ଓଡିଶା

odisha

ETV Bharat / state

NIBରେ ଚାକିରି କରାଇବା ନାଁରେ ଠକେଇ, ପୋଲିସ ପଞ୍ଝାରେ ସାଇବର ଠକ - CYBER SCAM

ବଲାଙ୍ଗୀର ପୋଲିସ ବଡ଼ ଧରଣର ସାଇବର ଠକେଇ ପର୍ଦ୍ଦାଫାସ କରିଛି । ଓଡ଼ିଶା ଓ କୋଲକାତାରୁ ଦୁଇ ସାଇବର ଠକ ଗିରଫ।

cyber scam
cyber scam (ETV Bharat Odisha)

By ETV Bharat Odisha Team

Published : Jan 19, 2025, 10:30 AM IST

ବଲାଙ୍ଗୀର:ବିଦେଶୀ ଟଙ୍କା ଫଣ୍ଡ ଓ ଜାତୀୟ ଇଣ୍ଟେଲିଜେନ୍ସ ବ୍ୟୁରୋରେ ଚାକିରି ନାଁ ଠକୁଥିଲେ କୋଟି କୋଟି ଟଙ୍କା । ଠକଙ୍କ ଟାର୍ଗେଟରେ ଥିଲେ ବେକାର ଯୁବକ ଯୁବତୀ । ଚାକିରି ଲୋଭ ଦେଖାଇ ଲଗାଉଥିଲେ ଚୂନ । ଏଭଳି ଏକ ବଡ ସାଇବର ଠକେଇ ଗ୍ୟାଙ୍ଗର ପର୍ଦ୍ଦାଫାସ କରିଛି ବଲାଙ୍ଗୀର ପୋଲିସ । ଗତକାଲି(ଶନିବାର) ବଲାଙ୍ଗୀର ପୋଲିସ କୋଲକାତା ଓ ଓଡ଼ିଶାରୁ ଦୁଇ ଜଣ ମାଷ୍ଟର ମାଇଣ୍ଡକୁ ଗିରଫ କରିଛି । ତାଙ୍କ ଠାରୁ ଜବତ ହୋଇଥିବା ଦସ୍ତାବିଜ ସମସ୍ତଙ୍କୁ ଚକିତ କରିଛି ।

ଠକଙ୍କ ଟାର୍ଗେଟରେ ବେକାର ଯୁବକଯୁବତୀ:

ସାଇବର ସ୍କାମ ପର୍ଦ୍ଦାଫାସ (ETV Bharat Odisha)

ସାଇବର ଅପରାଧ ବଢ଼ି ବଢ଼ି ଚାଲିଥିବା ବେଳେ ବିଭିନ୍ନ ଉପାୟରେ ସାଇବର ଅପରାଧୀ ଲୋକଙ୍କ କୋଟି କୋଟି ଟଙ୍କା ଚଳୁ କରୁଛନ୍ତି । ଏଥିରେ ଛୋଟ ସହରଠୁ ବଡ଼ ସହର ସବୁଠି ଲୋକ ନିଜ କଷ୍ଟ ଉପାର୍ଜିତ ଟଙ୍କା କ୍ଷଣିକ ମଧ୍ୟରେ ହରାଇ ବସିଛନ୍ତି । ତେବେ ନୂଆ ନୂଆ ଓ ଭିନ୍ନ ଢଙ୍ଗରେ ସବୁ ବେଳେ ଏହି ଅପରାଧୀ ତାଙ୍କ ଜାଲ ବିଛାଇ ଲୋକଙ୍କୁ ଲୁଟ କରି ଆସୁଛନ୍ତି । ତେବେ ଏଭଳି ଏକ ବଡ଼ ସାଇବର ସ୍କାମର ପର୍ଦ୍ଦାଫାସ କରିଛି ବଲାଙ୍ଗୀର ପୋଲିସ । ଯେଉଁଥିରେ ବିଭିନ୍ନ କମ୍ପାନୀ ଟ୍ରଷ୍ଟ ନାଆରେ ଏମାନେ କମ୍ପାନୀ ଖୋଲି କୋଟି କୋଟି ଟଙ୍କାର ଲୁଟ କରି ଆସୁଥିଲେ । ତେବେ ବିଭିନ୍ନ ଲୋକ, ସଂଗଠନ ମାନଙ୍କୁ ଏମାନେ ବିଦେଶୀ ଫଣ୍ଡ ଆସିଥିବା ନେଇ ବିଶ୍ୱାସ ଜତାଉ ଥିଲେ । ଜାଲ ବ୍ୟାଙ୍କ ପ୍ରମାଣଠୁ ନେଇ ସରକାରୀ କାଗଜ ପତ୍ର ଦେଖାଉ ଥିଲେ । ତେବେ ଏହି ଫଣ୍ଡ ପାଇବା ପାଇଁ ଏଫ୍ ଆର୍ ଏ ରେଜିଷ୍ଟ୍ରେସନ୍, ଏନ ଜି ଓ ରେଜିଷ୍ଟ୍ରେସନ୍ ଓ ଟ୍ରଷ୍ଟ ରେଜିଷ୍ଟ୍ରେସନ କରାଇବା ନାଁରେ ପ୍ରତ୍ୟେକ ଲୋକଙ୍କ ଠାରୁ 10 ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ଠକେଇ କରୁଥିଲେ ।

cyber scam (ETV Bharat Odisha)

ନକଲି NIB ୱେବସାଇଟ ଖୋଲି ଠକୁଥିଲେ:

ଜାତୀୟ ଗୁଇନ୍ଦା ସଂସ୍ଥା(NIB) ଭଳି ଖୋଲିଥିଲେ ନକଲି ୱେବସାଇଟ । ଆଉ ଚାକିରି ନାଁରେ ବେକାର ଯୁବକ ଯୁବତୀଙ୍କ ଠାରୁ ମଧ୍ୟ ଲକ୍ଷାଧିକ ଟଙ୍କା ହଡ଼ପ କରି ଆସୁଥିଲେ । ସେମାନଙ୍କୁ ସବୁ ଜାଲ ନିଯୁକ୍ତି ପତ୍ର ଦେଇ ଟଙ୍କା ଲୁଟ କରୁଥିଲେ । ତେବେ ବିଭିନ୍ନ କମ୍ପାନୀ ଓ ଟ୍ରଷ୍ଟ ନାଁରେ ଏମାନେ ଠକେଇ କରି ଆସୁଥିଲେ । ଲୋକଙ୍କୁ ବିଶ୍ୱାସ ଜିତିବା ପାଇଁ ଜାଲ କାଗଜ ପତ୍ର ସହ ସାମାଜିକ ସେବା କରୁଥିବାର ମଧ୍ୟ ପ୍ରମାଣ ଦେଖାଇ ଆସୁଥିଲେ । ତେବେ ବଲାଙ୍ଗୀରରେ ଏମାନେ ତିନୋଟି ସ୍ଥାନରେ ଏହାର କାର୍ଯ୍ୟାଳୟ ଖୋଲି ଥିବା ବେଳେ କୋଲକାତାରେ ମଧ୍ୟ ଏକ କାର୍ଯ୍ୟାଳୟ ଖୋଲି ଥିଲେ ବୋଲି ପୋଲିସ କହିଛି ।

ଦୁଇ ମାଷ୍ଟରମାଇଣ୍ଡ ଗିରଫ:

cyber scam (ETV Bharat Odisha)

ଏହି ଠକେଇ ଘଟଣାରେ ଦୁଇ ମାଷ୍ଟର ମାଇଣ୍ଡ ଢେଙ୍କାନାଳ ଜିଲ୍ଲା ମଙ୍ଗଳପୁର ଗ୍ରାମର ମାତୃ ପ୍ରସାଦ ସେଠ ସହ କୋଲକାତାର ରବୀନ୍ଦ୍ର ନଗରରୁ ଗୋପାଳ କୁମାରକୁ ପୋଲିସ୍ ଗିରଫ କରିଛି । ସେହିପରି ବଲାଙ୍ଗୀର ଗୋକୁଳ ଧାମ, ବଲାଙ୍ଗୀର ଖଲିଆପାଲି, ଆର୍ ଆର୍ କଲୋନୀ ଓ କୋଲକାତା ସ୍ଥିତ ଚାରୋଟି କାର୍ଯ୍ୟାଳୟରେ ପୋଲିସ ଚଢାଉ କରିଥିଲା । ଯେଉଁଠୁ ପୋଲିସ୍ 25ଟି କମ୍ପ୍ୟୁଟର, 12ଟି ମୋବାଇଲ, 24ଟି ବ୍ୟାଙ୍କ ପାସବୁକ, ଆଠଟି ସିମ କାର୍ଡ, ଜାଲ ପ୍ରମାଣ ପତ୍ର 15ଟି, ଚାରୋଟି ଭଡା କାର ସବୁ ଜବତ ହୋଇଛି । ସେହିପରି ପୋଲିସ ଏମାନଙ୍କ ଠାରୁ ନଗଦ ଦୁଇ ଲକ୍ଷରୁ ଅଧିକ ଟଙ୍କା ମଧ୍ୟ ଜବତ କରିଛି । ସାଧାରଣ ଲୋକଙ୍କୁ ପୋଲିସ ଏଭଳି ସ୍କାମ ଓ ଠକଙ୍କ ପ୍ରତି ସାବଧାନ ଓ ସଚେତନ ରହିବାକୁ ନିବେଦନ କରିଛି।

ଏହା ମଧ୍ୟ ପଢନ୍ତୁ:

ଗେମିଂ ଆପ କରି ଠକୁଥିଲେ ସାଇବର ଠକ, ଭୁବନେଶ୍ୱରରୁ ଠକେଇ ସିଣ୍ଡିକେଟ ଠାବ

ଫିଲ୍ମ ଷ୍ଟାଇଲରେ ସାଇବର ଠକେଇ, ପୂର୍ବତନ ସେନାଧିକାରୀଙ୍କଠୁ ଲୁଟିନେଲେ 1 କୋଟି

ସାବାଡ଼ ହେବେ ସାଇବର ଠକ, ସାଇବର କମାଣ୍ଡୋ ଟ୍ରେନିଂରେ ଓଡ଼ିଶାରୁ ୭

ଭୁଲ ନମ୍ବର ରିଚାର୍ଜ ପଡିଲା ମହଙ୍ଗା, ଗାଏବ ହେଲା ପ୍ରାୟ ୪ ଲକ୍ଷ ଟଙ୍କା

ମିଛ ପରିଚୟରେ ଠକେଇ:


ତେବେ ବଲାଙ୍ଗୀର ଏସ ପି ଋଷିକେଶ ଖିଲାରି କହିଛନ୍ତି, "ବଲାଙ୍ଗୀର ସାଇବର ଥାନାରେ ଏକ ଅଭିଯୋଗ ଆସିଥିଲା। ଯେଉଁଥିରେ ଅଭିଯୋଗକାରୀ ଲକ୍ଷାଧିକ ଟଙ୍କା ଠକେଇ ହୋଇଥିବାର ଅଭିଯୋଗ କରିଥିଲେ । ଏଥିରେ ଆମ ସ୍ଵତନ୍ତ୍ର ପୋଲିସ୍ ଟିମ୍ ତଦନ୍ତ କରିଥିବା ବେଳେ ଏହି ବଡ଼ ସାଇବର ସ୍କାମର ଜଣାପଡ଼ିଥିଲା । ତେବେ ଏଥିରେ ଢେଙ୍କାନାଳ ଜିଲ୍ଲାର ମାତୃ ପ୍ରସାଦ ସେଠ ନିଜକୁ ସିଆରନନ୍ଦ ନାଁରେ ପରିଚୟ ଦେଇ ଆସୁଥିଲା ଓ କୋଲକାତାର ଗୋପାଳ କୁମାରକୁ ପୋଲିସ୍ ଗିରଫ କରିଛି ।’

cyber scam (ETV Bharat Odisha)

ଏସପି ଆହୁରି କହିଛନ୍ତି, ‘ଏମାନେ ବିଭିନ୍ନ କମ୍ପାନୀ, ଟ୍ରଷ୍ଟ ନାଁରେ ଲୋକଙ୍କୁ, ସଂଗଠନ ଠାରୁ ବିଦେଶୀ ଟଙ୍କା ପାଇବା ଲୋଭ ଦେଇ ଲକ୍ଷ ଲକ୍ଷ ଟଙ୍କା ଠକେଇ କରୁଥିଲେ । ସେହିପରି ଏନଆଇବିରେ ଚାକିରି ନାଁରେ ମଧ୍ୟ ବେକାର ଯୁବକ ଯୁବତୀଙ୍କୁ ଠକେଇ କରି ଆସୁଥିଲେ । ଏମାନେ ଏହା ପାଇଁ ଜାଲ ପ୍ରମାଣ ପତ୍ର କାଗଜ ପତ୍ର ୱେବସାଇଟ ଦେଖାଇ ଲୋକଙ୍କୁ ଠକି ଆସୁଥିଲେ । ବଲାଙ୍ଗୀରରେ ଗୋକୁଳ ଧାମ, ଖଲିଆପାଲି, ଆର୍ ଆର୍ କଲୋନୀ ସ୍ଥିତ ତାଙ୍କ କାର୍ଯ୍ୟାଳୟ ଓ କୋଲକାତା ସ୍ଥିତ କାର୍ଯ୍ୟାଳୟରେ ଚଢାଉ ପରେ 24ଟି ବ୍ୟାଙ୍କ ବହି, ଏଟିଏମ୍ କାର୍ଡ, 25ଟି କମ୍ପ୍ୟୁଟର, ଚାରୋଟି ଭଡା କାର, ସହିତ ଶତାଧିକ ନକଲି କାଗଜ ପତ୍ର ଓ ପ୍ରମାଣ ପତ୍ର ପୋଲିସ୍ ଜବତ କରିଛି ।’

cyber scam (ETV Bharat Odisha)

ଲୋକଙ୍କୁ ଏପରି ଅପିଲ୍‌ କଲେ ଏସପି:

ସେହିପରି ଲୋକ ଏଭଳି ସ୍କାମ ପ୍ରତି ସାବଧାନ ରହିବା ସହ କୌଣସି ଅଭିଯୋଗ ଥିଲେ ତୁରନ୍ତ ସାଇବର ଥାନା କିମ୍ବା ଜାତୀୟ ସାଇବର କ୍ରାଇମ ଅପରାଧ ସାହାଯ୍ୟ ନମ୍ୱର୍ 1903ରେ ଅଭିଯୋଗ କରିବାକୁ ଆମେ ନିବେଦନ କରୁଛୁ ବୋଲି ଏସପି କହିଛନ୍ତି ।

ଇଟିଭି ଭାରତ, ବଲାଙ୍ଗୀର

ABOUT THE AUTHOR

...view details