ବରଗଡ଼: ବିଶ୍ୱପ୍ରସିଦ୍ଧ ମୁକ୍ତାକାଶ ରଙ୍ଗମଞ୍ଚ ଧନୁଯାତ୍ରାର ଆଜି(ରବିବାର) ତୃତୀୟ ଦିନ । ଆଜି ଧୁମଧାମରେ ଶ୍ରୀକୃଷ୍ଣଙ୍କ ଜନ୍ମୋତ୍ସବ ପାଳିଛନ୍ତି ଗୋପପୁରବାସୀ । ଧନୁଯାତ୍ରାର ଦ୍ୱିତୀୟ ଦିନରେ ଭଗବାନ ଶ୍ରୀକୃଷ୍ଣ ମାତା ଦେବକୀଙ୍କ ଅଷ୍ଟମ ଗର୍ଭରୁ ଜନ୍ମ ନେଇଥିଲେ।
ମଥୁରାବାସୀଙ୍କ ପାଇଁ ରଙ୍ଗମହଲ ଉଦଘାଟିତ
ଧନୁଯାତ୍ରା ପାଇଁ ଚଳଚଞ୍ଚଳ ବରଗଡ । ଶ୍ରୀକୃଷ୍ଣଙ୍କ ଜନ୍ମ କାହାଣୀ ଆଧାରିତ ଲୋକନାଟ୍ୟକୁ ଦେଖିବା ପାଇଁ ସନ୍ଧ୍ୟାହେଲେ ଜମୁଛି ହଜାର ହଜାର ଦର୍ଶକଙ୍କ ଭିଡ । ଆଜି ତୃତୀୟ ଦିନରେ ଶ୍ରୀକୃଷ୍ଣଙ୍କ ଜନ୍ମୋତ୍ସବକୁ ଗୋପପୁରବାସୀ ଧୁମଧାମରେ ପାଳୁଛନ୍ତି । ଧନୁଯାତ୍ରାର ଦ୍ୱିତୀୟ ଦିନରେ ଭଗବାନ ଶ୍ରୀକୃଷ୍ଣ ମାତା ଦେବକୀଙ୍କ ଅଷ୍ଟମ ଗର୍ଭରୁ ଜନ୍ମ ନେଇଥିଲେ ଏବଂ କଂସର ଭୟରେ ବାସୁଦେବ କୃଷ୍ଣଙ୍କୁ ନେଇ ଗୋପପୁର ଯାତ୍ରା କରିଥିଲେ ଏବଂ ଯଶୋଦାଙ୍କ କୋଳରେ କୃଷ୍ଣଙ୍କୁ ଥୋଇ ବିଜୁଳି କନ୍ୟାକୁ ଧରି ମଥୁରା ଫେରିଥିଲେ । ଅନ୍ୟପଟେ ମହାରାଜ କଂସ ମଥୁରା ନଗର ଭ୍ରମଣରେ ବହାରି ନିୟମ ଖିଲାପିଙ୍କୁ ଅର୍ଥଦଣ୍ଡରେ ଦଣ୍ଡିତ କରିଛନ୍ତି । ସେହିପରି ମଥୁରାବାସୀଙ୍କ ମନୋରଞ୍ଜନ ପାଇଁ ମହାରାଜ କଂସ ରଙ୍ଗମହଲର ଉଦ୍ଘାଟନ କରିଛନ୍ତି ।
ମଥୁରା ନଗର ଭ୍ରମଣ କଲେ କଂସ ମହାରାଜା
ମଥୁରା ନଗରୀରେ ଉଗ୍ରସେନଙ୍କୁ ସିଂହାସନରୁ ହଟାଇ ଯୁବରାଜ କଂସ ନିଜେ ମଥୁରାର ରାଜା ହେବାପରେ ଦ୍ୱିତୀୟ ଦିନରେ ସେ ମଥୁରା ନଗର ଭ୍ରମଣ କରିଥିଲେ ଏବଂ ନଗର ଭ୍ରମଣ ସମୟରେ ନିୟମ ଖିଲାପକାରୀ ବ୍ୟକ୍ତିଙ୍କୁ ଦଣ୍ଡବିଧାନ କରିଥିଲେ । ମଥୁରାବାସୀଙ୍କ ମନୋରଂଜନ ପାଇଁ ରଙ୍ଗମହଲର ଉଦଘାଟନ କରିଥିଲେ । ରଙ୍ଗମହଲରେ କଂସ ମହାରାଜଙ୍କ ମନୋରଞ୍ଜନ ପାଇଁ ବଲାଙ୍ଗୀର, ସମ୍ବଲପୁର, ଗଞ୍ଜାମ, ଫୁଲବାଣୀ, ପଦ୍ମପୁର ଏବଂ ସୁଦୂର କୋଲକାତାରୁ କଳାକାରମାନେ ଆସି ନୃତ୍ୟ ପ୍ରଦର୍ଶନ କରିଥିଲେ ।
ଏହି ରଙ୍ଗମହଲର ଦାୟିତ୍ୱ ମହାମନ୍ତ୍ରୀ ସାତ୍ୟକୀଙ୍କୁ ଦେଇ ପ୍ରତିଦିନ ରାଜ୍ୟ ତଥା ରାଜ୍ୟ ବାହାର କଳାକାରଙ୍କ ନୃତ୍ୟ ପରିବେଷଣ ପାଇଁ ଆଦେଶ ଦେଇଥିଲେ । ଏହାପରେ ମହାରାଜ କଂସ ରାଜଦରବାରକୁ ଫେରି ଆସିଥିବା ବେଳେ ମାତା ଇନ୍ଦୁମତୀଙ୍କ ପ୍ରତି ହୋଇଥିବା ଅତ୍ୟାଚାରର ପ୍ରତିଶୋଧ ନେବା ପାଇଁ ଦୁର୍ମିଳା ରାକ୍ଷସକୁ ହତ୍ୟା କରିଛନ୍ତି । ତେବେ ନିଜ ସୁରକ୍ଷା ପାଇଁ ଚାଣ୍ଡୁର ମୁଷ୍ଟିକକୁ ଆବାହନ କରିଛନ୍ତି ମହାରାଜ କଂସ । ଏମାନଙ୍କ ମନୋରଂଜନ ପାଇଁ ଆୟୋଜନ କରିଛନ୍ତି ନୃତ୍ୟଗୀତର କାର୍ଯ୍ୟକ୍ରମ ।
ଧନୁଯାତ୍ରାରେ ପହଞ୍ଚିଲେ କେନ୍ଦ୍ରମନ୍ତ୍ରୀ