କଟକ:ରଣଜୀରେ ଚମକିଲେ ଓଡ଼ିଆ ବୋଲର ରାଜେଶ ମହାନ୍ତି । ବାରବାଟୀରେ ଖେଳାଯାଉଥିବା ପୁଡୁଚେରୀ ବିପକ୍ଷ ମ୍ୟାଚ୍ରେ ହାସଲ କଲେ ୧୦୦ ତମ ପ୍ରଥମ ଶ୍ରେଣୀ ୱିକେଟ୍ । ଓଡ଼ିଶାର ପ୍ରଥମ ପାଳି ୩୨୨ ରନରେ ଶେଷ ହୋଇଥିବାବେଳେ ପ୍ରଥମ ପାଳି ବ୍ୟାଟିଂ କରୁଛି ପୁଡୁଚେରୀ । ଏହି ସମୟରେ ଭ୍ରମଣକାରୀ ଦଳର ଭେଟେରାନ ବ୍ୟାଟର ପରସ ଡୋଗ୍ରାଙ୍କୁ କ୍ଲିନ୍ ବୋଲ୍ଡ କରି ନିଜ କ୍ୟାରିୟରର ୧୦୦ ତମ ପ୍ରଥମ ଶ୍ରେଣୀ ୱିକେଟ୍ ଅକ୍ତିଆର କରିବାର ରେକର୍ଡ କରିଛନ୍ତି ରାଜେଶ ।
୨ୟ ଦିନରେ ଜାରି ରହିଛି ଓଡ଼ିଶା ଓ ପୁଡୁଚେରୀ ମଧ୍ୟରେ ରଣଜୀ ଫାଇଟ୍ । ପ୍ରଥମେ ବ୍ୟାଟିଂ କରିଥିବା ଓଡ଼ିଶା ଗୋବିନ୍ଦ ପୋଦାରଙ୍କ ୮୦ ଓ ବୀପ୍ଳବ ସାମନ୍ତରାୟଙ୍କ ୮୨ ରନର ଗୁରୁତ୍ବପୂର୍ଣ୍ଣ ପାଳି ବଳରେ ପ୍ରଥମ ଇନିଂସ୍ରେ ୩୨୨ ରନ ସଂଗ୍ରହ କରିଛି । ଜବାବରେ ପ୍ରଥମ ପାଳି ବ୍ୟାଟିଂ ଆରମ୍ଭ କରିଛି ପୁଡୁଚେରୀ । ହେଲେ ଆରମ୍ଭରୁ ଭ୍ରମଣକାରୀ ଦଳକୁ ସଙ୍କଟରେ ପକାଇଛନ୍ତି ଓଡ଼ିଆ ବୋଲର । ଯୁବ ସ୍ପିଡ୍ଷ୍ଟାର ରାଜେଶ ମହାନ୍ତି ବିପକ୍ଷ ଦଳର ଓପନର ଆକାଶ କଡଗବେ ଓ ଭେଟେରାନ ବ୍ୟାଟର ପରସ ଡୋଗ୍ରାଙ୍କୁ କ୍ଲିନ୍ ବୋଲ୍ଡ କରି ପାଭିଲିୟନ ଫେରାଇଛନ୍ତି । ଏହା ସହିତ ନିଜ ନାମରେ ଏକ ବଡ଼ ରେକର୍ଡ କରିଛନ୍ତି ରାଜେଶ ।
ଏହା ମଧ୍ୟ ପଢ଼ନ୍ତୁ...ରଣଜୀରେ ଓଡ଼ିଶାର ପ୍ରଥମ ବିଜୟ, ହିମାଚଳକୁ ହରାଇ ହାତେଇଲା 6 ପଏଣ୍ଟ