ଓଡିଶା

odisha

ETV Bharat / sports

ବର୍ଷା ଧୋଇନେଲା ଭାରତ-କାନାଡା ମ୍ୟାଚ, ଗ୍ରୁପ A ଶୀର୍ଷରେ ଟିମ ଇଣ୍ଡିଆ - T20 World Cup 2024

India vs Canada match washed out: ପିଚ୍ ଓଦା ଯୋଗୁଁ ଭାରତ-କାନାଡା ମ୍ୟାଚ ବାତିଲ । ପଏଣ୍ଟ ଭାଗ ପରେ ଗ୍ରୁପ ଏ ର ଶୀର୍ଷ ସ୍ଥାନରେ ଭାରତ । ଅଧିକ ପଢନ୍ତୁ

T20 World Cup 2024
T20 World Cup 2024 (@ICC)

By ETV Bharat Odisha Team

Published : Jun 16, 2024, 8:41 AM IST

ଓ୍ବାଶିଂଟନ:ଯାହା ଆକଳନ କରାଯାଉଥିଲା ତାହା ହିଁ ହେଲା । ଟି 20 ବିଶ୍ବକପରେ ବର୍ଷା ଧୋଇ ନେଲା ଭାରତ-କାନାଡା ମ୍ୟାଚ । ଦୁଇ ଦଳ ମଧ୍ୟରେ ପଏଣ୍ଟ ଭାଗ ପରେ ମଧ୍ୟ ଗ୍ରୁପ Aରେ ଶୀର୍ଷ ସ୍ଥାନ ବଜାୟ ରଖିଲା ଭାରତ । ଗ୍ରୁପ ପର୍ଯ୍ୟାୟରେ ଅପରାଜୟ ଧାରା ବଜାୟ ରଖିବା ସହ 4ଟି ଯାକ ମ୍ୟାଚରୁ ଦଳ 7 ପଏଣ୍ଟ ପାଇଛି । ତୃତୀୟ ମ୍ୟାଚ ବିଜୟ ପରେ ଦଳ ସୁପର 8କୁ ପ୍ରବେଶ କରିଥିଲା । ଆସନ୍ତା ଜୁନ 20 ତାରିଖରେ ଆଫଗାନିସ୍ତାନ ସହ ସୁପର 8ର ପ୍ରଥମ ମ୍ୟାଚ ଖେଳିବ ଟିମ ଇଣ୍ଡିଆ ।

ଏହା ମଧ୍ୟ ପଢନ୍ତୁ-T20 ବିଶ୍ବକପରେ ଆଜି କାନାଡାକୁ ଭେଟିବ ଭାରତ, ବିଜୟ ଧାରା ବଜାୟ ଲକ୍ଷ୍ୟରେ ଟିମ୍‌ ଇଣ୍ଡିଆ

ଶୁକ୍ରବାର ରାତି 8ଟା ସମୟରେ ଆମେରିକାର ସେଣ୍ଟ୍ରାଲ୍ ବ୍ରୋଓ୍ବାଡ ରିଜିଓନାଲ ପାର୍କ ଷ୍ଟାଡିୟମରେ ଭାରତ କାନାଡା ମୁକାବିଲା ରହିଥିଲା । ବର୍ଷା ହୋଇନଥିଲେ ମଧ୍ୟ ଗ୍ରାଉଣ୍ଡରେ ପାଣି ଜମି ରହିଥିଲା । ଫଳରେ ଗ୍ରାଉଣ୍ଡ ଖେଳ ଉପଯୋଗୀ ହୋଇ ପାରିନଥିଲା । ପରେ ମ୍ୟାଚ ବାତିଲ ହେବା ସହ ଦୁଇ ଦଳ ମଧ୍ୟରେ ପଏଣ୍ଟ ଭାଗ ହୋଇଥିଲା । ଫ୍ଲୋରିଡାରେ ଲଗାତାର ବାର୍ଷା ଲାଗି ରହିବା କାରଣରୁ ପୂର୍ବରୁ ଦୁଇଟି ମ୍ୟାଚ ମଧ୍ୟ ବାତିଲ ହୋଇଛି । ଆଜି ପାକିସ୍ତାନ ଆୟରଲାଣ୍ଡ ମଧ୍ୟରେ ମୁକାବିଲା ରହିଥିବା ବେଳେ ବର୍ଷା ଯୋଗୁଁ ବାତିଲ ହେବା ଆଶଙ୍କା ରହିଛି । ଗ୍ରୁପ ପର୍ଯ୍ୟାୟରେ ଭାରତ 3ଟି ମ୍ୟାଚ ଜିତି ସୁପର 8ରେ ପ୍ରବେଶ କରିଥିବାରୁ ଗତକାଲିର ମ୍ୟାଚ ଏତେଟା ଗୁରୁତ୍ବପୂର୍ଣ୍ଣ ନ କହିଲେ ବି ଚଳେ । କିନ୍ତୁ ଅପରାଜୟ ରହିବାକୁ ଆଶାବାଦୀ ଥିଲା ଟିମ ଇଣ୍ଡିଆ ।

ଟି-20 ବିଶ୍ବକପରେ ଭାରତ ପ୍ରଥମ ମ୍ୟାଚ ଆୟରଲାଣ୍ଡ, ଦ୍ବିତୀୟ ମ୍ୟାଚ ପାକିସ୍ତାନ ଓ ତୃତୀୟ ମ୍ୟାଚରେ ଆମେରିକାକୁ ଭେଟିଥିଲା ଭାରତ । ଲଗାତାର 3ଟି ଯାକ ମ୍ୟାଚରେ ରୋହିତ ବାହିନୀ ବିଜୟୀ ହୋଇଥିଲା । ଦଳର ଉଭୟ ବୋଲିଂ ଓ ବ୍ୟାଟିଂ ବିଭାଗ ଦଳର ସୁଦୃଢ ରହିଛି ।

ABOUT THE AUTHOR

...view details