ଓଡିଶା

odisha

ETV Bharat / state

ଲକ୍ଷ୍ମୀପୁରରେ ଯାତାୟତ ସମ୍ପୂର୍ଣ୍ଣ ଠପ୍, ଜୋର ଧରିଲା ସବଡିଭିଜନ ମାନ୍ୟତା ଦାବି - ଲକ୍ଷ୍ମୀପୁରକୁ ସବଡିଭିଜନ ଦାବି

Laxmipur Bandh over subdivision demand: ଲକ୍ଷ୍ମୀପୁରକୁ ସବଡିଭିଜନର ମାନ୍ୟତା ଦାବିରେ 12 ଘଣ୍ଟିଆ ବନ୍ଦ ପାଳନ । ଜରୁରୀ ସେବାକୁ ଛାଡ଼ି ରାୟଗଡ଼ା, କୋରାପୁଟ ଏବଂ ବନ୍ଧୁଗାଁ ରାସ୍ତାରେ ଗାଡ଼ି ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ । ଅଧିକ ପଢନ୍ତୁ

ଲକ୍ଷ୍ମୀଲକ୍ଷ୍ମୀପୁରରେ ଯାତାୟତ ସମ୍ପୂର୍ଣ୍ଣ ଠପ୍ , ଜୋର ଧରିଲା ସବଡିଭିଜନ ମାନ୍ୟତା ଦାବି
ଲକ୍ଷ୍ମୀପୁରରେ ଯାତାୟତ ସମ୍ପୂର୍ଣ୍ଣ ଠପ୍ , ଜୋର ଧରିଲା ସବଡିଭିଜନ ମାନ୍ୟତା ଦାବି

By ETV Bharat Odisha Team

Published : Mar 4, 2024, 8:42 PM IST

ଲକ୍ଷ୍ମୀପୁରରେ ଯାତାୟତ ସମ୍ପୂର୍ଣ୍ଣ ଠପ୍ , ଜୋର ଧରିଲା ସବଡିଭିଜନ ମାନ୍ୟତା ଦାବି

କୋରାପୁଟ: ଜିଲ୍ଲାରେ ଜୋର ଧରିଲା ଲକ୍ଷ୍ମୀପୁରକୁ ସବଡିଭିଜନର ମାନ୍ୟତା ଦାବି । ଦୀର୍ଘ ଦିନରୁ ଲକ୍ଷ୍ମୀପୁରକୁ ସବଡିଭିଜନର ମାନ୍ୟତା ପ୍ରଦାନ କରିବା ପାଇଁ ଦାବି ହେଉଥିବା ବେଳେ ଅନ୍ଦୋଳନକୁ ଓହ୍ଲାଇଛି ଲକ୍ଷ୍ମୀପୁର ବିକାଶ ପରିଷଦ । ଆଜି (ସୋମବାର) ଦିନ ଲକ୍ଷ୍ମୀପୁର ଠାରେ 12 ଘଣ୍ଟିଆ ବନ୍ଦ ଡାକରା ଦିଆ ଯାଇଛି । ଏହି ବନ୍ଦ ଡାକରା ଯୋଗୁଁ ଲକ୍ଷ୍ମୀପୁରରେ ଦୋକାନ ବଜାରର ସବୁ ବନ୍ଦ ରହିଥଲା ।ଏହାସହ ରାୟଗଡ଼ା ,କୋରାପୁଟ ବନ୍ଧୁଗାଁ ରାସ୍ତାରେ ଗାଡ଼ି ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଛି । କେବଳ ଜରୁରୀ ସେବା ପାଇଁ ଯାତାୟତ କରୁଥିବା ଲୋକଙ୍କ ଛାଡୁଥିବା ବେଳେ ଅନ୍ୟାନ୍ୟ ଗାଡ଼ି ସବୁ ଅଟକି ରହିଛନ୍ତି ।

ବିଭିନ୍ନ ସମୟରେ ଲକ୍ଷ୍ମୀପୁରକୁ ସ୍ଥାନୀୟ ବାସିନ୍ଦାମାନେ ସବଡିଭିଜନର ମାନ୍ୟତା ଦାବି କରି ଆସୁଥିଲେ ମଧ୍ୟ ସରକାର କର୍ଣ୍ଣପାତ ଅଭିଯୋଗ ହୋଇଛି । ନାରାୟଣପାଟଣା, ବନ୍ଧୁଗାଁ ଠାରୁ କୋରାପୁଟ 100 କିଲୋମିଟରରୁ ଅଧିକ ଦୂର ହେଉଛି । କୌଣସି କାମ ପଡ଼ିଲେ କୋରାପୁଟକୁ ଯିବା ପାଇଁ ଗୋଟେ ଦିନ ଲାଗୁଛି । ଯହାଫଳରେ ସାଧାରଣ ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଲକ୍ଷ୍ମୀପୁରକୁ ସବଡିଭିଜନ ମାନ୍ୟତା ପ୍ରଦାନ କରାଗଲେ ଲୋକମାନଙ୍କୁ ଅଧିକ ଖର୍ଚ୍ଚାନ୍ତ ହେବାକୁ ପଡ଼ିନଥାନ୍ତା । ଏହାସହ ଲୋକଙ୍କ ବହୁ ମୂଲ୍ୟ ସମୟ ମଧ୍ୟ ବଞ୍ଚିପାରନ୍ତା ।

ସପେଟେ ଏହି ବନ୍ଦ ଯୋଗୁଁ ଗଞ୍ଜାମରୁ ଜୟପୁର ବିବାହ ଉତ୍ସବରେ ଯୋଗ ଦେବା ପାଇଁ ଯାଉଥିବା ବସ ଅଟକି ରହିଛି । ଦିନ 12 ଟାରେ ବିବାହ ଉତ୍ସବ ଥିବାବେଳେ ସକାଳ 7ଟାରୁ ଏଠାରେ ସେମାନେ ଅଟକି ରହିଛନ୍ତି । ବନ୍ଦ ଯୋଗୁଁ କୌଣସି ଅପ୍ରୀତିକର ଘଟଣା ଏଡ଼ାଇବା ପାଇଁ ବ୍ୟାପକ ପୋଲିସ ଫୋର୍ସ ମୂତୟନ କରାଯଇଛି । ତେବେ କିଛି ଦିନତଳେ ରାଜ୍ୟ ସରକାର ୨୦ଟି ଜିଲ୍ଲାରେ ୩୫ଟି ନୂଆ ଏନଏସି ଗଠନ କରିବାକୁ ନିଷ୍ପତ୍ତି ନେଇଥିଲେ । ସେହିପରି ଚାରିଟି ଜିଲ୍ଲାରେ ପାଞ୍ଚଟି ଏନଏସିକୁ ମ୍ୟୁନିସିପାଲିଟିରେ ଉନ୍ନୀତ କରିବା ପାଇଁ ମଧ୍ୟ ଘୋଷଣା କରିଥିଲେ ।


ଏହା ମଧ୍ୟ ପଢନ୍ତୁ ......ଜୋର ଧରିଲା NAC ମାନ୍ୟତା ଦାବି, ୧୨ ଘଣ୍ଟିଆ ରାସୋଳ ବନ୍ଦ

ପ୍ରକାଶ ଯୋଗ୍ୟ, ସେହିପରି ବଲାଙ୍ଗୀର ଜିଲ୍ଲାର ଲାଠୋର ସହରକୁ ଏନଏସି ଦାବି ନେଇ ଗତ ୨୯ ତାରିଖରେ ୧୨ ଘଣ୍ଟିଆ ବନ୍ଦ ପାଳନ ହେଇଥିଲା । ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଏହି ବନ୍ଦ ପାଳନ ହୋଇଥିଲା । ଏହାର ପ୍ରଭାବରେ ସହରର ସବୁ ଦୋକାନ ବଜାର ସହ ସରକାରୀ, ବେସରକାରୀ ଅନୁଷ୍ଠାନ ଓ ଗାଡିମୋଟର ଚଳାଚଳ ବନ୍ଦ ରହିଥିଲା । ଫାଇବ-ଟି ସଚିବ ଭିକେ ପାଣ୍ଡିଆନଙ୍କ ବିଭିନ୍ନ ସମୟରେ ବଲାଙ୍ଗୀର ଗସ୍ତ ବେଳେ ଲୋକେ ସେମାନଙ୍କ ଅଞ୍ଚଳକୁ ଏନଏସି ଦାବି କରିଥିଲେ । କିନ୍ତୁ ନିକଟରେ ରାଜ୍ୟ ସରକାର ଘୋଷଣା କରିଥିବା ଏନଏସି ତାଲିକାରେ ଜିଲ୍ଲାର ଅନେକ ଅଞ୍ଚଳ ବାଦ୍ ପଡ଼ିବା ପରେ ବିଭିନ୍ନ ସ୍ଥାନରେ ଆନ୍ଦୋଳନ ଦେଖା ଦେଇଛି ।

ଇଟିଭି ଭାରତ, କୋରପୁଟ

ABOUT THE AUTHOR

...view details