ନାଗପୁର: ଅନ୍ତର୍ଜାତୀୟ କ୍ରିକେଟ୍ ଇତିହାସରେ 600 ୱିକେଟ୍ ନେଇଥିବା ଷ୍ଟାର ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ପ୍ରଥମ ଭାରତୀୟ ବାମହାତୀ ଓଡ଼ିଆ ସ୍ପିନର ବନିଛନ୍ତି । ଗୁରୁବାର ଦିନ ବିଦର୍ଭ କ୍ରିକେଟ୍ ଆସୋସିଏସନ୍ ଷ୍ଟାଡିୟମରେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଚାଲିଥିବା ପ୍ରଥମ ODIରେ ଜାଡେଜା ଏହି ସଫଳତା ହାସଲ କରିଛନ୍ତି । ଏହି ମାଇଲଖୁଣ୍ଟ ହାସଲ କରିବା ପାଇଁ ଜାଡେଜା ମାତ୍ର ତିନି ୱିକେଟ୍ ଆବଶ୍ୟକ ଥିଲା । ଜାଡେଜା ମ୍ୟାଚରେ ଇଂଲଣ୍ଡର ପୂର୍ବତନ ଅଧିନାୟକ ଜୋ ରୁଟ୍, ବେଥେଲ ଏବଂ ଅଦିଲ ରସିଦଙ୍କୁ ଆଉଟ କରିଥିଲେ।
ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ODI ସିରିଜ୍ ଗୁରୁବାରଠୁ ଆରମ୍ଭ ହୋଇଛି । ଭାରତୀୟ କ୍ରିକେଟ୍ ଦଳର ତାରକା ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ସିରିଜର ପ୍ରଥମ ମ୍ୟାଚରେ ଇତିହାସ ସୃଷ୍ଟି କରିଛନ୍ତି । ରବିନ୍ଦ୍ର ଜାଡେଜା ତାଙ୍କ ସ୍ପିନ୍ ବଲ୍ ପାଇଁ ଜଣାଶୁଣା ।
600 ୱିକେଟ୍ ନେଇଥିବା ପ୍ରଥମ ଭାରତୀୟ ବାମହାତୀ ସ୍ପିନର-
ଅନ୍ତର୍ଜାତୀୟ କ୍ରିକେଟ୍ ଇତିହାସରେ 600 ୱିକେଟ୍ ନେଇଥିବା ରବିନ୍ଦ୍ର ଜାଡେଜା ପ୍ରଥମ ଭାରତୀୟ ବାମହାତୀ ସ୍ପିନର ହୋଇଛନ୍ତି । ଏହି ସଫଳତା ହାସଲ କରିବା ପାଇଁ ଜାଡେଜା ମାତ୍ର ତିନି ୱିକେଟ୍ ଦୂରରେ ଥିଲେ । ବିଶ୍ୱର 26 ତମ ବୋଲର ଏବଂ 600 ଟି ଆନ୍ତର୍ଜାତୀୟ ୱିକେଟ୍ ପୂରଣ ପାଇଁ ଭାରତ ପାଇଁ 5 ମ ସ୍ଥାନରେ ରହିଛନ୍ତି । ସେ ବର୍ତ୍ତମାନ ଟେଷ୍ଟ କ୍ରିକେଟ୍ ରେ 323, ODI କ୍ରିକେଟ୍ ରେ 223 ଏବଂ ଟି -20 ରେ 54 ୱିକେଟ୍ ନେଇଛନ୍ତି । ତାଙ୍କ ପୂର୍ବରୁ ଅନିଲ କୁମ୍ବଲେ, ଜହିର ଖାନ, ହରଭଜନ ସିଂ ଏବଂ ରବିଚନ୍ଦ୍ରନ ଅଶ୍ୱିନ ଏହି ସଫଳତା ହାସଲ କରିଛନ୍ତି ।
- ଅନ୍ତର୍ଜାତୀୟ କ୍ରିକେଟରେ ଭାରତୀୟ ବୋଲରଙ୍କ ୱିକେଟ
- ଅନିଲ କୁମ୍ବଲେ: 401 ମ୍ୟାଚରେ 953 ୱିକେଟ
- ରବି ଅଶ୍ୱିନ: 287 ମ୍ୟାଚ୍ ରେ 765 ୱିକେଟ
- ହରଭଜନ ସିଂ: 365 ଟି ମ୍ୟାଚରେ 707 ୱିକେଟ
- କପିଲ ଦେବ: 356 ଟି ମ୍ୟାଚରେ 687 ୱିକେଟ
- ରବିନ୍ଦ୍ର ଜାଡେଜା: 325 ମ୍ୟାଚ୍ ରେ 600 ୱିକେଟ