ ପାଳନ କରାଯିବ । ଏହାରି ଭିତରେ କଟକରୁ ଜଣେ ବାଂଲା ନାବାଳିକା ଉଦ୍ଧାର ପରେ କମିଶନରେଟ ପୋଲିସର ଚିନ୍ତା ବଢି ଯାଇଛି ।
ତୀକ୍ଷ୍ଣ ନଜର ରଖିଛି ପୋଲିସ:
ଏନେଇ ଭୁବନେଶ୍ୱର ଡିସିପି ପିନାକ ମିଶ୍ର କହିଛନ୍ତି, ‘ଯେଉଁ ଘଟଣାଟି ଘଟିଛି କଟକରେ ହୋଇଛି । ସେ ସକ୍ରାନ୍ତରେ ଯାହା ବି ଆଇନଗତ କାର୍ଯାନୁଷ୍ଠାନ ନିଆଯାଇଛି । ଭୁବନେଶ୍ୱର ମଧ୍ୟ ଆମେ ତୀକ୍ଷ୍ଣ ନଜର ରଖିଛୁ । ଏ ପ୍ରକାର କୌଣସି ଅଭିଯୋଗ ଆମର ହସ୍ତଗତ ହୁଏ ତା ଉପରେ ଆମେ କାର୍ଯାନୁଷ୍ଠାନ ଗ୍ରହଣ କରିବୁ । ପୋଲିସ ତରଫରୁ ଆମେ ଖବର ସଂଗ୍ରହ କରୁଛୁ ଗୁଇନ୍ଦା ନଜର ମଧ୍ୟ ରଖିଛୁ । କୌଣସି ପ୍ରକାର ବାହାରୁ କିଏ ଆସିକି କିଏ ଯଦି ଅସାମାଜିକ କାମରେ ଲିପ୍ତ ହେଉଛି । ଆଇନରେ ପ୍ରାବଧାନ ଅଛି ସେଇଟା ନିଆଯିବ ତାଙ୍କୁ ଉଚିତ୍ କାର୍ଯ୍ୟାନୁଷ୍ଠାନ ନିଆଯିବ ।’
29ରୁ DG ସମ୍ମିଳନୀ:
ଆସନ୍ତା 29ରୁ ଭୁବନେଶ୍ୱର ହେବାକୁ ଯାଉଛି ପୋଲିସ ଡିଜି ସମ୍ମିଳନୀ । ଯେଉଁଠି ସହରରେ ଏକାଠି ସାରା ଭାରତବର୍ଷର ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ପୋଲିସ ଡିଜି ଓ ଆଇଜି ଭଳି ଆଇପିଏସ ଅଧିକାରୀ । ଏଥି ସହ ପ୍ରଧାନମନ୍ତ୍ରୀଙ୍କ ସହ ଗୃହମନ୍ତ୍ରୀ ଓ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ମଧ୍ୟ ଉପସ୍ଥିତ ରହିବେ । ଯେଉଁଠି ସାରା ଭାରତବର୍ଷର ଆଇନଗତ ଦିଗ ଓ ଅପରାଧି କାର୍ଯ୍ୟକଳାପ ଓ ସାମ୍ପ୍ରତିକ ପରିସ୍ଥିତିରେ କିଭଳି ରହିଛି ସ୍ଥିତି, ଆତଙ୍କବାଦୀ, ସନ୍ତ୍ରାସବାଦୀ ଓ ଗୁପ୍ତଚରୀ ଓ ଦେଶଦ୍ରୋହୀ ଭଳି ଅପରାଧିକ କାର୍ଯ୍ୟକଳାପ ନେଇ ମଧ୍ୟ ଆଲୋଚନା କରାଯିବ । ତେଣୁ ସହରରେ ଉପସ୍ଥିତ ହେବାକୁ ଥିବା ଏହି ଭିଭିଆଇପି ଓ ଭିଆଇପି(VIP)ଙ୍କ ସୁରକ୍ଷା ଲାଗି ସହରରେ ଏବେ ପୋଲିସ ଛାଉଣିର ବ୍ୟବସ୍ଥା ଚାଲିଛି । ଏନେଇ ପୋଲିସର ସୁରକ୍ଷା ପ୍ରସ୍ତୁତି ଓ ମାହୋଲ ମଧ୍ୟରେ କଟକରେ ଏପରି ବାଂଲାଦେଶୀ ଠାବ ହେବା ପୋଲିସକୁ ଚିନ୍ତା ବଢ଼ାଇଛି ।
ଏପଟେ ସହର ଜିଲ୍ଲା ପୋଲିସର ଗୁଇନ୍ଦା ସମେତ ରାଜ୍ୟ ଗୁଇନ୍ଦା ବିଭାଗକୁ ମଧ୍ୟ ଏନେଇ ଆଲର୍ଟ କରଯାଇଛି । ସହରରେ ସେଭଳି କିଛି ସନ୍ଦେହଜନକ ଗତିବିଧି ବା ଅନୁପ୍ରବେଶକାରୀଙ୍କ ସୂଚନା ରହିଛି କି । ସେଭଳି କୌଣସି ତଥ୍ୟ ସଂଗ୍ରହ ସହ ସେମାନଙ୍କ ଉପରେ ନଜର ରଖିବା ପାଇଁଁ ବିଭାଗ ପକ୍ଷରୁ ଏନେଇ ପ୍ରସ୍ତୁତି ଜୋରସୋରରେ ଚାଲିଛି । ଏଥିସହ ସହରର ବିଭିନ୍ନ ହୋଟେଲ ଓ ଗେଷ୍ଟ ହାଉସ ଓ ଧର୍ମଶାଳା ଉପରେ ମଧ୍ୟ ପୋଲିସ ନଜର ରଖିଛି । ସରାଇ ଆକ୍ଟ ନିୟମ ଅନୁସାରେ କେହି ହୋଟେଲ ବା ଗେଷ୍ଟ ହାଉସରେ ରହୁଥିଲେ ସେମାନଙ୍କର ତଥ୍ୟ ବା ବିବରଣୀ ପୋଲିସକୁ ହୋଟେଲ ବା ଗେଷ୍ଟ ହାଉସ କର୍ତ୍ତୃପକ୍ଷ ଦେବା କଥା । ତେବେ ସେହି ଆଧାରରେ ସେସବୁ ସଠିକ ଭାବେ ହେଉଛି କି ନାହିଁ । ସେନେଇ ସହରରେ ବିଭିନ୍ନ ହୋଟେଲ ଓ ଗେଷ୍ଟ ହାଉସରେ ମଧ୍ୟ ରୀତିମତ ଭାବେ ପୋଲିସ ଯାଞ୍ଚ କରୁଛି । ଏଥି ସହ ଆଗକୁ ଡିଜି କନଫରେନ୍ସ ପାଇଁ ଓ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ ଗୁଇନ୍ଦା ଓ ଭୁବନେଶ୍ୱର ଜିଲ୍ଲା ପୋଲିସ ପକ୍ଷରୁ ମଧ୍ୟ ଅଧିକ ସତର୍କତା ଭାବେ ସହର ସନ୍ଦିଗ୍ଧ ଗତିବିଧି ଉପରେ ଅଧିକ ଫୋକସ ଦେଇ ସୁରକ୍ଷା ବ୍ୟବସ୍ଥାକୁ ଧ୍ୟାନ ଦେଇଛି ।
ଏହା ମଧ୍ୟ ପଢନ୍ତୁ: କଟକରୁ ବାଂଲାଦେଶୀ ନାବାଳିକା ଉଦ୍ଧାର, ପୋଲିସ ଟାର୍ଗେଟରେ ଅଭିଯୁକ୍ତ 3 ତାରିଖରେ ଓଡିଶା ଆସୁଛନ୍ତି ରାଷ୍ଟ୍ରପତି; ବାତ୍ୟା ‘ଦାନ’ କାରଣରୁ ସ୍ଥଗିତ ରହିଥିଲା ଗସ୍ତ |
48 ଘଣ୍ଟାରେ ଧରାପଡିଲେଣି 74 ଜଣ:
ଏନେଇ ଭୁବନେଶ୍ୱର କମିଶନରେଟ ପୋଲିସ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ । ସୁରକ୍ଷା ଦୃଷ୍ଟିକୋଣରୁ ଗତ ୪୮ଘଣ୍ଟା ମଧ୍ୟରେ ପୋଲିସ ପକ୍ଷରୁ ସ୍ବତନ୍ତ୍ର ଡ୍ରାଇଭ୍ କରି ବିଭିନ୍ନ ଅପରାଧିକ କାର୍ଯ୍ୟକଳାପରେ ଲିପ୍ତ ଥିବା ୭୪ଜଣଙ୍କୁ ଗିରଫ କରିଛି ପୋଲିସ । ଏଥି ସହ ଏଯାବତ ସ୍ବତନ୍ତ୍ର ଡ୍ରାଇଭରେ ୨୨୬ ଜଣଙ୍କୁ ଗିରଫ କରାଯାଇଛି । ତା ସହିତ ଏକ ହ୍ବାଟସପ 7077798111 ନମ୍ବର ମଧ୍ୟ ଜାରି କରାଯାଇଛି । ଯେ କୌଣସି ଅପରାଧି ଗତିବିଧି ଓ ସେଭଳି କିଛି ଅପରାଧ ନେଇ ପୋଲିସକୁ ହ୍ବାଟସପ ଜରିଆରେ ସୂଚନା ଦେଇପାରିବେ ।