ହାଇଦ୍ରାବାଦ:ନଭେମ୍ବର ୮ ତାରିଖରୁ ଆରମ୍ଭ ହେବାକୁ ଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-ଟ୍ବେଣ୍ଟି ସିରିଜ ପାଇଁ ବଦଳିଲେ ଭାରତୀୟ ଦଳର ମୁଖ୍ୟ କୋଚ । ଗୌତମ ଗମ୍ଭୀର ନୁହନ୍ତି ବରଂ ଭିଭିଏସ ଲକ୍ଷ୍ମଣ ଦଳର ମୁଖ୍ୟ ପ୍ରଶିକ୍ଷକ ରହିବେ । ନଭେମ୍ବର ମାସରେ ବର୍ଡର ଗାଭାସ୍କର ଟ୍ରଫି ପାଇଁ ଗୌତମ ଗମ୍ଭୀର ଅଷ୍ଟ୍ରେଲିଆ ଗସ୍ତ କରିବେ । ତେଣୁ ତାଙ୍କ ସ୍ଥାନରେ ଟି 20 ସିରିଜ ପାଇଁ ଭିଭିଏସ ଲକ୍ଷ୍ମଣଙ୍କୁ ନିଯୁକ୍ତ କରାଯିବା ନେଇ କ୍ରିକବୁଜଙ୍କୁ କହିଛନ୍ତି ବିସିସିଆଇର ଜଣେ ବରିଷ୍ଠ ଅଧିକାରୀ ।
କାହିଁକି ଗମ୍ଭୀରଙ୍କ ସ୍ଥାନରେ ଲକ୍ଷ୍ମଣ ?
ଆସନ୍ତା ନଭେମ୍ବର ମାସ 8, 10, 13 ଏବଂ 15 ତାରିଖରେ ଦକ୍ଷିଣ ଆଫ୍ରିକା ଓ ଭାରତ ମଧ୍ୟରେ 4ଟି ଟି 20 ସିରିଜ ଖେଳାଯିବ । ଦକ୍ଷିଣ ଆଫ୍ରିକାର ଡର୍ବାନ, ଗାବେରା, ସେଞ୍ଚୁରିଅନ ଏବଂ ଜୋହାନ୍ସବର୍ଗରେ ଚାରୋଟି ଯାକ ଟି -20 ଆନ୍ତର୍ଜାତୀୟ ମ୍ୟାଚ ଖେଳାଯିବ । ମ୍ୟାଚର କାର୍ଯ୍ୟସୂଚୀ ସ୍ଥିର ପରେ ଗୌତମ ଗମ୍ଭୀର ଦକ୍ଷିଣ ଆଫ୍ରିକା ଯାତ୍ରା ସମୟରେ ଉପଲବ୍ଧ ରହିବେ ନାହିଁ ବୋଲି ଜଣାପଡିଥିଲା । କାହିଁକିନା ଟି 20 ସିରିଜ ସମୟରେ ନଭେମ୍ବର 10-11 ମଧ୍ୟରେ ବର୍ଡର ଗାଭାସ୍କର ଟ୍ରଫି ପାଇଁ ଟିମ୍ ଇଣ୍ଡିଆ ଅଷ୍ଟ୍ରେଲିଆ ଗସ୍ତ କରିବ ଓ ସେହି ସମୟରେ ସିରିଜ ଖେଳାଯିବ ।
ଏହା ମଧ୍ୟ ପଢନ୍ତୁ-ସିରିଜ ହାରିଲା ଟିମ୍ ଇଣ୍ଡିଆ; କୋହଲି-ରୋହିତଙ୍କ ଅବସର ଦାବି କଲେ ଫ୍ୟାନ୍ସ