ଓଡିଶା

odisha

ETV Bharat / state

ପୁରୀରେ ଅଟୋ ଚାଳକଙ୍କ ବିକ୍ଷୋଭ ପ୍ରଦର୍ଶନ - ଅଟୋ ଚାଳକଙ୍କ ବିକ୍ଷୋଭ

Auto Association Protest: ପୁରୀର ଜନଗହଳିପୂର୍ଣ୍ଣ ସ୍ଥାନରେ ଅଟୋ ରଖିବାକୁ ଅଟୋଚାଳକଙ୍କୁ ବାରଣ । ବ୍ୟବସାୟ ଠପ ହୋଇଯିବାରୁ ଆନ୍ଦୋଳନକୁ ଓହ୍ଲାଇଲେ ଅଟୋ ଚାଳକ ୟୁନିଅନ । ଅଧିକ ପଢନ୍ତୁ

Etv Bharat
Etv Bharat

By ETV Bharat Odisha Team

Published : Jan 28, 2024, 2:06 PM IST

auto association protest

ପୁରୀ:ପୁରୀରେ ଅଟୋ ଚାଳକଙ୍କ ବ୍ୟବସାୟ ଠପ । ଜନଗହଳି ପୂର୍ଣ୍ଣ ସ୍ଥାନରେ ଅଟୋ ରଖିବାକୁ ବାରଣ ପରେ ଏପରି ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଅଟୋ ଚାଳକ । ଏହାକୁ ବିରୋଧ କରି ଶନିବାର ବିକ୍ଷୋଭ ପ୍ରଦର୍ଶନ କରିଥିଲେ ଅଟୋ ଚାଳକ ୟୁନିଅନ । ବଡ଼ଦାଣ୍ଡ ସମେତ ପୁରୁଣା ଜେଲ ରୋଡ, ଦିଗବାରେଣି ଖୁଣ୍ଟ ଓ ସମୁଦ୍ର କୂଳ ଅଞ୍ଚଳରେ ଅଟୋ ନ ରଖିବା ପାଇଁ ଜିଲ୍ଲା ପ୍ରଶାସନ କଟକଣା ଲଗାଇଛି । ଅଟୋ ରଖିବା ପାଇଁ ସ୍ଥାନ ଦିଆଯାଉନଥିଵାରୁ ବ୍ୟବସାୟ ସମ୍ପୂର୍ଣ୍ଣ ଠପ୍ ହୋଇ ଯାଇଛି । ଯାହା ଫଳରେ ଋଣ କରି ଅଟୋ ଆଣି ବ୍ୟବସାୟ କରୁଥିବା ଅଟୋ ଚାଳକ ତାଙ୍କର ଜୀବନ ଜୀବିକାକୁ ନେଇ ଚିନ୍ତାରେ ରହିଛନ୍ତି । ପ୍ରଶାସନ ଏ ଦିଗରେ ତୁରନ୍ତ ପଦକ୍ଷେପ ନେବାକୁ ଶ୍ରୀକ୍ଷେତ୍ର ଅଟୋ ଚାଳକ ୟୁନିଅନ ପକ୍ଷରୁ ପୁରୀ ଜିଲ୍ଲାପାଳ ଓ ଏସପିଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି ।

ପୁରୀରେ ଯାତ୍ରୀ ମାନଙ୍କ ପାଇଁ ପ୍ରଶାସନ ବିଭିନ୍ନ ପାର୍କିଂରୁ ବ୍ୟାଟେରୀ ଅଟୋ ଦ୍ଵାରା ଦେୟ ମୁକ୍ତ ପରିବହନ ସେବା ଆରମ୍ଭ କରିଛି । ଏହା ଦ୍ଵାରା ଶହ ଶହ ଅଟୋ ଚାଳକ ମାନେ ରୋଜଗାର ହରାଉଛନ୍ତି । ସେହିପରି ଟାଉନ ବସ ଗୁଡ଼ିକ ବଡ ଦାଣ୍ଡର ମର୍ଚିକୋର୍ଟ ଛକ ପର୍ଯ୍ୟନ୍ତ ଯାଇ ବେପାର କରୁଛନ୍ତି । ଅଥଚ ଅଟୋ ଚାଳକ ମାନଙ୍କୁ ମର୍ଚୀ କୋର୍ଟ ପର୍ଯ୍ୟନ୍ତ ଯିବାକୁ ଅନୁମତି ଦେଉନି ପ୍ରଶାସନ । ଏହା ଦ୍ବାରା ବେପାର ଠପ୍ ହୋଇ ପଡିଥିବା ବେଳେ ଏବେ ଶହ ଶହ ଅଟୋ ଚାଳକ ଭୋକ ଉପାସରେ ଦିନ କାଟୁଛନ୍ତି । ଏହା ବିରୁଦ୍ଧରେ ଶ୍ରୀକ୍ଷେତ୍ର ଅଟୋ ଚାଳକ ୟୁନିଅନ ଜିଲ୍ଲାପାଳ ଓ ଏସପିଙ୍କୁ ଭେଟି ଦାବିପତ୍ର ଦେଇଛି।

ଏହା ମଧ୍ୟ ପଢନ୍ତୁ-ଷ୍ଟିୟରିଂ ଛାଡ ଆନ୍ଦୋଳନ ପାଇଁ ଯାତ୍ରୀ ହନ୍ତସନ୍ତ, ମାଲାମାଲ ଅଟୋ ଚାଳକ

ସଭାପତି ଶରତ କୁମାର ରାୟଗୁରୁଙ୍କ ନେତୃତ୍ୱରେ ଶତାଧିକ ଅଟୋ ଚାଳକ ଜଗନ୍ନାଥ ବଲ୍ଲଭ, ମାର୍କେଟ ଛକ, ପୁରୁଣା ଜେଲ ରୋଡ, ଦିଗବାରେଣି, ସମୁଦ୍ରକୂଳ ଚୈତନ୍ୟ ଛକ, ମୋଚୀ ସାହି ଛକ ମାନଙ୍କରେ ଅନ୍ତତଃ ୨୦ଖଣ୍ଡ ଲେଖାଏଁ ଅଟୋ ରଖି ଯାତ୍ରୀ ପରିବହନ କରିବା ପାଇଁ ପ୍ରଶାସନ ସ୍ଥାନ ନିରୂପଣ କରିବାକୁ ଦାବି କରିଥିଲେ । ଟାଉନ୍ ବସ ଗୁଡ଼ିକ ମର୍ଚି କୋର୍ଟ ପର୍ଯ୍ୟନ୍ତ ଯାଉ ଥିବା ବେଳେ ଅଟୋ ମାନଙ୍କୁ ମାର୍ଚିକୋର୍ଟ ପର୍ଯ୍ୟନ୍ତ ଯିବାକୁ ଅନୁମତି ଦେବା,ବିଭିନ୍ନ ଛକରେ କାର୍ଯ୍ୟରତ ପୋଲିସ ବନ୍ଧୁ ମାନେ ନିରପେକ୍ଷ କାର୍ଯ୍ୟ କରିବା ସହ ବିନା କାରଣରେ ଅଟୋକୁ ଜୋରିମାନା ଆଦାୟ ବନ୍ଦ କରିବା ସମ୍ପର୍କରେ ଦାବି ପତ୍ରରେ ଉଲ୍ଲେଖ ରହିଛି । ଅଟୋ ଚାଳକଙ୍କ ସ୍ୱାର୍ଥ ରକ୍ଷା ଦିଗରେ ପ୍ରଶାସନ ତୁରନ୍ତ ପଦକ୍ଷେପ ନ ନେଲେ ପୁରୀରେ ଚଳାଚଳ କରୁଥିବା ଅଟୋ ଚାଳକ ସଂଘ ଏକାଠି ହୋଇ ବ୍ୟାପକ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦିଆଯାଇଛି ।

ଇଟିଭି ଭାରତ, ପୁରୀ

ABOUT THE AUTHOR

...view details