ଓଡିଶା

odisha

ETV Bharat / state

ଚୋରି ସୁନାରେ ଗୋଲ୍ଡ ଲୋନ, ଡକାୟତ ଗ୍ୟାଙ୍ଗକୁ ବାନ୍ଧିଲା ପୋଲିସ - ANGUL LAXMIPRIYAPUR LOOT CASE

ଅନୁଗୋଳ ଜିଲ୍ଲା ହଣ୍ଡପା ଥାନା ଲକ୍ଷ୍ମୀପ୍ରିୟାପୁର ଗାଁ ଲୁଟ ଘଟଣା । ସୁନା ଚୋରି କରି ବ୍ୟାଙ୍କରେ ବନ୍ଧା ରଖିଥିଲେ ଅଭିଯୁକ୍ତ । ୯ ଗିରଫ ।

Angul Laxmipriyapur Loot Case
Angul Laxmipriyapur Loot Case (ETV Bharat Odisha)

By ETV Bharat Odisha Team

Published : Dec 2, 2024, 9:10 PM IST

ଅନୁଗୋଳ: ପ୍ରଥମେ ଡକାୟତି ପାଇଁ ଟାର୍ଗେଟ, ଆଉ ପରେ ଲୁଟପାଟ୍‌ । ଲୁଟ୍‌ କରିଥିବା ସୁନାକୁ ବ୍ୟାଙ୍କରେ ବନ୍ଧକ ରଖୁଥିଲେ । ବ୍ୟାଙ୍କ ଦେଉଥିବା ସୁନା ଋଣର ଫାଇଦା ନେଇ ମାଲାମାଲ ହେଉଥିଲେ ଡକାୟତ । ଏଭଳି ଏକ ଅଭିନବ ଡକାୟତି ଘଟଣା ପର୍ଦ୍ଦାଫାସ କରି ୯ ଜଣ ଡକାୟତଙ୍କୁ ବାନ୍ଧିବା ସହ ସେମାନଙ୍କ ନିକଟରୁ ଲୁଟ୍‌ ଟଙ୍କା ସହ ସୁନାଗହଣା ଜବତ କରିବାରେ ସଫଳ ହୋଇଛି ପୋଲିସ ।

  • ଦୁର୍ଘଟଣାରେ ବ୍ୟକ୍ତିଙ୍କ ମୃତ୍ୟୁ ଦିନ ହିଁ ମାରଣାସ୍ତ୍ର ଧରି ଘରେ ପଶିଥିଲେ ଡକାୟତ

ଅନୁଗୋଳ ପୋଲିସ ଦେଇଥିବା ସୂଚନା ଅନୁସାରେ, ଗତମାସ (ନଭେମ୍ବର) ୨୫ ତାରିଖ ସନ୍ଧ୍ୟାରେ ଅନୁଗୋଳ ଜିଲ୍ଲା ହଣ୍ଡପା ଥାନା ଲକ୍ଷ୍ମୀପ୍ରିୟାପୁର ଗାଁର ବିଜୟ କୁମାର ସାହୁ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ । ଆଉ, ସେହିଦିନ ରାତିରେ ମୃତକଙ୍କ ଘରେ ହୋଇଥିଲା ଲୁଟ । ଖଣ୍ଡା, ଭୁଜାଲି, ବନ୍ଧୁକ ଦେଖାଇ ଦୁର୍ବୃତ୍ତମାନେ ଲକ୍ଷାଧିକ ଟଙ୍କା, ସୁନା ସମେତ ୫ଟି ମୋବାଇଲ ଫୋନ ଲୁଟି ନେଇଥିଲେ । ଏନେଇ ଥାନାର ଅଭିଯୋଗ ପରେ ଏହି ଘଟଣାରେ ହଣ୍ଡପା ପୋଲିସ କେସ ନମ୍ବର No. 401, dt.26.11.2024, Us. 310(2) BNS, 2023 r.w Sec.25/27 ଆର୍ମ୍ସ ଆକ୍ଟରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା । ଅନୁଗୋଳ ଏସପିଙ୍କ ନିର୍ଦ୍ଦେଶରେ ପୋଲିସ୍‌ ଟିମ୍‌ ବିଭିନ୍ନ ସ୍ଥାନରେ ଚଢ଼ାଉ ଆରମ୍ଭ କରିଥିଲା । ଏହି ଘଟଣାର ସମ୍ପୃକ୍ତ ଥିବା ୯ ଜଣ ଅଭିଯୁକ୍ତଙ୍କୁ ଧରିବାରେ ସଫଳ ହୋଇଥିଲା ଅନୁଗୋଳ ପୋଲିସ ।

Angul Laxmipriyapur Loot Case (ETV Bharat Odisha)
ଏହା ମଧ୍ୟ ପଢ଼ନ୍ତୁ...ଚେନ ଝାମ୍ପିବା ବେଳେ ନେଇଥିଲେ ମହିଳାଙ୍କ ଜୀବନ, ଝାଡ଼ଖଣ୍ଡରୁ ଧରାପଡ଼ିଲା ମୁଖ୍ୟ ଅଭିଯୁକ୍ତ
  • ସୁନା ବନ୍ଧା ରଖି ବ୍ୟାଙ୍କରୁ ଆଣୁଥିଲେ ଟଙ୍କା:

ଅନୁଗୋଳ ଏସପି ରାହୁଲ ଜୈନଙ୍କ ସୂଚନା ଅନୁସାରେ, ଗିରଫ ୯ ଅଭିଯୁକ୍ତ ହେଲେ ମିଥୁନ ବେହେରା, ମାନସ ସାହୁ, ସୁଶୀଲ ନାଏକ, ସୁନୀଲ ବାରିକ, ବିକାଶ ସେଠି, ଲିପୁ ବେହେରା, ବିଜୟ ପରିଡା, ଅଲେଖ ଭୁତିଆ ଓ ପପୁ ବେହେରା । ସେମାନଙ୍କ ଠାରୁ ୧୫ଟି ମୋବାଇଲ ଫୋନ, ଗୋଟିଏ ବନ୍ଧୁକ, ଏକାଧିକ ମାରଣାସ୍ତ୍ର, ଏକ ସୁଜୁକି ଡିଜାର କାର, ଗୋଟିଏ ମଟର ସାଇକେଲ, ୧୦ ହଳ କାଲ ଫୁଲ, ମଙ୍ଗଳ ସୂତ୍ର ଓ ୩୦ ହାଜର ଟଙ୍କା ପୋଲିସ ଜବତ କରିଛି । ଏହା ବ୍ୟତୀତ ସେମାନଙ୍କ ନାଁରେ ଜିଲ୍ଲାରେ ଓ ଜିଲ୍ଲା ବାହାରେ ଅନେକ ମାମଲା ଥିବା ମଧ୍ୟ ଜଣାଇଛନ୍ତି ଏସପି । ଏହି ଅଭିଯୁକ୍ତମାନେ ପୂର୍ବରୁ ଡକାୟତି ପାଇଁ ବିଭିନ୍ନ ସ୍ଥାନକୁ ଟାର୍ଗେଟ କରୁଥିଲେ । ଚୋରି କରୁଥିବା ସୁନାକୁ ନେଇ ବ୍ୟାଙ୍କରେ ବନ୍ଧକ ରଖି ଟଙ୍କା ଆଣି ମାଲାମାଲ ହେଉଥିଲେ । ଅଭିଯୁକ୍ତମାନଙ୍କୁ ଆଜି ଅଦାଲତରେ ହାଜର କରାଯାଇଥିବା ବେଳେ ରିମାଣ୍ଡରେ ଆଣି ଅଧିକ ତଦନ୍ତ କରାଯିବ ବୋଲି ଏସପି କହିଛନ୍ତି । ଗିରଫ ସମସ୍ତ ଅଭିଯୁକ୍ତ ଅନୁଗୋଳ ଜିଲ୍ଲାର ବିଭିନ୍ନ ଥାନା ଅଞ୍ଚଳର ବୋଲି ସୂଚନା ରହିଛି ।

ଏହା ମଧ୍ୟ ପଢ଼ନ୍ତୁ...ମହିଳାଙ୍କ ହତ୍ୟାକାରୀର କ୍ରାଇମ ସିନ୍ ରିକ୍ରିଏସନ, ଝାଡ଼ଖଣ୍ଡରୁ ଆସି ଚଳାଇଥିଲା ଅପରାଧ

ଏହା ମଧ୍ୟ ପଢ଼ନ୍ତୁ...ବଡ଼ଧରଣର ଡକାୟତି ଗ୍ୟାଙ୍ଗ ପର୍ଦ୍ଦାଫାସ, ବନ୍ଧୁକ ସହ 4ଟି ଅଫୁଟା ଗୁଳି ଜବତ

୯ ଅଭିଯୁକ୍ତ ଗିରଫ :

ଅନୁଗୋଳ ଏସପି ରାହୁଲ ଜୈନକହିଛନ୍ତି, "୨୫ ନଭେମ୍ବର ରାତିରେ ଲକ୍ଷ୍ମୀପ୍ରିୟାପୁର ଗାଁରେ ଏକ ଡକାୟତି ହୋଇଥିଲା । ଏନେଇ ଅଜୟ ସାହୁ ହଣ୍ଡପା ଥାନାରେ ଅଭିଯୋଗ କରିଥିଲେ ଯେ, ୮ରୁ ୧୦ ଜଣ ଦୁର୍ବୃତ୍ତ ତାଙ୍କ ଘରେ ପଶି ଲୁଟ କରି ସୁନା ଗହଣା ଓ ଟଙ୍କା ନେଇଯାଇଛନ୍ତି । ଏନେଇ ହଣ୍ଡପା ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ହଣ୍ଡପା ଆଇଆଇସିଙ୍କ ନେତୃତ୍ବ ଓ ଆଠମଲ୍ଲିକ SDPOଙ୍କ ନେତୃତ୍ବରେ ଏକ ଟିମ୍‌ ବିଭିନ୍ନ ଜାଗାରେ ଚଢ଼ାଉ କରିଥିଲେ । ଏହି ମାମଲାରେ ୯ ଜଣ ଅଭିଯିକ୍ତଙ୍କୁ ଗିରଫ କରାଯାଇଛି । ଅଭିଯୁକ୍ତମାନେ ଢେଙ୍କାନାଳର ଏକ ବ୍ୟାଙ୍କରେ ସୁନାକୁ ବନ୍ଧକ ରଖିଥିଲେ । ସେସବୁ ଜବତ କରାଯାଇଛି । ଏହି ମାମଲାରେ ଯେତେ ବି ଅଭିଯୁକ୍ତ ସାମିଲ ଅଛନ୍ତି ସମସ୍ତଙ୍କୁ ଗିରଫ କରାଯିବ ।"

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details