ବଲାଙ୍ଗୀର: ବାଲୁକା କଳାରେ ବିଶ୍ବ ରେକର୍ଡ କଲେ ବଲାଙ୍ଗୀରର ବାଲୁକା ଶିଳ୍ପୀ ଓମ ପ୍ରକାଶ । ତାଙ୍କ ଦ୍ବାରା ତିଆରି ହୋଇଥିବା 40 ଫୁଟ ଉଚ୍ଚ ବାଲୁକା କଳା ଲଣ୍ଡନ ବୁକ୍ ଅଫ ଓ୍ବାଲ୍ଡ ରେକର୍ଡ୍ସ ପୁସ୍ତକରେ ସ୍ଥାନ ପାଇଛି । ଓଡ଼ିଶାର କଳା ଐତିହ୍ୟ ଉପରେ ସେ ବାଲୁକା କଳା କରି ବିଶ୍ବ ରେକର୍ଡ କରିଛନ୍ତି । ଜାନୁଆରୀ 14 ତାରିଖ ମକର ମେଳା ଅବସରରେ ବଲାଙ୍ଗୀର ଗୁଡଭେଲା ବ୍ଲକ ବେଲଖଣ୍ଡି ଗ୍ରାମରେବାଲୁକା କଳା ପ୍ରଦର୍ଶନୀ ଅନୁଷ୍ଠିତ ହୋଇଥିଲା । ନେତାଜୀ ସୁବାସ ବୋଷଙ୍କ ଜୟନ୍ତୀ ପର୍ଯ୍ୟନ୍ତ ଏହାକୁ ପ୍ରଦର୍ଶିତ କରାଯାଇଥିଲା ।
ଏହା ମଧ୍ୟ ମଧ୍ୟ ପଢନ୍ତୁ-ବାଲୁକାକଳାରେ ବିଶ୍ବ ରେଡିଓ ଦିବସ, ଶୁଭେଚ୍ଛା ଜଣାଇଲେ ସୁଦର୍ଶନ ପଟ୍ଟନାୟକ
ବାଲୁକା କଳା ଓଡ଼ିଶାର ଐତିହ୍ୟ କଳା ସଂସ୍କୃତି ଉପରେ ଆଧାରିତ ଥିଲା । ଓଡ଼ିଶାର ପ୍ରସିଦ୍ଧ ମନ୍ଦିର, ସଂସ୍କୃତି ଓ ବୀର ପୁରୁଷଙ୍କ ପ୍ରତିମୂର୍ତ୍ତିକୁ ବାଲୁକା କଳାରେ ସ୍ଥାନିତ କରାଯାଇଥିଲା । ଯାହାକୁ ଦେଖିବାକୁ ଶହ ଶହ ଲୋକଙ୍କ ଭିଡ ଜମିଥିଲା । ଏହି ବାଲିକା କଳା ଏବେ ଲଣ୍ଡନ ବୁକ୍ ଅଫ ଓ୍ବାଲ୍ଡ ରେକର୍ଡ୍ସରେ ସ୍ଥାନିତ ହୋଇଛି । ଯାହା ଓଡ଼ିଶା ପାଇଁ ଗର୍ବ ଆଣି ଦେଇଛି । ସେପଟେ ଏହି ଉପଲବ୍ଧିରେ ବାଲୁକା ଶିଳ୍ପୀ ଓମ ପ୍ରକାଶ ସାହୁ ଖୁବ୍ ଖୁସି ବ୍ୟକ୍ତ କରିଛନ୍ତି । ସହଯୋଗ ମିଳିଲେ ସେ ଆହୁରି ଭଲ କଳାକୃତି ତିଆରି କରିବେ ବୋଲି କହିଛନ୍ତି ।