ଓଡିଶା

odisha

ଭିଜିଲାନ୍ସ ହାତରେ କୁବେର ଯନ୍ତ୍ରୀ, ସପ୍ତଶଯ୍ୟାରେ ବିରାଟ ଫାର୍ମ ହାଉସ ଠାବ - Balangir Vigilance Raid

By ETV Bharat Odisha Team

Published : Jul 25, 2024, 6:35 PM IST

VIGILANCE RAID: ଫିଟୁଛି ଲୋୟର ଶୁକତେଲର ମୁଖ୍ୟ ନିର୍ମାଣ ଯନ୍ତ୍ରୀଙ୍କ କଳା ଧନର ଗୁମର । ବଲାଙ୍ଗୀର ଓ ଢେଙ୍କାନାଳ ସମେତ 9ଟି ସ୍ଥାନରେ ଚଢାଉ ଜାରି ରଖିଛି ଓଡିଶା ଭିଜିଲାନ୍ସ । ଅଧିକ ପଢନ୍ତୁ

BALANGIR CHIEF CONSTRUCTION ENGINEER SUNIL KUMAR ROUT IN VIGILANCE NET
BALANGIR CHIEF CONSTRUCTION ENGINEER SUNIL KUMAR ROUT IN VIGILANCE NET (ETV Bharat Odisha)

ବଲାଙ୍ଗୀର/ଢେଙ୍କାନାଳ:ଭିଜିଲାନ୍ସ ପଞ୍ଝାରେ ମୁଖ୍ୟଯନ୍ତ୍ରୀ । ଲୋୟର ଶୁକତେଲ ମୁଖ୍ୟ ନିର୍ମାଣ ଯନ୍ତ୍ରୀ ସୁନୀଲ କୁମାର ରାଉତ ଭିଜିଲାନ୍ସ ଜାଲରେ ଛନ୍ଦି ହୋଇଛନ୍ତି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏକ କାଳୀନ 9ଟି ସ୍ଥାନରେ ଓଡ଼ିଶା ଭିଜିଲାନ୍ସର ଚଢାଉ ଜାରି । ସେହିପରି ବଲାଙ୍ଗୀରରେ ଦୁଇ ସପ୍ତାହ ମଧ୍ୟରେ ଦୁଇ ଜଣ ବଡ଼ବଡ଼ିଆ ସରକାରୀ ଅଫିସର ଭିଜିଲାନ୍ସ ଜାଲରେ ପଡି ସାରିଛନ୍ତି । ଆଜି ପୁଣି ଜଣେ ସରକାରୀ ଅଧିକାରୀ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଜାଲରେ ପଡିଛନ୍ତି ।

BALANGIR CHIEF CONSTRUCTION ENGINEER SUNIL KUMAR ROUT IN VIGILANCE NET (ETV Bharat Odisha)

ଏଥର ବଲାଙ୍ଗୀରର ଲୋୟର ସୁକତେଲ ବୃହତ ଜଳ ସେଚନ ପ୍ରକଳ୍ପର ମୁଖ୍ୟ ନିର୍ମାଣ ଯନ୍ତ୍ରୀ ସୁନୀଲ କୁମାର ରାଉତ ଭିଜିଲାନ୍ସ ଜାଲରେ ଛନ୍ଦି ହୋଇଛନ୍ତି । ଏହି ଚଢ଼ାଉରେ ଓଡ଼ିଶାର ଭୁବନେଶ୍ଵର ତିନୋଟି ସ୍ଥାନ, ପୁରୀରେ ଦୁଇଟି ସ୍ଥାନ, କଟକ ଗୋଟିଏ ଘର, ଅନୁଗୋଳ ସ୍ଥିତ ତାଙ୍କ ପୁଅ ଘରେ ଏକ କାଳୀନ ଚଢ଼ାଉ କରିଛି ଭିଜିଲାନ୍ସ । ତେବେ ଏହି ଚଢ଼ାଉରେ ଓଡ଼ିଶା ଭିଜିଲାନ୍ସର ଦୁଇ ଅତିରିକ୍ତ ଏସପି, 8 ଜଣ ଡିଏସପି, 6 ଜଣ ଇନ୍ସପେକ୍ଟର ,10 ଜଣ ଏଏସଆଇ ସାମିଲ ଅଛନ୍ତି ।

ଭୁବନେଶ୍ୱର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟଙ୍କ ଆଦେଶ କ୍ରମେ ଏହି ଚଢ଼ାଉ ଜାରି ରହିଛି । ତାଙ୍କ ସରକାରୀ ବାସ ଭବନରେ ମଧ୍ୟ ଭିଜିଲାନ୍ସ ବିଭାଗ ଚଢ଼ାଉ ଜାରି ରଖିଛି । ଏହି ଚଢ଼ାଉକୁ ନେଇ ବର୍ତ୍ତମାନ ସୁଦ୍ଧା ସମ୍ପୃକ୍ତ ମୁଖ୍ୟ ନିର୍ମାଣ ଯନ୍ତ୍ରୀ ସୁନୀଲ କୁମାର ରାଉତ କିମ୍ବା ଭିଜିଲାନ୍ସ ବିଭାଗରୁ ପ୍ରତିକ୍ରିୟା ମିଳିପାରିନାହିଁ ।

ସେହିପରି ଢେଙ୍କାନାଳରେ ତାଙ୍କର ରହିଥିବା ଏକ ଫାର୍ମ ହାଉସ ଠାବ ହୋଇଛି । ସପ୍ତଶଯ୍ୟାରେ ରହିଥିବା ଫାର୍ମା ହାଉସରେ ମଧ୍ୟ ଭିଜିଲାନ୍ସ ଚଢାଉ କରିଛି । ଭିଜିଲାନ୍ସ ପକ୍ଷରୁ ଆଜି ଦୁଇଟି ଟିମ୍ ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ସପ୍ତଶଯ୍ୟା ପଡାରେ 8 ଏକର ଫାର୍ମ ହାଉସକୁ ଠାବ କରିଛି ଭିଜିଲାନ୍ସ । ସେପଟେ ସଦର ଥାନା ଅନ୍ତର୍ଗତ ମାଣିପୁର ନିକଟସ୍ଥ ତାଙ୍କର ପୈତୃକ ଘରେ ଭିଜିଲାନ୍ସ ଟିମର ଚଢାଉ କରାଯାଇଛି । ତେବେ ପୈତୃକ ଘରୁ ଭିଜିଲାନ୍ସକୁ ଏପରି କିଛି ସଫଳତା ପାଇଁ ନଥିଲେ ମଧ୍ୟ ସପ୍ତଶଯ୍ୟା ପଡା ରାଜସ୍ୱ ଗ୍ରାମ ଅଞ୍ଚଳରେ ରହିଥିବା ୮ ଏକର ଜାଗା ପରିମିତ ଫାର୍ମ ହାଉସ ଦେଖିଲେ ବେଆଇନ ସମ୍ପତି ଠୁଳର ପରିମାଣରେ ଆଖି ଖୁସି ହୋଇଯାଉଛି ।

ଏହା ମଧ୍ୟ ପଢନ୍ତୁ...ଭିଜିଲାନ୍ସ ପଞ୍ଝାରେ ସରକାରୀ ବାବୁ, ଲାଞ୍ଚ ନେଇ ବନ୍ଧା ହେଲେ - Vigilance Raid

ଫାର୍ମ ହାଉସ ଭିତରେ ଗାଇ,କୁକୁଡ଼ା, ବତକ ଆଦିର ଫାର୍ମ ରହିଛି । ଏହା ବ୍ୟତୀତ ଫାର୍ମ ହାଉସରେ ପୋଖରୀ ଓ ଏକ ଅତ୍ୟାଧୁନିକ ଢାଞ୍ଚାରେ ଦୁଇ ମହଲା ବିଶିଷ୍ଠ ଏକ ବିଶାଳ ଘର ନିର୍ମାଣ ଚଳାଇଥିବା ଦେଖିବାକୁ ମିଳୁଛି । ଏହି ଫାର୍ମ ହାଉସଟି ସୁନିଲ ରାଉତଙ୍କ ପତ୍ନୀ ସର୍ମିଲା ଧଳଙ୍କ ନାମରେ ଥିବା ସୁଚନା ରହିଛି । କଟକ ଭିଜିଲାନ୍ସର ଦୁଇଟି ଟିମ ଢେଙ୍କାନାଳର ଏହି ଚଢାଉରେ ସାମିଲ ଥିବା ଜଣାପଡିଛି ।ଘଞ୍ଚ ଜଙ୍ଗଲ ପାହାଡିଆ ସ୍ଥାନରେ ଏହି ଫାର୍ମ ହାଉସ ନିର୍ମାଣ କରାଯାଇଥିବା ଦେଖିବାକୁ ମିଳିଛି । ଭିଜିଲାନ୍ସ ପକ୍ଷରୁ ଏହାର ତନାଘନା ଯାଞ୍ଚ ଓ ମାପଚୁପ ଜାରି ରଖିଥିବାବେଳେ ଏହା କେତେ ଟଙ୍କାର ସମ୍ପତି ପରେ ଜଣାପଡିବ ।

ଇଟିଭି ଭାରତ, ବଲାଙ୍ଗୀର/ଢେଙ୍କାନାଳ

ABOUT THE AUTHOR

...view details