ଓଡିଶା

odisha

ETV Bharat / state

୨୦୨୪ ରିପୋର୍ଟ କାର୍ଡ ଦେଲା ଭିଜିଲାନ୍ସ : ୨୦୦ ମାମଲା, ୧୮୧ ଗିରଫ - 2024 VIGILANCE REPORT CARD

କାର୍ଯ୍ୟାନୁଷ୍ଠାନ ପରିଧିରେ କ୍ଲାସ ଓ୍ବାନ ଅଧିକାରୀଙ୍କ ଠାରୁ ତୃତୀୟ ଶ୍ରେଣୀ କର୍ମଚାରୀଙ୍କ ପର୍ଯ୍ୟନ୍ତ । ରିପୋର୍ଟ କାର୍ଡ ଦେଲା ଭିଜିଲାନ୍ସ ।

2024 Report Card issued by State Vigilance
2024 Report Card issued by State Vigilance (ETV Bharat Odisha)

By ETV Bharat Odisha Team

Published : Dec 31, 2024, 7:25 PM IST

କଟକ:ବର୍ଷ ୨୦୨୪ ରିପୋର୍ଟ କାର୍ଡ ଜାରି କଲା ରାଜ୍ୟ ଭିଜିଲାନ୍ସ । ଗୋଟିଏ ବର୍ଷ ମଧ୍ୟରେ ୨୦୦ ମାମଲା ରୁଜୁ ହୋଇଥିବା ବେଳେ ୧୮୧ ସରକାରୀ କର୍ମଚାରୀ ଓ ଅନ୍ୟାନ୍ୟ କର୍ମଚାରୀଙ୍କୁ ଗିରଫ କରିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଭିଜିଲାନ୍ସ ।

  • ଗୋଟିଏ ବର୍ଷ ମଧ୍ୟରେ ୨୦୦ ମାମଲା ରୁଜୁ

ଭିଜିଲାନ୍ସ ସେଲ ଏସପି ଏମ.ରାଧା କ୍ରିଷ୍ଣନ୍ କହିଛନ୍ତି," ଗୋଟିଏ ବର୍ଷ ମଧ୍ୟରେ ୨୦୦ ମାମଲା ରୁଜୁ କରାଯାଇଛି । ସେଥିମଧ୍ୟରୁ ୧୮୧ ସରକାରୀ କର୍ମଚାରୀ ଓ ଅନ୍ୟାନ୍ୟ କର୍ମଚାରୀଙ୍କୁ ଗିରଫ କରିଛି ଭିଜିଲାନ୍ସ । ସେଥିମଧ୍ୟରୁ ୫୦ କ୍ଳାସ ୱାନ ଅଫିସର, ୩୬ କ୍ଳାସ-ଟୁ ଅଫିସର, ୧୩୧ କ୍ଳାସ-ଥ୍ରୀ କର୍ମଚାରୀ ଯେପରି ମୁଖ୍ୟଯନ୍ତ୍ରୀ, ଅବକାରୀ ବିଭାଗର ଯୁଗ୍ମ ଆୟୁକ୍ତ, ମତ୍ସ୍ୟ ସମ୍ପଦ ବିଭାଗର ଡେପୁଟି ନିର୍ଦ୍ଦେଶକ, ସିଟିଜିଏସଟିର ଉପ-ଆୟୁକ୍ତ, ଜେଲ ଅଧୀକ୍ଷକ, ଉପ-ଜିଲ୍ଲାପାଳ, ତହସିଲଦାର, ବିଡିଓଙ୍କ ଭଳି ଅନ୍ୟାନ୍ୟ ଅଧିକାରୀ ମଧ୍ୟ ଏହି ତାଲିକାରେ ରହିଛନ୍ତି ।"

2024 Report Card issued by State Vigilance (ETV Bharat Odisha)
  • ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ମାମଲାରେ ୧୩୧ କୋଟି ଟଙ୍କା ଜବତ

ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ମାମଲାରେ ୬୦ ଜଣଙ୍କୁ ଗିରଫ କରିବା ସହ ୧୩୧ କୋଟି ଟଙ୍କା ଜବତ କରିଛି ଭିଜିଲାନ୍ସ । ସେହିପରି ଲାଞ୍ଚ ନେବା ମାମଲାରେ ୧୧୫ ଜଣଙ୍କ ମଧ୍ୟରେ ୯୦ ଜଣ ସରକାରୀ କର୍ମଚାରୀଙ୍କୁ ଧରିଛି ବିଭାଗ । ରାଜ୍ୟର ୪୮୩ଟି ଭିନ୍ନ ଭିନ୍ନ ଭିନ୍ନ ସ୍ଥାନରେ ସର୍ଚ୍ଚ ଅପରେସନ କରିଛନ୍ତି ବିଭାଗୀୟ ଟିମ । ୭୯୨ ଆକାଉଣ୍ଟକୁ ଫ୍ରିଜ କରାଯାଇଛି । ୭୨ଟି ମାମଲାରେ ୧୯୪ ବିଲ୍ଡିଂକୁ ସିଲ କରିଛି , ଯାହାର ଆନୁମାନିକ ମୂଲ୍ୟ ୨୭.୩ କୋଟି ବୋଲି ସ୍ପଷ୍ଟ କରିଛି ଭିଜିଲାନ୍ସ ।

ଏହାମଧ୍ୟ ପଢନ୍ତୁ...

ଲିଟର ୭୭ ଟଙ୍କା ମଶା ତେଲକୁ ୭୪୦ରେ କିଣିଥିଲେ, ୪ ଜଣଙ୍କୁ ବାନ୍ଧିଲା ଭିଜିଲାନ୍ସ

ଭିଜିଲାନ୍ସ ଜାଲରେ ACF: 9ଟି ସ୍ଥାନରେ ଏକକାଳୀନ ରେଡ, ସାଢେ 14 ଲକ୍ଷ ଟଙ୍କା ଜବତ

କୁବେର ଯନ୍ତ୍ରୀଙ୍କୁ ବାନ୍ଧିଲା ଭିଜିଲାନ୍ସ, ୮ ବର୍ଷ ଚାକିରିରେ ଅଚଳାଚଳ ସମ୍ପତ୍ତି

ଜଙ୍ଗଲ ମଝିରେ ଚାଲିଥିଲା ଜୁଆ ଆଡ୍ଡା, ୬ ଜଣ ଗିରଫ

  • ୩୮୭ ମାମଲାର ତଦନ୍ତ ଶେଷ

ଚଳିତବର୍ଷ ଦୁଇ ଶହ ମାମଲାରେ ୧୦୫ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି । ଯାହା ଶତକଡା ୫୦% ପ୍ରତିଶତ ବୋଲି ପ୍ରେସ ବିଜ୍ଞପ୍ତିରେ ଜାରି କରିଛି ରାଜ୍ୟ ଭିଜିଲାନ୍ସ । ସେଥିମଧ୍ୟରୁ ଆୟ ବହିର୍ଭୁତ ସମ୍ପତି ଠୁଳ ମାମଲାରେ ଦୋଷୀସାବ୍ୟସ୍ତ ୮୦% ରହିଛି । ମୋଟ ୩୮୭ ମାମଲାର ତଦନ୍ତ ଶେଷ ହୋଇଥିଲା ବେଳେ ଏହା ସର୍ବାଧିକ ୧୫୪% ରହିଛି । ଏହି ମାମଲା କ୍ରମରେ ୨୫ ଜଣ ସରକାରୀ କର୍ମଚାରୀଙ୍କୁ ଚାକିରିରୁ ବହିଷ୍କାର କରାଯାଇଥିବା ସୂଚନା ଦେଇଛନ୍ତି ଭିଜିଲାନ୍ସ ଏସପି । ପ୍ରଥମ ଥର ପାଇଁ ଫରେଷ୍ଟ କେସରେ ବାଘ ଛାଲ ଜବତ କରାଯାଇଛି । ସେହିଭଳି ବରଗଡ଼ ଜିଲ୍ଲାପାଳଙ୍କୁ ୨ ଲକ୍ଷ ଟଙ୍କା ଦେବା ବେଳେ ଜଣଙ୍କୁ ଗିରଫ କରାଯାଇଛି ବୋଲି ସୂଚନା ଦେଇଛନ୍ତି ଭିଜିଲାନ୍ସ ସେଲ୍ ଏସ ପି ଏମ୍ ରାଧା କ୍ରୀଷ୍ଣନ୍।

ଇଟିଭି ଭାରତ, କଟକ

ABOUT THE AUTHOR

...view details