ପ୍ୟାରିସ (ଫ୍ରାନ୍ସ): ପ୍ୟାରିସ୍ ଅଲିମ୍ପିକ୍ସ 2024ର 10ମ ଦିନ (5 ଅଗଷ୍ଟ) ଭାରତ ପାଇଁ ନୈରାଶ୍ୟଜନକ ଥିଲା । ଭାରତ 2ଟି ପଦକ ଜିତିବାର ସୁଯୋଗ ପାଇଥିଲା, କିନ୍ତୁ ବ୍ୟାଡମିଣ୍ଟନରେ ଲକ୍ଷ୍ୟ ସେନ୍ ଏବଂ ଅନନ୍ତଜିତ୍ ସିଂହ ନାରୁକା ଏବଂ ମହେଶ୍ୱରୀ ଚୈହାନ ସ୍କିଟ୍ ମିଶ୍ରିତ ଦଳ ଇଭେଣ୍ଟରେ ବ୍ରୋଞ୍ଜ ପଦକ ମ୍ୟାଚ୍ରେ ହାରି ଯାଇଥିଲେ । ହେଲେ ଆଜି (6 ଅଗଷ୍ଟ) ଦେଶ ପାଇଁ ବହୁତ ବଡ଼ ଦିନ ହେବାକୁ ଯାଉଛି । ଆଜି ସମସ୍ତଙ୍କ ନଜର ଭାରତୀୟ ହକି ଦଳ ଉପରେ ରହିବ । କାରଣ ଆଜି ସେମିଫାଇନାଲରେ ଜର୍ମାନୀକୁ ଭେଟିବ ଭାରତୀୟ ହକି ଦଳ । ଅନ୍ୟପଟେ ସୁନାପୁଅ ନୀରଜ ଚୋପ୍ରା ଓ ଓଡ଼ିଆ ପୁଅ କିଶୋର ଜେନା ଆଜି ଜାଭେଲିନ ଫିଙ୍ଗିବେ । ଏଠାରେ ନଜର ପକାନ୍ତୁ ପ୍ୟାରିସ ଅଲିମ୍ପିକ୍ସ 2024ରେ ଆଜି କେଉଁ ଇଭେଣ୍ଟରେ ଖେଳିବେ ଭାରତୀୟ ଖେଳାଳି,
6 ଅଗଷ୍ଟ(ମଙ୍ଗଳବାର) ଭାରତୀୟ ଆଥଲେଟଙ୍କ ଅଲିମ୍ପିକ୍ କ୍ରୀଡ଼ାସୂଚୀ :-
ଟେବୁଲ ଟେନିସ:ପ୍ୟାରିସ୍ ଅଲିମ୍ପିକ୍ସ 2024ର 11ତମ ଦିନରେ, ଭାରତୀୟ ପୁରୁଷ ଟେବୁଲ୍ ଟେନିସ୍ ଦଳ ନିଜର ଅଭିଯାନ ଆରମ୍ଭ କରିବେ । ଯେଉଁଠାରେ ମାନବ ଠକ୍କର, ଶରତ କମଲ ଏବଂ ହରମିତ ଦେଶାଇ ନଜର ଆସିବେ । ଆଜି ଏହି ଇଭେଣ୍ଟରେ ପୁରୁଷ ରାଉଣ୍ଡ ଅଫ୍ 16ରେ ଭାରତୀୟ ଦଳ ଚୀନ୍ ଦଳ ବିପକ୍ଷରେ ମ୍ୟାଚ୍ ଖେଳିବ ।
- ପୁରୁଷ ଦଳ ରାଉଣ୍ଡ ଅଫ୍ 16 - (ମାନବ ଠକ୍କର, ଶରତ କମଲ ଏବଂ ହରମିତ ଦେଶାଇ ) - ଦିନ 1:30
ଆଥଲେଟିକ୍ସ: ଅଲିମ୍ପିକ୍ସ ଗେମ୍ସର ଏକାଦଶ ଦିନରେ ଆଜି ଭାରତର ସୁନା ପୁଅ ନୀରଜ ଚୋପ୍ରା ମୈଦାନକୁ ଓହ୍ଲାଇବେ । ତାଙ୍କୁ ଜାଭେଲିନ୍ ଥ୍ରୋ ପ୍ରତିଯୋଗିତାର ଯୋଗ୍ୟତା ମ୍ୟାଚ୍ ଖେଳୁଥିବା ଦେଖିବାକୁ ମିଳିବ । ତାଙ୍କ ବ୍ୟତୀତ ଓଡ଼ିଆ ପୁଅ କିଶୋର କୁମାର ଜେନା ମଧ୍ୟ ଏହି ପ୍ରତିଯୋଗିତାରେ ମୈଦାନକୁ ଓହ୍ଲାଇବେ । ଯାହାଙ୍କ ଉପରେ ସାରା ଦେଶର ନଜର ରହିଛି । ଅନ୍ୟପଟେ ମହିଳା 400 ମିଟର ଷ୍ଟିପଲ୍ଚେଜ୍ ରାଉଣ୍ଡରେ ଭାରତର କିରଣ ପହଲ ଦେଖିବାକୁ ମିଳିବେ । ସେ ଭାରତ ପାଇଁ ପଦକ ଦାବିଦାର ରହିବେ ।
- ପୁରୁଷ ଜାଭେଲିନ ଥ୍ରୋ ଯୋଗ୍ୟତା ପର୍ଯ୍ୟାୟ (ନୀରଜ ଚୋପ୍ରା ଓ କିଶୋର କୁମାର ଜେନା) - ଦିନ 1:50
- ମହିଳା 400 ମିଟର ଷ୍ଟିପଲ୍ଚେଜ୍ ରାଉଣ୍ଡ (କିରଣ ପହଲ) - ଦିନ 2:20