ଓଡିଶା

odisha

ETV Bharat / state

ରାଉରକେଲାରେ ଯୁବକଙ୍କୁ ଭୁଜାଲିରେ ହାଣି ନିର୍ମମ ହତ୍ୟା - ରାଉରକେଲା ହତ୍ୟାକାଣ୍ଡ

Rourkela Murder Case: ଭୁଜାଲି ମାଡ଼ କରି ଯୁବକଙ୍କୁ ନିର୍ମମ ହତ୍ୟା । ହତ୍ୟା କରି ପୋଲିସ ସମ୍ମୁଖରେ ଆତ୍ମସମର୍ପଣ କଲେ 2 ଜଣ ହତ୍ୟାକାରୀ । ଅଧିକ ପଢ଼ନ୍ତୁ

ଭୁଜାଲି ମାଡ଼ କରି ଯୁବକଙ୍କୁ ନିର୍ମମ ହତ୍ୟା
ଭୁଜାଲି ମାଡ଼ କରି ଯୁବକଙ୍କୁ ନିର୍ମମ ହତ୍ୟା

By ETV Bharat Odisha Team

Published : Feb 17, 2024, 7:53 AM IST

ଭୁଜାଲି ମାଡ଼ କରି ଯୁବକଙ୍କୁ ନିର୍ମମ ହତ୍ୟା

ରାଉରକେଲା:ବ୍ୟବସାୟିକ ଶତ୍ରୁତାରୁ ଜଘନ୍ୟ ହତ୍ୟାକାଣ୍ଡ ! ଭୁଜାଲି ମାଡ଼ କରି ଯୁବକଙ୍କୁ ନିର୍ମମ ହତ୍ୟା । ହତ୍ୟା କରିବା ପରେ ପୋଲିସ ସମ୍ମୁଖରେ ଆତ୍ମସମର୍ପଣ କଲେ 2 ଜଣ ଅଭିଯୁକ୍ତ । ଏବେ ଅଭିଯୁକ୍ତଙ୍କୁ ପୋଲିସ ଥାନାରେ ଅଟକ ରଖି ପଚରାଉଚୁରା କରୁଛି । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ରାଉରକେଲା ସହରର ଝିରପାଣି ଥାନା ଅନ୍ତର୍ଗତ ସେକ୍ଟର ୨୦ ଅଞ୍ଚଳରେ । ଏ ଯାଏଁ ହତ୍ୟା ପଛର ସଠିକ କାରଣ ଜଣାପଡ଼ିନଥିବା ବେଳେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ଜଘନ୍ୟ କାଣ୍ଡ ଘଟିଥିବା ଅନୁମାନ କରାଯାଉଛି ।

ସୂଚନା ଅନୁସାରେ, ଗତକାଲି (ଶୁକ୍ରବାର) ରାଉରକେଲା ୨୦ ନମ୍ବର ସେକ୍ଟର ହିଲଟପ୍ ମାର୍କେଟରେ ରାତି ପ୍ରାୟ ୯ଟା ସମୟରେ କୌଣସି କଥାକୁ କେନ୍ଦ୍ର କରି ସେକ୍ଟର ୨୦ ହିଲଟପ ମାର୍କେଟ ଅଞ୍ଚଳର ନିହାର ଓ ସ୍ଥାନୀୟ ଅଞ୍ଚଳର 2 ଜଣ ବ୍ୟକ୍ତିଙ୍କ ମଧ୍ୟରେ ଜୋରଦାର ଝଗଡ଼ା ହେବା ସହ ମାରପିଟ୍ ହୋଇଥିଲା । ଏହି ଝଗଡ଼ା ଉଗ୍ରରୂପ ଧାରଣ କରିଥିଲା । ଏଥିରେ ଉତକ୍ଷିପ୍ତ ହୋଇ ଅଭିଯୁକ୍ତ ଦୁଇ ଜଣ ନିହାରଙ୍କୁ ମାଡ଼ ମାରିବା ସହ ନିର୍ମମ ଭାବରେ ଭୁଜାଲି ମାଡ଼ କରିଥିଲେ । ଯୁବକମାନଙ୍କ ଭୁଜାଲି ମାଡ଼ରେ ନିହାର ଗୁରୁତର ଆହତ ହୋଇଥିଲେ । ଏହା ଦେଖି ସ୍ଥାନୀୟ ଲୋକେ ତୁରନ୍ତ ତାଙ୍କୁ ଇସ୍ପାତ ଜେନେରାଲ ହସ୍ପିଟାଲକୁ ଚିକିତ୍ସା ପାଇଁ ନେଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏହାପରେ ଭୁଜାଲି ମାଡ଼ କରିଥିବା ଦୁଇ ଜଣ ଯୁବକ ଯାଇ ଝିରପାଣି ପୋଲିସ ନିକଟରେ ଆତ୍ମସମର୍ପଣ କରିଥିଲେ ।

ଏହା ମଧ୍ୟ ପଢ଼ନ୍ତୁ...ପ୍ରେମ ଦିବସରେ ରକ୍ତମୁଖା ସ୍ୱାମୀ, ସ୍ତ୍ରୀକୁ ହତ୍ୟା ପରେ କଟାମୁଣ୍ଡ ଧରି ରାସ୍ତାରେ ବୁଲିଲା

ଏହା ମଧ୍ୟ ପଢ଼ନ୍ତୁ...ଧରାପଡ଼ିଗଲା ପରକୀୟା ପ୍ରୀତି, ସ୍ବାମୀକୁ ହତ୍ୟା କରି ଘରେ ପୋତି ଦେଲା ସ୍ତ୍ରୀ

ତେବେ ଏହି ମାମଲାରେ ଦୁଇ ଜଣଙ୍କୁ ଅଟକ ରଖି ତଦନ୍ତ ଜାରି ରଖିଛି ଝିରପାଣି ପୋଲିସ । ହତ୍ୟାର ପଛର ପ୍ରକୃତ କାରଣ ଜଣାପଡ଼ି ନଥିବା ବେଳେ ଏହା ବ୍ୟବସାୟିକ ଶତ୍ରୁତାରୁ ହୋଇଥିବା ସନ୍ଦେହ କରାଯାଉଛି । ନିହାର ପୁରୁଣା ଗାଡି କିଣାବିକା ବ୍ୟବସାୟ କରୁଥିବା ବେଳେ ବ୍ୟବସାୟିକ ଶତ୍ରୁତାରୁ ଏହି ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି । ସେପଟେ ରାଉରକେଲା ସହରରେ ଏହି ଘଟଣା ବର୍ତ୍ତମାନ ଚାଞ୍ଚଲ୍ୟ ସୃଷ୍ଟି କରିଛି । ବର୍ତ୍ତମାନ ସୁଦ୍ଧା ପୋଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳି ପାରିନାହିଁ ଏବଂ ହତ୍ୟାର କାରଣ ବର୍ତ୍ତମାନ ସୁଦ୍ଧା ଅସ୍ପଷ୍ଟ ରହିଛି ।

ଇଟିଭି ଭାରତ, ରାଉରକେଲା

ABOUT THE AUTHOR

...view details