ଓଡିଶା

odisha

ମାଟ୍ରିକ ପ୍ରଶ୍ନପତ୍ର ଲିକ; ରାଉରକେଲାରେ ABVPର ବିକ୍ଷୋଭ

By ETV Bharat Odisha Team

Published : Feb 27, 2024, 10:18 PM IST

ABVP Stage Protest Over Matric Exam Leaked Question Scandal: ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ, ରାଉରକେଲା ପକ୍ଷରୁ ଆଜି ନିକଟସ୍ଥ ଆମ୍ବେଦକର ଛକ, ଉଦିତନଗର ଠାରେ ଏକ ଗଣ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାରାଣ୍ଡିଙ୍କ ଫୋଟୋ ଚିତ୍ର ଦାହ କରିଛନ୍ତି । ଅଧିକ ପଢନ୍ତୁ

ରାଉରକେଲାରେ ମାଟ୍ରିକ ପ୍ରଶ୍ନପତ୍ର ଲିକ ମାମଲାରେ ABVP ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ
ରାଉରକେଲାରେ ମାଟ୍ରିକ ପ୍ରଶ୍ନପତ୍ର ଲିକ ମାମଲାରେ ABVP ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ

ରାଉରକେଲାରେ ମାଟ୍ରିକ ପ୍ରଶ୍ନପତ୍ର ଲିକ ମାମଲାରେ ABVP ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ

ରାଉରକେଲା: ମାଟ୍ରିକ ପରୀକ୍ଷାରେ ପ୍ରଶ୍ନ ପତ୍ର ଲିକ ମାମଲାରେ ABVP ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ । ରାଜ୍ୟରେ ବିଗତ କିଛି ବର୍ଷ ଧରି ବିଭିନ୍ନ ପରୀକ୍ଷାରେ ପ୍ରଶ୍ନପତ୍ର ପ୍ରଘଟ ଓ ମୁଖ୍ୟତଃ ମାଟ୍ରିକ ପରୀକ୍ଷାରେ ପ୍ରଶ୍ନପତ୍ର ପ୍ରଘଟ ଘଟଣା ସାମ୍ନାକୁ ଆସୁଥିବା ବେଳେ ରାଜ୍ୟ ସରକାର ଏବଂ ଗଣଶିକ୍ଷା ବିଭାଗ ଏହାକୁ ଅଣଦେଖା କରୁଛନ୍ତି । ଗତ ୨୩ ତାରିଖ ଦିନ ମୟୂରଭଞ୍ଜ ଏବଂ କେଉଁଝର ଜିଲ୍ଲାରେ ମାଟ୍ରିକ ପରୀକ୍ଷାର୍ଥୀ ମାନେ ପରୀକ୍ଷା ଦେବା ଆଗରୁ ଇଂରାଜୀ ପ୍ରଶ୍ନପତ୍ର ଗଣମାଧ୍ୟମରେ ଘୁରିବୁଲିଲା ଏବଂ ପରବର୍ତ୍ତୀ ସମୟରେ ପରୀକ୍ଷାରେ ପଡ଼ିଥିବା ପ୍ରଶ୍ନପତ୍ର ସହ ତାର ସାମଞ୍ଜସ୍ୟ ରହିବା ଓ ପରବର୍ତ୍ତୀ ଗଣିତ ପରୀକ୍ଷା ପୂର୍ବରୁ କେଉଁଝରର ପ୍ରଶ୍ନପତ୍ର ପୁନଃ ଗଣମାଧ୍ୟମରେ ଘୁରି ବୁଲିବା ନିହାତି ନିନ୍ଦନୀୟ ବିଷୟ ।

ଏହାଦ୍ବାରା ବିଦ୍ୟାର୍ଥୀଙ୍କ ଭବିଷ୍ୟତ ସହ ଖେଳାଯାଉଛି ଏବଂ ଏହା କଦାପି ଗ୍ରହଣୀୟ ନୁହେଁ । ବାରମ୍ବାର ଏପରି ଘଟଣା ଘଟିବା ନିହାତି ଭାବରେ ସରକାରଙ୍କ ଶିକ୍ଷା ବ୍ୟବସ୍ଥାର ଦୁର୍ବଳତା ପଦାରେ ପକାଇଛି ବୋଲି କହିଛି ABVP ରାଉରକେଲା । ଓଡ଼ିଶା ସରକାର ପରୀକ୍ଷାକୁ ଖେଳନା ବୋଲି ମାନିନେଲେଣି । ଓଡ଼ିଶାରେ ପରୀକ୍ଷା ହେବ ଏବଂ ବିଭ୍ରାଟ ହେବନି ଏହା ଏକ ପ୍ରକାର ଅସମ୍ଭବ ହୋଇଗଲାଣି । ସରକାର ଏକ ପ୍ରକାର ଏକଛତ୍ରବାଦ ଶାସନ ଚଳାଇଛନ୍ତି ଯାହାଦ୍ବାରା କି ସରକାରଙ୍କ ଛତ୍ରଛାୟାରେ ବାରମ୍ବାର ଏଭଳି ହେଉଛି ବୋଲି ଅଭିଯୋଗ କରିଛି ABVP । ସରକାର ଯଥାଶୀଘ୍ର ଏହା ଉପରେ ସ୍ପଷ୍ଟୀକରଣ ରଖନ୍ତୁ ଓ ଗଣଶିକ୍ଷା ମନ୍ତ୍ରୀ ଶୀଘ୍ର ଇସ୍ତଫା ଦିଅନ୍ତୁ ବୋଲି କହିଛି ABVP ।

ଏହା ମଧ୍ୟ ପଢନ୍ତୁ...ଫିଜିକ୍ସ ପରୀକ୍ଷାରେ ଆଉଟ ଅଫ ସିଲାବସ ପ୍ରସଙ୍ଗ, ଚଏସ ଡେଫିସିଟ୍ କହିଲା CHSE

ଏଥିରେ ଉଚ୍ଚସ୍ତରୀୟ ତଦନ୍ତ କରାଯାଇ ଦୋଷୀକୁ କଠୋରରୁ କଠୋର ଦଣ୍ଡ ଦିଆଯାଉ ଓ ଆଗାମୀ ଦିନରେ କିଭଳି ଏଭଳି ଘଟଣା ନ ଘଟିବ ତାହା ପ୍ରତି ଧ୍ୟାନ ଦିଆଯାଉ ବୋଲି କହିଛି ABVP । ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ, ରାଉରକେଲା ପକ୍ଷରୁ ଆଜି ନିକଟସ୍ଥ ଆମ୍ବେଦକର ଛକ, ଉଦିତନଗର ଠାରେ ଏକ ଗଣ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାରାଣ୍ଡିଙ୍କ ଫୋଟୋ ଚିତ୍ର ଦାହ କରିଛନ୍ତି । ତେବେ ଅତ୍ୟାଧୁନିକ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍‌ସ (ଏଆଇ), ଲାଇଭ୍ କ୍ୟାମେରା, ଦୃଢ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନର ଭୟ ରହିଛି ।

ତଥାପି କିଛି ଅସାଧୁ ପରୀକ୍ଷା ବ୍ୟବସ୍ଥାକୁ ଭଣ୍ଡୁର କରିବା ଲାଗି ଷଡ଼ଯନ୍ତ୍ର ଆରମ୍ଭ କରିଦେଇଛନ୍ତି । ଆଜି ମାଟ୍ରିକ୍ ପରୀକ୍ଷାର ଗଣିତ ପ୍ରଶ୍ନପତ୍ର ଲିକ୍ ନେଇ ଅଭିଯୋଗ ପରେ ଏଭଳି ଚର୍ଚ୍ଚା ଜୋର ଧରିଛି । ପରୀକ୍ଷା ଆରମ୍ଭ ପୂର୍ବରୁ ସାମାଜିକ ଗଣମାଧ୍ୟମରେ ଗଣିତ ପ୍ରଶ୍ନ ଓ ତାହାର ଉତ୍ତର ଘୁରି ବୁଲିଥିଲା | ଏଯାଏ ଶେଷ ହୋଇଥିବା ୩ଟି ପରୀକ୍ଷାରୁ ୨ଟି ପରୀକ୍ଷାର ପ୍ରଶ୍ନପତ୍ର ଏଭଳି ଢଙ୍ଗରେ ପଦାକୁ ଆସିବା ପରେ ମାଧ୍ୟମିକ ଶିକ୍ଷା ପରିଷଦ କର୍ତ୍ତୃପକ୍ଷଙ୍କ ପାଇଁ ଅଡ଼ୁଆ ବଢ଼ିଛି । ପ୍ରଥମ ଭାଷା (ଓଡ଼ିଆ)କୁ ଛାଡ଼ି ଦେଲେ ଅନ୍ୟ ଦୁଇଟି ପରୀକ୍ଷା ଇଂରାଜୀ ଓ ଗଣିତର ପ୍ରଶ୍ନପତ୍ର ଲିକ୍ ହୋଇଛି ।

ଇଟିଭି ଭାରତ, ରାଉରକେଲା

ABOUT THE AUTHOR

...view details