ଓଡିଶା

odisha

ETV Bharat / state

Wonder Boy: ବୟସ ୪ ମୁହେଁ ମୁହେଁ ସବୁ ମୁଖସ୍ତ, 39 ସେକେଣ୍ଡରେ 48ଟି ଦେଶର ରାଜଧାନୀ ନାଁ କହି ଇଣ୍ଟରନ୍ୟାସନାଲ ବୁକ ଅଫ ରେକର୍ଡସ୍‌ - International Book Of Records - INTERNATIONAL BOOK OF RECORDS

4 Year Old Boy Danis Devash Registered In International Book of Records: ମାତ୍ର ୪ ବର୍ଷ ବୟସରେ ଇଣ୍ଟରନ୍ୟାସନାଲ ବୁକ୍ ଅଫ ରେକର୍ଡସ୍‌ରେ ସ୍ଥାନ ପାଇଲେ ବିସ୍ମୟ ବାଳକ ଡାନିସ୍ ଦେବାଂଶ । ଲିମକା ବୁକ୍‌ ରେକର୍ଡସ୍‌ ପାଇଁ ପ୍ରସ୍ତୁତି । ଅଧିକ ପଢ଼ନ୍ତୁ

International Book of Records
International Book of Records (ETV Bharat Odisha)

By ETV Bharat Odisha Team

Published : Aug 30, 2024, 3:21 PM IST

ଯାଜପୁର:ବୟସ ମାତ୍ର ୪ ବର୍ଷ । ହେଲେ ତୁଣ୍ଡେ ତୁଣ୍ଡେ ସବୁ ମୁଖସ୍ତ । ଏତେ କମ୍‌ ବୟସରେ ଇଣ୍ଡିଆ ବୁକ ଅଫ ରେକର୍ଡ ସହ ଇଣ୍ଟର୍‌ନ୍ୟାସନାଲ ବୁକ ଅଫ ରେକର୍ଡସ୍‌ ଭଳି ସଫଳତା ପାଇଛନ୍ତି । ନିର୍ଭୁଲ ଭାବେ ଏସିଆ ମହାଦେଶର 48ଟି ଦେଶର ରାଜଧାନୀର ନାମ 39 ସେକେଣ୍ଡରେ କହି ଇଣ୍ଟରନ୍ୟାସନାଲ ବୁକ ଅଫ ରେକର୍ଡସ୍‌ କରି ରାଜ୍ୟରେ ଚର୍ଚ୍ଚିତ ଚେହେରା ପାଲଟିଛନ୍ତି । ତେବେ "ତୁଳସୀ ଦୁଇପତ୍ର ବାସେ" ଉକ୍ତିଟି ସତ ପ୍ରମାଣିତ କରିଛନ୍ତି ଯାଜପୁର ଜିଲ୍ଲା ଦାନଗଦି ବ୍ଲକ ଯଖପୁରା ଗାଁର ୪ ବର୍ଷର ବାଳକ ଡାନିସ ଦେବାଂଶ ରାଉତ ।

International Book of Records (ETV Bharat Odisha)

ବୟସ ୪ ବର୍ଷ, ଜ୍ଞାନ ପ୍ରଚଣ୍ଡ:

ଯାଜପୁର ଜିଲ୍ଲା ଦାନଗଦି ବ୍ଲକ ଯଖପୁରା ଗ୍ରାମର ପୂର୍ଣ୍ଣଚନ୍ଦ୍ର ରାଉତ ଓ କୌଶଲ୍ୟା ରାଉତଙ୍କ ଏକ ମାତ୍ର ପୁତ୍ର ଡାନିସ ଦେବଂସ ରାଉତ । ବୟସ ମାତ୍ର ୪ ବର୍ଷ । ଶିଶୁଟି ଭିତରେ ରହିଛି ପ୍ରଚଣ୍ଡ ସ୍ମରଣଶକ୍ତି । ଏହି କୋମଳମତି ବୟସରେ ନିଜର ସ୍ମରଣଶକ୍ତି ଓ ବୁଦ୍ଧିମତା ପାଇଁ ଆଜି ଦୁଇ ଦୁଇଟି ରେକର୍ଡର ଅଧିକାରୀ ହେଇପାରିଛନ୍ତି ଡାନିସ ଦେବାଂଶ । ପ୍ରଥମେ ଇଣ୍ଡିଆ ବୁକ ଅଫ ରେକର୍ଡସ୍‌ରେ ସ୍ଥାନ ପାଇଥିଲେ । ଆଉ ଏବେ ନିର୍ଭୁଲ ଭାବେ ଏସିଆ ମହାଦେଶର 48ଟି ଦେଶର ରାଜଧାନୀର ନାମ 39 ସେକେଣ୍ଡରେ ନାମ କହି ଇଣ୍ଟରନ୍ୟାସନାଲ ବୁକ ଅଫ ରେକର୍ଡସର ଜୁରୀମାନଙ୍କୁ ମୁଗ୍ଧ କରିଛନ୍ତି । ଶିଶୁର ପ୍ରଖର ସ୍ମରଣଶକ୍ତି ଯୋଗୁଁ ଡାନିସ ଏବେ ଚର୍ଚ୍ଚାକୁ ଆସିଛନ୍ତି । ମାତ୍ର 4 ବର୍ଷ ମଧ୍ୟରେ ଇଣ୍ଟର୍‌ନ୍ୟାସନାଲ ବୁକ ଅଫ ରେକର୍ଡସ ଓ ଇଣ୍ଡିଆ ବୁକ ଅଫ ରେକର୍ଡ ସୃଷ୍ଟି କରିଥିବାରୁ ପରିବାର ଲୋକେ ଓ ସ୍କୁଲ ଶିକ୍ଷକ ମଧ୍ୟ ବହୁତ ଖୁସି ଅନୁଭବ କରିଛନ୍ତି ।

ଡାନିସ ଦେବାଂଶଙ୍କ ପାଇଁ ଗର୍ବିତ ବାପା ମାଆ:

ଡାନିସ ଦେବାଂଶଙ୍କ ବାପା ପୂର୍ଣ୍ଣଚନ୍ଦ୍ର ରାଉତ କଳିଙ୍ଗନଗର ଶିଳ୍ପାଞ୍ଚଳର ଭିସାଷ୍ଟିଲ କାରଖାନାରେ କାର୍ଯ୍ୟରତ ଅଛନ୍ତି । ସେହିପରି ମାଆ କୌଶଲ୍ୟା ରାଉତ ଜଣେ ଉଚ୍ଚଶିକ୍ଷିତା ମହିଳା ହୋଇଥିଲେ ହେଁ ସେ ଜଣେ ସାଧାରଣ ଗୃହିଣୀ । ଡାନିସ ସ୍କୁଲ ନୂଆ ନୂଆ ଯାଉଥିବା ବେଳେ ଖେଳ କୁଦ ବୟସରେ ଶିଶୁ 39 ସେକେଣ୍ଡରେ ସଠିକ ଉତ୍ତର ଦେଇ ଇଣ୍ଟର୍‌ନ୍ୟାସନାଲ ଅଫ ରେକର୍ଡସ ବିଚାରକ ମଣ୍ଡଳୀଙ୍କୁ ଆଶ୍ଚର୍ଯ୍ୟଚକିତ କରିଦେଇଥିଲେ । ତାଙ୍କର ଏହି ସଫଳତା ପାଇଁ ବାପା, ମାଆଙ୍କ ସହିତ ପୁରା ପରିବାର ଗର୍ବିତ ଓ ଖୁସି । ଏଥିପାଇଁ ବାପା ମାଙ୍କ ସମେତ ପୁରା ପରିବାର ବେଶ ଆନନ୍ଦିତ । ସେପଟେ ଅତି କମ ବୟସରେ ଦୁଇ ଦୁଇଟି ରେକର୍ଡ କରିଥିବା ଡାନିସ ଆଗାମୀ ଦିନରେ ଆହୁରି ରେକର୍ଡ କରିବା ପାଇଁ ଆଶା ପ୍ରକଟ କରିଛନ୍ତି ବାପା, ମାଆ ।

ଡାନିସ ଦେବାଂଶଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ:

ବୟସ ଏତେ କମ ହୋଇଥିଲେ ବି ଶିଶୁଟିର ସ୍ମରଣଶକ୍ତି କୌଣସି ବଡ଼ ପିଲା ଠାରୁ କମ୍‌ ନୁହେଁ । ଡାନିସ ଠିକ୍‌ରେ କଥା କହିପାରୁନାହାନ୍ତି । ପାଟି ଲାଗୁଥିଲେ ମଧ୍ୟ ତାଙ୍କ ଭିତରେ ଥିବା ପ୍ରତିଭାକୁ ବାପା ମାଆ ଚିହ୍ନି ପାରିଥିଲେ । ଏଥିପାଇଁ ବାପା, ମାଆଙ୍କ ପ୍ରଚେଷ୍ଟା ପାଇଁ ଅତି କମ ବୟସରେ ଦୁଇ ଦୁଇଟି ରେକର୍ଡର ଅଧିକାରୀ ହୋଇ ପାରିଛନ୍ତି ଡାନିସ । ତେବେ ଡାନିସର ସଫଳତା ପଛରେ ତାଙ୍କ ମାଆଙ୍କ ହିଁ ବିଶେଷ ହାତ ରହିଛି । ବାପା ସବୁବେଳେ କାରଖାନା ଚାକିର କାର୍ଯ୍ୟରେ ବ୍ୟସ୍ତ ରହିଥାନ୍ତି । ହେଲେ ମାଆ କୌଶଲ୍ୟାଙ୍କ ପ୍ରେରଣା ଓ ଉଚିତ ଶିକ୍ଷାଦାନ ଯୋଗୁଁ ଡାନିସ ଆଜି ଏଭଳି ସଫଳତା ଅର୍ଜନ କରିପାରିଛନ୍ତି । ଡାନିସଙ୍କର ଏହି ସଫଳତା ନେଇ ଅଞ୍ଚଳବାସୀ ଓ ପରିବାର ଲୋକେ ମଧ୍ୟ ଖୁସି । ତେବେ ତାଙ୍କର ଏହି ଅନନ୍ୟ କୃତିତ୍ୱ ପାଇଁ ଏବେ ତାଙ୍କ ପରିବାର ନିକଟକୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟୁଛି । ସେପଟେ ଡାନିସ ଦେବାନସଙ୍କ ଏଭଳି ସଫଳତା ପାଇଁ ସ୍କୁଲ ପ୍ରିନ୍ସପାଲ ଖୁସିବ୍ୟକ୍ତ କରିବା ସହିତ ପରିବାର ଓ ଶିକ୍ଷକଶିକ୍ଷୟତ୍ରୀଙ୍କୁ ଧନ୍ୟବାଦ ଦେଇଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ମଞ୍ଜିରେ ତିନି ଠାକୁରଙ୍କ ଚିତ୍ର, ଇଣ୍ଡିଆ ବୁକ ଅଫ ରେକର୍ଡରେ ସ୍ଥାନ ପାଇଲେ ସ୍ମୃତି ରେଖା ନାୟକ - IBR achiever Smruti Rekha Nayak

ଲିମକା ବୁକ୍‌ ରେକର୍ଡସ୍‌ ପାଇଁ ପ୍ରସ୍ତୁତି:

ଏନେଇ ଡାନିସଙ୍କ ମାଆ କୌଶଲ୍ୟା ରାଉତ କହିଛନ୍ତି, "ସେ ଯେତେବେଳେ ଛୋଟ ଥିଲା ନ୍ୟାସନାଲ୍‌ ସିମ୍ବଲ ଗୁଡ଼ିକୁ ମନେ ରଖିଦେଉଥିଲା । ସେଥିପାଇଁ ମୁଁ ତାକୁ ଇଣ୍ଡିଆ ବୁକ୍‌ ପାଇଁ ପ୍ରସ୍ତୁତ କରିଥିଲେ । ସେ ସେଥିରେ ସଫଳ ହୋଇଥିଲା । ପରେ ମୁଁ ତାକୁ ଇଣ୍ଟରନ୍ୟାସନାଲ ବୁକ ଅଫ ରେକର୍ଡସ୍‌ ପାଇଁ ପ୍ରସ୍ତୁତ କରିଥିଲି । ତାର ସ୍କୁଲ ଟାକ୍ସ ସରିବା ପରେ ମୁଁ ତାକୁ ପ୍ରତିଦିନ ୧ ଘଣ୍ଟା ସମୟ ଦିଏ । ଏସିଆ ମହାଦେଶର ୪୮ ଦେଶର ରାଜଧାନୀର ନାଁ ୩୯ ସେକେଣ୍ଡରେ କହି ରେକର୍ଡ କରିଛି । ମୁଁ ତାକୁ ବର୍ତ୍ତମାନ ଲିମକା ବୁକ୍‌ ରେକର୍ଡସ୍‌ ପାଇଁ ପ୍ରସ୍ତୁତ କରୁଛି । ତାର ଏହି ସଫଳତା ପାଇଁ ଆମେ ବହୁତ ଖୁସି ।"


ଇଟିଭି ଭାରତ, ଯାଜପୁର

ABOUT THE AUTHOR

...view details