ହାଇଦ୍ରାବାଦ:ବଲିଉଡର ସୁପରଷ୍ଟାର ଶାହାରୁଖ ଖାନଙ୍କ ଆଇପିଏଲ ଦଳ କୋଲକାତା ନାଇଟ୍ ରାଇଡର୍ସ ଓ ରାଜସ୍ଥାନ ରୟାଲ୍ସ ମଧ୍ୟରେ ମଙ୍ଗଳବାର କଡା ମୁକାବିଲା ହୋଇଥିଲା । ଏହି ମ୍ୟାଚ ଦେଖିବା ପାଇଁ ଶାହାରୁଖ ଖାନ ନିଜେ ଇଡେନ ଗାର୍ଡେନ ଷ୍ଟାଡିୟମରେ ପହଞ୍ଚିଥିଲେ । ହେଲେ ଏହି ମ୍ୟାଚରେ ରାଜସ୍ଥାନ ରୟାଲ୍ସ ବିଜୟ ଲାଭ କରିଥିବା ବେଳେ ଶାହାରୁଖଙ୍କ ଟିମ୍ କୋଲକାତା ନାଇଟ୍ ରାଇଡର୍ସ ମାତ୍ର ୨ ୱିକେଟରେ ହାରିଛି । ମ୍ୟାଚ ହାରିବା ଦେଖି କିଙ୍ଗ ଖାନ ବେଶ ଭାବବିହ୍ୱଳ ହୋଇଥିଲେ । ଷ୍ଟାଡିୟମରେ ଶାହାରୁଖ ଖାନଙ୍କ କାନ୍ଦିବାର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ସେପଟେ ଏବେ ତାଙ୍କ ଦଳର ପରାଜୟକୁ ନେଇ ଶାହାରୁଖ ଖାନଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି ।
ଭାଇରାଲ ହେଉଥିବା ଭିଡିଓରେ ଶାହାରୁଖ ଖାନ କାନ୍ଦୁଥିବାର ନଜର ଆସିଛନ୍ତି । ମ୍ୟାଚ ହାରିବା ଦେଖି ସେ ଦୁଃଖରେ ଭାଙ୍ଗି ପଡିଥିବା ବେଳେ ଷ୍ଟାଡିୟମରେ ବସି ପଡିଥିଲେ ଏବଂ ତାଙ୍କ ଆଖିରେ ଲୁହ ଦେଖିବାକୁ ମିଳିଥିଲା । ସୋସିଆଲ ମିଡିଆରେ ପ୍ରଶଂସକମାନେ କିଙ୍ଗ ଖାନ ଏବଂ ଚକ ଦେ ଇଣ୍ଡିଆ'ରେ ତାଙ୍କ କୋଚ କବୀରଙ୍କ ଚରିତ୍ର ସମାନ କରି ଏକ ଫଟୋ ସେୟାର କରିଛନ୍ତି । ତେବେ ଶାହାରୁଖ ଖାନଙ୍କୁ ଏପରି ଦେଖି ତାଙ୍କ ପ୍ରଶଂସକମାନେ ମଧ୍ୟ ଭାବପ୍ରବଣ ହୋଇଥିଲେ ।