ଓଡିଶା

odisha

ETV Bharat / state

୩ ଲକ୍ଷ ୨୮ ହଜାର ଭୂତ ରାସନକାର୍ଡ ! ମଲା ଲୋକଙ୍କୁ ଚାଉଳ ଦେଉଥିଲା ବିଜେଡି ସରକାର: କୃଷ୍ଣଚନ୍ଦ୍ର ପାତ୍ର - SUPPLY MINISTER ON RATION CARD

ବିଜେଡି ସରକାର ଅମଳରେ ମଲା ଲୋକଙ୍କୁ ମିଳୁଥିଲା ଚାଉଳ । ମୃତ୍ଯୁ ପରେ 4 ରୁ 5 ବର୍ଷ ମିଳୁଥିଲା ଚାଉଳ କହିଲେ ଯୋଗଣ ମନ୍ତ୍ରୀ ।

SUPPLY MINISTER ON EKYC
SUPPLY MINISTER ON EKYC (ETV BHARAT ODISHA)

By ETV Bharat Odisha Team

Published : Feb 19, 2025, 3:55 PM IST

ଭୁବନେଶ୍ୱର: ମଲା ଲୋକଙ୍କୁ ଚାଉଳ ଦେଉଥିଲେ ବିଜେଡି ସରକାର । ମାର୍ଚ୍ଚ 31 ପରେ ସ୍ପଷ୍ଟ ହେବ ଭୂତ ହିତାଧିକାରୀ । ମୃତ ହିତାଧିକାରୀ ରାସନ କାର୍ଡକୁ ନେଇ ଯୋଗଣ ମନ୍ତ୍ରୀଙ୍କ ବଡ ପ୍ରତିକ୍ରିୟା । ଲୋକ ମଲା ପରଠାରୁ ଚାଲିଥିଲା ପ୍ରକ୍ରିୟା । ମୃତ୍ୟୁର 4-5 ବର୍ଷ ପରେ ମଧ୍ୟ ଉଠୁଥିଲା ଚାଉଳ। ବିଜେଡି ସମୟରେ ଚାଲିଥିଲା ବଡ଼ ଦୁର୍ନୀତି । ekyc ଶେଷ ପରେ ଆରମ୍ଭ ହେବ ତଦନ୍ତ କହିଲେ ମନ୍ତ୍ରୀ ।


"3 ଲକ୍ଷ 28 ହଜାରରୁ ଅଧିକ ମୃତ ହିତାଧିକାରୀ ଚାଉଳ ନେଉଥିଲେ । ଏହା ekyc ଦ୍ୱାରା ଧରା ପଡିଲା । ଏ ଚାଉଳ କାର୍ଡ ଏବେ କଟା ସରିଛି । ଆୟକର ଦାତାଙ୍କୁ ମଧ୍ୟ ନୋଟିସ ହୋଇଛି। ଏବେ ଫିଜିକାଲ ଭେରୀଫିକେସନ ଚାଲିଛି। ଲୋକମାନେ ମଲା ପରଠାରୁ ୪-୫ ବର୍ଷ ଏ ପ୍ରକ୍ରିୟା ଚାଲିଥିଲା। ଚାଉଳ କିଏ ଖାଉଥିଲା ତାର ତଦନ୍ତ ଚାଲିଛି। ଏଥିରେ କୋଟି କୋଟି ଟଙ୍କା ଦୁର୍ନୀତି ହୋଇଛି। ବିଜେଡି ସରକାରରେ ହୋଇଥିବା ଦୁର୍ନୀତି ର ଗୋଟି ଗୋଟି ତଦନ୍ତ ହେବ। ବିଜେଡି କେବଳ ଦୁର୍ନୀତି କରୁଥିଲା। ଏହି ଦୁର୍ନୀତି ର କିପରି ଭରଣା କରାଯିବ ସରକାର ଚିନ୍ତା କରୁଛନ୍ତି । ମାର୍ଚ୍ଚ 31 ତାରିଖ ପରେ କେତେ ଭୂତ ରାସନ କାର୍ଡ ରହିଛି ସ୍ପଷ୍ଟ ହେବ," ବୋଲି କହିଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର।

ଏହା ବି ପଢନ୍ତୁ- ପୁଣି ବଢ଼ିଲା E kyc ଅବଧି, ଜାଣନ୍ତୁ ଶେଷ ତାରିଖ ? - EKYC DEADLINE EXTEND



ତେବେ ୩ ଲକ୍ଷ ୨୮ ହଜାର ୯୩୨ ଜଣ ମୃତ ବ୍ୟକ୍ତିଙ୍କ ନାଁ ରେ ଉଠୁଥିଲା ରାସନ । ରାଜ୍ୟ ସରକାରଙ୍କ ପକ୍ଷରୁ ଇକେୱାସି ପ୍ରକ୍ରିୟା ପରେ ୩ ଲକ୍ଷ ୨୮ ହଜାର ୯୩୨ ଜଣ ମୃତ ବ୍ୟକ୍ତିଙ୍କ ନାଁକୁ ବାଦ ଦିଆଯାଇଛି । ସର୍ବାଧିକ କେନ୍ଦୁଝରରେ ୩୫ ହଜାର ୫୫୦ ଜଣ ମୃତ ବ୍ୟକ୍ତି ରାସନ କାର୍ଡ ହାତେଇ ଥିବା ବେଳେ ଗଞ୍ଜାମରେ ୨୫ ହଜାର ୭୮୯, ମୟୂରଭଞ୍ଜ ରେ ୨୩ ହଜାର ୭୯୯, ରାୟଗଡ଼ା ରେ ୨୨ ହଜାର ୪୧୧ ଜଣ ମୃତ ବ୍ୟକ୍ତିଙ୍କ ନାଁରେ ଉଠୁଥିଲା ଚାଉଳ । ଆଜି ବିଧାନସଭାରେ ଲିଖିତ ଉତ୍ତର ରଖିଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ମନ୍ତ୍ରୀ କୃଷ୍ଣ ପାତ୍ର ।

ରାଜ୍ୟରେ ୩ ଲକ୍ଷ ୨୮ ହଜାର ୯୩୨ ଜଣ ମୃତ ବ୍ୟକ୍ତିଙ୍କ ନାଁରେ ରାସନ କାର୍ଡ

  • e-KYC ପରେ ସେମାନଙ୍କୁ ତାଲିକାରୁ ବାଦ୍‌
  • କେନ୍ଦୁଝରରେ ସର୍ବାଧିକ ୩୫ ହଜାର ୫୫୦ ମୃତ ବ୍ୟକ୍ତିଙ୍କ ନାଁରେ ରାସନ କାର୍ଡ
  • ଗଞ୍ଜାମରେ ୨୫ ହଜାର ୭୮୯ ଭୂତ ରାସନ କାର୍ଡଧାରୀ
  • ମୟୁରଭଞ୍ଜ, ରାୟଗଡ଼ାରେ ମଧ୍ୟ ଅନେକ ଭୂତ ରାସନ କାର୍ଡଧାରୀ

ପୁଣି ବଢ଼ିଲା E kyc ଅବଧି-

ରାସନ କାର୍ଡ ହିତାଧିକାରୀଙ୍କ ପାଇଁ ଖୁସି ଖବର । ପୁଣି ବଢିଲା E-kyc ଅବଧି । ହିତାଧିକାରୀଙ୍କ ସ୍ୱାର୍ଥକୁ ଦେଖି ସରକାର ପୁଣି ଏହି ଅବଧିକୁ 31 ମାର୍ଚ୍ଚ ପର୍ଯ୍ୟନ୍ତ ବଢାଇଛନ୍ତି । ଏନେଇ ନିକଟରେ ବିଧାନସଭାରେ ସୂଚନା ଦେଇଥିଲେ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା 2 କୋଟି 99 ଲକ୍ଷ 8 ହଜାର 457 ଇ-କେୱାଇସି କରିଥିବା ଜଣାପଡ଼ିଛି ।

୩୭ ଲକ୍ଷ କରିନାହାନ୍ତି E- KYC:

ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର କହିଥିଲେ," E- KYC ଅବଧି ଫେବୃଆରୀ ୧୫ ତାରିଖ ପର୍ଯ୍ୟନ୍ତ ଚାଲିବ । ଏପର୍ଯ୍ୟନ୍ତ ଆହୁରି ୩୭ ଲକ୍ଷ ଲୋକ E- KYC କରିନାହାନ୍ତି । ଯେଉଁମାନେ E- KYC ନ କରିପାରିବେ ଧରାଯିବ ଯେ ସେମାନେ ସରେଣ୍ଡର କରିଛନ୍ତି ବୋଲି ସେମାନଙ୍କ କାର୍ଡ କାଟି ଦିଆଯିବ ଓ ସେହି ସ୍ଥାନରେ ନୂଆ ଲୋକଙ୍କ କାର୍ଡ କରାଯିବ ।"

କେବେ ହେବ ନୂଆ ରାସନ କାର୍ଡ?

ନୂଆ ରାସନ କାର୍ଡକୁ ନେଇ ମନ୍ତ୍ରୀ କହିଥିଲେ, "ଯେଉଁମାନେ ନୂଆ ରାସନ କାର୍ଡ ପାଇଁ ଆବେଦନ କରିଛନ୍ତି, ସେଗୁଡିକର ଯାଞ୍ଚ ଚାଲିଛି । ସେମାନଙ୍କ ନୂଆ କାର୍ଡ କରିବା ପାଇଁ ଚିନ୍ତା କରାଯାଉଛି । ଏବେ ପୋର୍ଟାଲ ଖୋଲାଯିବ । ଯେଉଁମାନେ ନୂଆ କରି ଆବେଦନ କରିଛନ୍ତି ସେମାନଙ୍କର ଆବେଦନକୁ ବିଚାରକୁ ନିଆଯିବ । 6 ଲକ୍ଷ ନୂଆ ହିତାଧିକାରୀ ଆବେଦନ କରିଛନ୍ତି ।

ABOUT THE AUTHOR

...view details