ଓଡିଶା

odisha

ETV Bharat / state

ହୃତପିଣ୍ଡ-ଖାଦ୍ୟନଳୀ ଯୋଡ଼ି ହୋଇଛି, ଚିକିତ୍ସାରେ ବାଧକ ସାଜିଛି ଅର୍ଥ, ଜୀବନ ସଂଗ୍ରାମରେ ୮ ବର୍ଷର ପିଲା - MINOR BOY HEART PROBLEM

ହୃତପିଣ୍ଡ ସହ ଯୋଡି ହୋଇଯାଇଛି ଖାଦ୍ୟନଳୀ । ଯନ୍ତ୍ରଣା ଭୋଗୁଛି ବାଲେଶ୍ବରର କୁନି ପିଲା । ଚିକିତ୍ସା ପାଇଁ ବାର ଦୁଆର ହେଉଛି ମାଆ ।

MINOR BOY JITENDRA MISTRY
MINOR BOY JITENDRA MISTRY (ETV BHARAT ODISHA)

By ETV Bharat Odisha Team

Published : Nov 2, 2024, 9:54 AM IST

ବାଲେଶ୍ବର: ୮ ବର୍ଷର ଜିତେନ୍ଦ୍ର, କଅଁଳ ବୟସରେ ସହୁଛି ଅସହ୍ୟ ଯନ୍ତ୍ରଣା । ଯେଉଁ ବୟସରେ ଖେଳକୁଦ କରି ପାଠ ପଢିବା କଥା ସେହି ବୟସରେ ମେଡିକାଲ ଦୌଡ଼ି ଦୌଡ଼ି ଥକି ପଡ଼ିଲାଣି ସେ । ଜୀବନକୁ ଭଲ ଭାବରେ ଚିହ୍ନି ନଥିବା କୁନି ପିଲାଟିକୁ ଜୀବନ ସହ ସଂଗ୍ରାମ କରିବାକୁ ପଡୁଛି । ଖାଦ୍ୟନଳୀ ହୃତପିଣ୍ଡ ସହ ଯୋଡି ହୋଇଯିବା କାରଣରୁ ସଠିକ ଭାବରେ ଖାଇ ହେଉଛି ନା ନିଶ୍ୱାସ ନେଇ ହେଉଛି ।

ଆମେ କହୁଛୁ ବାଲେଶ୍ୱର ଜିଲ୍ଲା ରେମୁଣା ବ୍ଲକ ଅର୍ନ୍ତଗତ ଗୁଡୁଦା ପଞ୍ଚାୟତ ଗୁଡୁଦା ଗାଁର ମନୋଜ ମନ୍ତ୍ରୀଙ୍କ ପୁଅ ଜିତେନ୍ଦ୍ର କଥା । ବାପା ଦିନ ମଜୁରିଆ ଭାବେ କାମ କରୁଥିବା ବେଳେ ପୁଅର ଚିକିତ୍ସା ପାଇଁ ଅର୍ଥ କେଉଁଠୁ ଆଣିବେ ତାକୁ ନେଇ ଚିନ୍ତା । ଦିନକୁ ଦିନ ଜିତେନ୍ଦ୍ରର ସ୍ବାସ୍ଥ୍ୟ ସମସ୍ୟା ବଢ଼ି ବଢ଼ି ଚାଲଛି ।

ହୃତପିଣ୍ଡ ସହ ଯୋଡ଼ି ହୋଇଛି ଖାଦ୍ୟନଳୀ :

2019 ମସିହାରେ ଜିତେନ୍ଦ୍ରଙ୍କ ଦେହ ଖରାପ ହେବା ପରେ ଡାକ୍ତରଙ୍କୁ ଦେଖାଇଥିଲେ । ଜଣାପଡ଼ିଥିଲା ଯେ ତାଙ୍କର ଖାଦ୍ୟନଳୀ ହୃତପିଣ୍ଡ ସହ ଯୋଡି ହୋଇଯାଇଛି । ଫଳରେ ସେ କିଛି ଖାଦ୍ୟ ଖାଇପାରୁ ନଥିଲା । ଏହାପରେ ଟଙ୍କା ଯୋଗାଡ କରି ପରିବାର ଲୋକେ ଯୋଡି ହୋଇଥିବା ଖାଦ୍ୟନଳୀକୁ ହୃତପିଣ୍ଡରୁ ଅଲଗା କରିବା ପାଇଁ ଅପରେସନ କରିଥିଲେ । କିନ୍ତୁ ଗତ ଏକ ମାସ ହେବ ସମାନ ସ୍ଥିତି । ପୁଣି ଥରେ ହୃତପିଣ୍ଡ ସହ ଖାଦ୍ୟନଳୀଟି ଯୋଡି ହୋଇଯାଇଛି । ଫଳରେ ଖାଦ୍ୟ ଖାଇ ହେଉନଥିବାରୁ ତରଳ ଖାଦ୍ୟ ଖାଇବାକୁ ପଡୁଛି । ଏବେ ପୁଣିଥରେ ଅପରେସନ କରିବାକୁ ପଡିବ ବୋଲି ଡାକ୍ତର କହିଛନ୍ତି । ପରିବାରର ଆର୍ଥିକ ଅବସ୍ଥା ଭଲ ନଥିବାରୁ କିପରି ଚିକିତ୍ସା ହେବ ସେନେଇ ତିନ୍ତାରେ ପୁଅଟିର ମାଆ କବିତା । ସମସ୍ତେ ତାଙ୍କ ସାହାଯ୍ୟ କରିବାକୁ ସେ ନିବେଦନ କରିଛନ୍ତି ।

MINOR BOY JITENDRA MISTRY (ETV BHARAT ODISHA)

ଏହା ମଧ୍ୟ ପଢନ୍ତୁ-ରୋଗ ଶଯ୍ୟାରେ ଘରର ଏକମାତ୍ର ପୁଅ: ଚିକିତ୍ସା ପାଇଁ ଦରକାର ୫୦ ଲକ୍ଷ, ସରକାରଙ୍କୁ ମା’ର ଆକୁଳ ନିବେଦନ - Santosh Panda Seeks government help

ଏହା ମଧ୍ୟ ପଢନ୍ତୁ-ଦୁଃଖ ଆଣିଲା ଦୁର୍ଘଟଣା: ଶଯ୍ୟାଶାୟୀ କୈଳାସ, ପରିବାର ମାଗୁଛି ସାହାଯ୍ୟ - Kailash Chatriya Seeks Govt Help

ପୁଅର କଷ୍ଟ ଦେଖି ମାଆ ଆଖିରୁ ସୁଖୁନି ଲୁହ:

ପୁଅର ଏପରି ଅବସ୍ଥା ଦେଖି କଷ୍ଟ ସହିପାରୁନି ମାଆ । ଆଖିରୁ ଲୁହ ସୁଖୁନି କି ପେଟରେ ଦାନା ପଡୁନି । କେମିତି ପୁଅର ଚିକିତ୍ସା କରିବେ ତାକୁ ନେଇ ଚିନ୍ତାରେ । ଜିତେନ୍ଦ୍ରଙ୍କ ବାପା ଦିନ ମଜୁରିଆ ହୋଇଥିବା ବେଳେ ଏବେ କେମିତି ଅପରେସନ କରିବେ ପୁଅର ସେ କଥା ଭାବିଲେ ଆଖିକୁ ନିଦ ଆସୁନି କି ପେଟକୁ ଭୋକ ହେଉନି । ପୁଅର ଏମିତି ଅବସ୍ଥା ପାଇଁ ବାର ଦୁଆର ବୁଲି ସହାୟତା ମାଗୁଛି ମାଆ । ମାଆ କବିତା ମନ୍ତ୍ରୀ କହିଛନ୍ତି ଯେ, " ଖାଦ୍ୟନଳୀଟି ହୃତପିଣ୍ଡ ସହ ଯୋଡି ଆମେ 2019 ରେ ପୁଅର ଅପରେସନ ଏମ୍ସରେ କରିଥିଲୁ । ସେତେବେଳେ ବହୁତ ଟଙ୍କା ଖର୍ଚ୍ଚ ହୋଇଥିଲା । ଧାର କରଜ କରିକି ପୁଅକୁ ଭଲ କରିଥିଲୁ । ସେ ସମୟର ସରକାରଙ୍କୁ ଚିଠି ଲେଖିଥିଲୁ ସହାୟତା ପାଇଁ । ସେତେବେଳେ ନବୀନ ସରକାର ଆମକୁ ଆଶ୍ବସନା ଦେଇଥିଲେ । ଅପରେସନ ପରେ ମୋ ପୁଅ ଭଲ ହେଇକି ଘରକୁ ଫେରିଥିଲା ।

ପୁଅର ଜୀବନ ବଞ୍ଚାଇ ଦେବାକୁ ଆକୁଳ ନିବେଦନ:

"ସମସ୍ତ ଓଡ଼ିଶାବାସୀଙ୍କୁ ଅନୁରୋଧ କରୁଛି ମୋ ପୁଅକୁ ବଞ୍ଚେଇ ଦିଅନ୍ତୁ। ତାର ହାର୍ଟରେ ଖାଦ୍ୟ ନଳୀ ଛନ୍ଦି ଯାଇଛି, ଏଥିପାଇଁ ପୁଅ କିଛି ଖାଉନି । ରକ୍ତ ଅଭାବ ବି ହେଇଗଲାଣି, ଆଖି କଷ ଭଳି ଦେଖା ଗଲାଣି । ବାଲେଶ୍ବର ସାଂସଦଙ୍କୁ କହିବାରୁ ସେ ସାହାଯ୍ୟ କରିବେ ବୋଲି କହିଛନ୍ତି । ଜିଲ୍ଲାପାଳଙ୍କୁ ଅବଗତ ମଧ୍ୟ କରାଇଛୁ । ସମସ୍ତେ ଆମକୁ ସାହାଯ୍ୟ କରନ୍ତୁ । '' ପୁଅର ଜୀବନ ପାଇଁ ଏଭଳି କାକୁତି ମିନତି କରିଛନ୍ତି ମାଆ କବିତା ।

ଇଟିଭି ଭାରତ, ବାଲେଶ୍ବର

ABOUT THE AUTHOR

...view details