ଓଡିଶା

odisha

By ETV Bharat Odisha Team

Published : 4 hours ago

ETV Bharat / state

OSSSC ପରୀକ୍ଷାରେ ଅନିୟମିତତା ଅଭିଯୋଗ, ତର୍ଜମା ଚାଲିଛି କହିଲେ ମନ୍ତ୍ରୀ - Irregularities In Exam

OSSSC Exam Irregularities: RI, ARI, ICDS ସୁପରଭାଇଜର ଓ ଅମିନ ପରୀକ୍ଷାରେ ଅନିୟମିତତା ଅଭିଯୋଗ। ପରୀକ୍ଷା କେନ୍ଦ୍ରର ତ୍ରୁଟିକୁ ନେଇ ମୁୁହଁ ଖୋଲିଲେ ମନ୍ତ୍ରୀ । କହିଲେ ପୂର୍ବ ସରକାରରୁ ଏଭଳି ଏହି ସେଣ୍ଟର କରାଯାଉଥିଲା । ପୂରା ଖବର ପଢନ୍ତୁ

IRREGULARITIES IN EXAM
IRREGULARITIES IN EXAM (ETV Bharat Odisha)

ଭୁବନେଶ୍ବର:OSSSC ପରୀକ୍ଷାରେ ବ୍ୟାପକ ଅନିୟମିତତା ଅଭିଯୋଗ।RI, ARI, ICDS ସୁପରଭାଇଜର ଓ ଅମିନ ପରୀକ୍ଷାରେ ବ୍ୟାପକ ଅନିୟମିତତା ଅଭିଯୋଗ ଆଣି ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ 'ଲୋଡିଲା ଷ୍ଟୁଡେଣ୍ଟସ ଏଗେନଷ୍ଟ କରପସନ'। ସେପଟେ ଆଇଟି ମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଛନ୍ତି, "ଘଟଣା ଉପରେ ଆମ ନଜର ରହିଛି ।"

ପରୀକ୍ଷାରେ ଅନିୟମିତତା ପ୍ରସଙ୍ଗ:
ଆରଆଇ, ଏଆରଆଇ, ଆଇସିଡିଏସ ସୁପରଭାଇଜର ଓ ଅମିନ ପରୀକ୍ଷା ଅନିୟମିତତା ପ୍ରସଙ୍ଗକୁ ନେଇ ଷ୍ଟୁଡେଣ୍ଟସ ଏଗେନଷ୍ଟ କରପସନ ସାମ୍ବାଦିକ ସମ୍ମିଳନୀ କରିଛି । ସଂଯୋଜକ ବିଭୁତି ଭୂଷଣ ମହାପାତ୍ର କହିଛନ୍ତି, "ଏହି ପରୀକ୍ଷାରେ OSSSC ପକ୍ଷରୁ ଅନିୟମିତତା ହୋଇଛି। ଯେଉଁ ସଂସ୍ଥାକୁ OSSSC ଦାୟିତ୍ୱ ଦେଇଛି ତାହା ସାଢ଼େ ପାଞ୍ଚ ଲକ୍ଷ ପରୀକ୍ଷାଥିଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବ। ଏହି ସଂସ୍ଥା ପୂର୍ବରୁ ବ୍ଲାକ ଲିଷ୍ଟେଡ୍ ଓ ଏବେ ଏହି ସଂସ୍ଥା ନାଁରେ ସିବିଆଇରେ କେସ୍ ଚାଲିଛି। ସାଇ ଏଡୁକେୟାର ପ୍ରାଇଭେଟ ଲିମିଟେଡକୁ ପରୀକ୍ଷା କେନ୍ଦ୍ର ଚୟନର ଦାୟିତ୍ୱ ଦିଆଯାଇଛି । ପରୀକ୍ଷା ପାଇଁ ଅଯୋଗ୍ୟ କମ୍ପାନୀକୁ ଦାୟିତ୍ୱ ଦିଆଯାଇଛି ଏବଂ ସେହି କମ୍ପାନୀ ଅନ୍ୟ ଯେଉଁ ସଂସ୍ଥାକୁ ପରୀକ୍ଷା ଦାୟିତ୍ୱ ଦେଇଛି ତାହା ବି ଅଯୋଗ୍ୟ ।"

IRREGULARITIES IN EXAM (ETV Bharat Odisha)

ଏହା ବି ପଢନ୍ତୁ...NEET ଓ UGC-NET ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌କୁ ନେଇ ତାତିଲେ ଛାତ୍ରଛାତ୍ରୀ - NEET UG and UGC NET Paper Leak

ଏହା ବି ପଢନ୍ତୁ...ସରକାରୀ ହସ୍ପିଟାଲରେ ବ୍ୟାପକ କେଳେଙ୍କାରୀ, ମ୍ୟାନେଜର ବହିଷ୍କୃତ - Manager Mohit Srivastava Suspended

ଏହା ବି ପଢନ୍ତୁ...ଭୀମସାର ମେଡିକାଲକୁ ପ୍ରଦୂଷଣ ବୋର୍ଡର ଛାଟ, ଗଣିବ 11 ଲକ୍ଷ ଫାଇନ - Vimsar Medical college

ଏହା ବି ପଢନ୍ତୁ...ଘରେ AC ଓ ଫ୍ରିଜ ! ମାସକୁ ବିଜୁଳି ବିଲ୍ ମାତ୍ର ୨୦ ଟଙ୍କା, ଜାଣନ୍ତୁ କେଉଁଠି ? - ELECTRIC BILL Rs 20

ସୂଚନା ଅନୁସାରେ, ସୋମବାର 3 ଟି ସିଫ୍ଟରେ ପରୀକ୍ଷା ହେଉଥିଲା। 4 ଘଣ୍ଟା ବିଳମ୍ବ ପରେ ବି ପରୀକ୍ଷାର୍ଥୀଙ୍କୁ ପ୍ରବେଶ କରାଯାଇନଥିଲା । ଏନେଇ Student Against Corruption ସଂଘ ମୁଖ୍ଯମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡିଛି। ପୂର୍ବ ସରକାରରେ ଏଭଳି ଘୋଟାଲା ହେଉଥିବା ଅଭିଯୋଗ ଆଣିଛି ସଂଘ। ତେବେ ନୂଆ ସରକାର ଏନେଇ ଦୃଢ଼ କାର୍ଯ୍ୟାନୁଷ୍ଠାନ କରିବାକୁ ଅନୁରୋଧ କରାଯାଇଛି।

IRREGULARITIES IN EXAM (ETV Bharat Odisha)

"ଏହାସହ ତୁରନ୍ତ ପରୀକ୍ଷା କରାଉଥିବା ସଂସ୍ଥା ବିରୋଧରେ ତଦନ୍ତ କରାଯିବା ନେଇ ଦାବି ରହିଛି । ଓଡ଼ିଆ ମେଧାବୀଙ୍କ ଭବିଷ୍ୟତର କଥା। ପିଲାମାନେ ଦୀର୍ଘ ଦିନ ଧରି ସରକାରୀ ଚାକିରିଟିଏ ପାଇଁ ବହୁ ପରିଶ୍ରମ କରିଆସୁଛନ୍ତି। ଏଭଳି ସ୍ଥିତିରେ ଅଯୋଗ୍ୟ ସଂସ୍ଥା ଉପରେ ଭରସା କରି ପରୀକ୍ଷା ଦାୟିତ୍ବ ଦିଆଯାଇଛି," ବୋଲି କହି Student Against Corruption ପକ୍ଷରୁ ନିନ୍ଦା କରାଯାଇଛି।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details