ଓଡିଶା

odisha

ETV Bharat / state

ରାୟଗଡ଼ାରେ ପ୍ରତିଷ୍ଠା ହେବ ମେଗା ବକ୍ସାଇଟ କାରଖାନା; ବଡ଼ ଯୋଜନା କରୁଛି ଆଦିତ୍ୟ ବିର୍ଲା - Bauxite Factory in Rayagada

Bauxite Factory in Rayagada: ରାୟଗଡ଼ାରେ ଆଦିତ୍ୟ ବିର୍ଲା ପ୍ରତିଷ୍ଠା କରିବ ମେଗା ବକ୍ସାଇଟ କାରଖାନା । ଜମି ଅଧିଗ୍ରହଣ, ବିସ୍ଥାପନ, ସ୍ଥାନୀୟ ନିଯୁକ୍ତି, ପାରିପାର୍ଶ୍ବିକ ଅଞ୍ଚଳର ବିକାଶକୁ ଗୁରୁତ୍ବ । ଅଧିକ ପଢ଼ନ୍ତୁ

Bauxite Factory in Rayagada
Bauxite Factory in Rayagada (ETV Bharat Odisha)

By ETV Bharat Odisha Team

Published : Jul 20, 2024, 8:28 PM IST

ରାୟଗଡ଼ା: ଆଦିତ୍ୟ ବିର୍ଲା ରାୟଗଡ଼ାରେ ପ୍ରତିଷ୍ଠା କରିବ ମେଗା ବକ୍ସାଇଟ କାରଖାନା । ଆସନ୍ତା ସେପ୍ଟେମ୍ବର ମାସରେ ୮ ହଜାର କୋଟି ଟଙ୍କା ବ୍ୟୟରେ ଏହି କାରଖାନାର ନିର୍ମାଣ ଆରମ୍ଭ କରିବା ପାଇଁ ନିଷ୍ପତ୍ତି ହୋଇଛି । ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଦକ୍ଷିଣାଞ୍ଚଳ ରାଜସ୍ବ ଆୟୁକ୍ତ ଆର୍‌ଏସ୍‌ ଗୋପାଳନଙ୍କ ଅଧ୍ୟକ୍ଷତାରେ ରାୟଗଡ଼ା ଜିଲ୍ଲା କଂସାରିଗୁଡାଠାରେ ଆଦିତ୍ୟ ଆଲୁମିନା କମ୍ପାନୀର ରିଫାଇନାରୀ ପ୍ରକଳ୍ପ ପାଇଁ ପୁର୍ନବାସ ଓ ପାରିପାର୍ଶ୍ବିକ ଅଞ୍ଚଳ ଉନ୍ନୟନ ପରାମର୍ଶଦାତା କମିଟି ବୈଠକ ଅନୁଷ୍ଠିତ ହୋଇଥିଲା । ଯେଉଁଥିରେ ଜମି ଅଧିଗ୍ରହଣ, ବିସ୍ଥାପନ, ସ୍ଥାନୀୟ ନିଯୁକ୍ତି, ପାରିପାର୍ଶ୍ବିକ ଅଞ୍ଚଳର ବିକାଶ ନେଇ ଦୀର୍ଘ ସମୟ ଆଲୋଚନା ହୋଇଥିଲା ।

Bauxite Factory in Rayagada (ETV Bharat Odisha)

ଏହି ବୈଠକରେ ରାୟଗଡ଼ା ସାଂସଦ ସପ୍ତଗିରି ଉଲାକା, ରାୟଗଡ଼ା ବିଧାୟକ ଆପଲସ୍ବାମୀ କାଡ୍ରାକା, ଲକ୍ଷ୍ମୀପୁର ବିଧାୟକ ପବିତ୍ର ସାଉନ୍ତା, ରାୟଗଡ଼ା ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନ, କୋରାପୁଟ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନ, ଆଦିତ୍ୟ ବିର୍ଲା କମ୍ପାନୀ ମୁଖ୍ୟ ମଜହର ବେଗ୍, ସିଏସଆର୍ ହେଡ୍‌ ତନ୍ମୟ ମହାନ୍ତି ଓ ଦୁଇ ଜିଲ୍ଲାର ଅନେକ ପ୍ରାଶାସନିକ ଅଧିକାରୀ ଓ ଲୋକ ପ୍ରତିନିଧିଙ୍କ ସହ କଂସାରିଗୁଡ଼ା ଖଣି ଅଞ୍ଚଳର ବିସ୍ଥାପିତ ଓ ଆର୍‌ପିଡିଏସି କମିଟିର ସଦସ୍ୟମାନେ ଯୋଗ ଦେଇଥିଲେ । ଏହି ବୈଠକରେ ଖଣି ଅଞ୍ଚଳର ବିଭିନ୍ନ ସମସ୍ୟା ଉପରେ ଆଲୋଚନା ହେବା ସହିତ ଏହାର ପ୍ରତିକାର ଓ ସମାଧାନ ପାଇଁ ପଦକ୍ଷେପ ଗ୍ରହଣ କରିବାକୁ ରାଜସ୍ବ କମିଶନର କମ୍ପାନୀ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏହି ବୈଠକରେ କିଭଳି ବିସ୍ଥାପିତ ଲୋକଙ୍କ ଥଇଥାନ କରିବା ସହ ଏହି ଦୁଇଟି ଜିଲ୍ଲାର ଶିକ୍ଷିତ ବେକାରୀ ଯୁବକ ଯୁବତୀଙ୍କ ପାଇଁ ନିଯୁକ୍ତି ତଥା ଅଞ୍ଚଳର ଗମନାଗମନ, ଶିକ୍ଷା ଓ ସ୍ଵାସ୍ଥ୍ୟ ଭଳି ମୌଳିକ ସୁବିଧା ଗୁଡ଼ିକର କିଭଳି ଉନ୍ନତି କରାଯିବ ସେନେଇ ଆଲୋଚନା ହୋଇଥିଲା । ସେହିଭଳି ଜମିହରା ଓ ବିସ୍ଥାପିତଙ୍କ ପାଇଁ ତାଙ୍କର ଅଧିକାର ଅନୁଯାୟୀ କିପରି ବ୍ୟବସ୍ଥା କରାଯିବ ସେନେଇ ବିସ୍ତୃତ ଭାବେ ଆଲୋଚନା ହେବା ସହିତ ଏହାର ଯଥାଶୀଘ୍ର ସମାଧାନ କରିବାକୁ ରାଜସ୍ବ କମିଶନର କମ୍ପାନୀ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ଏହି ବୈଠକରେ ଏବେଯାଏଁ ଆଦିତ୍ୟ ବିର୍ଲା କମ୍ପାନୀ କର୍ତ୍ତୃପକ୍ଷଙ୍କ ତରଫରୁ କେଉଁ କେଉଁ ଉନ୍ନୟନମୂଳକ କାର୍ଯ୍ୟ କରାଯାଇଛି ଓ ଲୋକଙ୍କ ହିତ ସାଧନ ପାଇଁ କିଭଳି ପଦକ୍ଷେପ ନିଆଯାଉଛି, ସେନେଇ କମ୍ପାନୀ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସିଏସ୍‌ଆର୍‌ ତନ୍ମୟ ମହାନ୍ତି ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ । ଆର୍‌ପିଡିଏସି କମିଟିର ସଦସ୍ୟ ତଥା ଖଣି ପ୍ରଭାବିତ ଅଞ୍ଚଳର ଲୋକେ ନିଜ ନିଜର ଦାବି ଉପସ୍ଥାପନ କରିବା ସହ ଏହି ଦୁଇଟି ବ୍ଲକରେ ଶିଳ୍ପ ତାଲିମ କେନ୍ଦ୍ର ସ୍ଥାପନ କରି ବେକାର ଯୁବକ ଯୁବତୀଙ୍କୁ ତାଲିମ୍ ପ୍ରଦାନ କରିବାକୁ ଅଞ୍ଚଳବାସୀ ଦାବି କରିଥିଲେ । ଏହାକୁ ନେଇ ଆଗକୁ ଆହୁରି ଅନେକ କିଛି ଉନ୍ନୟନମୂଳକ କାର୍ଯ୍ୟ କରାଯିବ ଏବଂ ବିସ୍ଥାପିତ ଚିହ୍ନଟ ଲୋକଙ୍କ ଥଇଥାନର ବ୍ୟବସ୍ଥା କରାଯିବ ବୋଲି ସୂଚନା ଦେଇଛନ୍ତି । ଏହି ବୈଠକରେ ରାୟଗଡ଼ା ବିଧାୟକ ଆପଲସ୍ବାମୀ କାଡ୍ରାକା, ରାୟଗଡ଼ା ସହରର ମୁଖ୍ୟ ରାସ୍ତାକୁ ଚାରି ଥାକିଆ ରାସ୍ତା କରିବାକୁ ରାଜସ୍ବ କମିଶନରଙ୍କ ଆଗରେ ପ୍ରସ୍ତାବ ରଖିଛନ୍ତି । ଯାହା ଫଳରେ ରାୟଗଡ଼ାରେ ଦୁର୍ଘଟଣାକୁ ନିୟନ୍ତ୍ରଣ କରାଯାଇ ପାରିବ ବୋଲି ସେ କହିଛନ୍ତି । କୋରାପୁଟ ଡିଏଫ୍‌ଓ କେ ଭାସ୍କର ରାଓ, ରାୟଗଡା ଡିଏଫ୍‌ଓ ସଚିନ ଆନ୍ନାସାହେବ ଆହୋଲ, ଆଦିତ୍ୟ ଆଲୁମିନାର ମାନବ ସମ୍ବଳ ମୁଖ୍ୟ ଦୀପକ ମହାନ୍ତି, ଉତ୍କଳ ଆଲୁମିନାର ମୁଖ୍ୟ ଲୋକ ସଂପର୍କ ଏବଂ ଯୋଗସୂତ୍ର ଅଧିକାରୀ ପୀତାମ୍ବର ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।

ତେବେ ଆସନ୍ତା ସେପ୍ଟେମ୍ବର ମାସରେ ୮ ହଜାର କୋଟି ଟଙ୍କା ବ୍ୟୟରେ ପ୍ରସ୍ତାବିତ ଆଦିତ୍ୟ ବିର୍ଲାର ମେଗା ବକ୍ସାଇଟ କାରଖାନା ନିର୍ମାଣ ଆରମ୍ଭ କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରଯାଇଛି । ତେବେ ଜମି ଅଧିଗ୍ରହଣ, ବିସ୍ଥାପନ, ସ୍ଥାନୀୟ ନିଯୁକ୍ତି, ପାରିପାର୍ଶ୍ବିକ ଅଞ୍ଚଳର ବିକାଶ ନେଇ ଦୀର୍ଘ ସମୟ ବୈଠକରେ ଆଲୋଚନା ହୋଇଥିଲା । ୨୦୦୭ ମସିହାରେ ଜମି ଅଧିଗ୍ରହଣ ହୋଇଥିଲା । ତେଣୁ ବର୍ତ୍ତମାନ ବର୍ଦ୍ଧିତ ଦର ପ୍ରଦାନ ସହ କାରଖାନା ଅଞ୍ଚଳ ଦାଦନ ମୁକ୍ତ କରିବାକୁ ଦାବି ହୋଇଥିଲା । କାରଖାନା ପାଇଁ ୨୫୦୦ ଏକର ଜମି ଅଧିଗ୍ରହଣ ହୋଇଛି । ତେଣୁ ଆଲୁମିନା ରିଫାଇନାରୀ ସହିତ ପ୍ରସ୍ତାବିତ କପଡା କାରଖାନା ମଧ୍ୟ ନିର୍ମାଣ କରିବା ପାଇଁ ସଭ୍ୟମାନେ ଦାବି କରିଥିଲେ ।

ଏହା ମଧ୍ୟ ପଢ଼ନ୍ତୁ...ସମ୍ବଲପୁର ପାଇଁ ରେଳବାଇ ଦେଲା ଉପହାର, ଆଉ ହେବନି କ୍ରସ ଟ୍ରାଫିକ୍ ସମସ୍ୟା - Railway Flyover at Sambalpur

ଇଟିଭି ଭାରତ, ରାୟଗଡ଼ା

ABOUT THE AUTHOR

...view details