ଭୁବନେଶ୍ବର: ଏମ୍ସରେ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଯୋଡ଼ି ହେବ ଡ୍ରୋନ ସେବା । ସେନେଇ ଏକ ଟ୍ରାଏଲ ରନ କରାଯାଇଛି । ଯେଉଁଥିରେ ଏମ୍ସରୁ ରକ୍ତ ନେଇ ଟାଙ୍ଗି ମେଡିକାଲ ପହଞ୍ଚାଇଲା ଡ୍ରୋନ, ସେଠାରେ ରକ୍ତ ଦେଇ ପୁଣି ଟାଙ୍ଗିରୁ କିଛି ମେଡିସିନ ନେଇ ଏମ୍ସକୁ ଫେରିଥିଲା । ତେବେ ସ୍ୱାସ୍ଥ୍ୟ ସେବା କ୍ଷେତ୍ର ଏହି ଭଳି ଉନ୍ନତି ଆଗାମୀ ଭବିଷ୍ୟତରେ ସବାୟକ ହେବ । ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଆବଶ୍ୟକ ପଡ଼ିଲେ ଡ୍ରୋନ ମାଧ୍ୟମରେ ଔଷଧ ଏବଂ ଅନ୍ୟାନ ସାମଗ୍ରୀ ପଠାଇ ହେବ ।
ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଉନ୍ନତି ପାଇଁ ଡ୍ରୋନ ସେବାକୁ ଯୋଡ଼ା ଯିବ । ସେନେଇ ଆଜି ଭୁବନେଶ୍ବର ଏମ୍ସ ପକ୍ଷରୁ ଏକ ଟ୍ରାଏଲ କରାଯାଇଥିଲା । ତେବେ ଆଜିର ଏହି ଟ୍ରାଏଲରେ ଭୁବନେଶ୍ବର ଏମ୍ସ ଠାରୁ ଖୋର୍ଦ୍ଧାର ଟାଙ୍ଗି ହସ୍ପିଟାଲକୁ ରକ୍ତ ପଠାଯାଇଥିଲା । ଏବଂ ଡ୍ରୋନ ସେହି ରକ୍ତକୁ ସେଠାରେ ଦେଇ ପୁଣି ଟାଙ୍ଗିରୁ କିଛି ମେଡିସିନ ନେଇ ଫେରି ଆସିଥିଲା । ଏନେଇ ଟ୍ରାଏଲ ଭାବରେ ଏହି ସେବା ଯୋଗାଇ ଦିଆଯାଇଛି । ଏନେଇ ଭୁବନେଶ୍ୱର ଏମ୍ସ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଆଶୁତୋଷ ବିଶ୍ୱାସ ସୂଚନା ଦେଇଛନ୍ତି, ‘‘ଆଜିର ଏହି ଟ୍ରାଏଲ ସଫଳ ହୋଇଛି । ତେବେ ଡ୍ରୋନ ଜରିଆରେ ରକ୍ତ, ଔଷଧ, ମେଡିକାଲ ଉପକରଣ ପଠା ଯାଇହେବ । ପ୍ରାକୃତିକ ବିପର୍ଯ୍ୟୟ ସମୟରେ ବିଭିନ୍ନ କାରଣରୁ ଘଟଣା ସ୍ଥଳକୁ ଆବଶ୍ୟକ ସାମଗ୍ରୀ ପହଞ୍ଚି ପାରୁନଥିବା ବେଳେ ଏହା ମାଧ୍ୟମରେ ଅତି ସହଜରେ ସେବେ ଯେଗାଇ ହେବ ।’’