ଓଡିଶା

odisha

ETV Bharat / sports

କୁସ୍ତି ଯୋଦ୍ଧା ବଜରଙ୍ଗ ପୁନିଆଙ୍କୁ ଶକ୍ତ ଝଟକା, ଏହି କାରଣରୁ ନିଲମ୍ବନ କଲା NADA - Bajrang Punia Suspended - BAJRANG PUNIA SUSPENDED

Bajrang Punia Suspended: ଷ୍ଟାର ରେସଲର ବଜରଙ୍ଗ ପୁନିଆଙ୍କୁ ସ୍ଥାୟୀ ଭାବେ ନିଲମ୍ବିତ କଲେ ନ୍ୟାସନାଲ ଆଣ୍ଟି ଡୋପିଙ୍ଗ ଏଜେନ୍ସି (NADA) । ଡୋପ ସାମ୍ପଲ ଦେଇନଥିବାରୁ ତାଙ୍କୁ ନିଲମ୍ବନ କରାଯାଇଥିବା ସୂଚନା । ଅଧିକ ପଢନ୍ତୁ

Bajrang Punia Suspended
Bajrang Punia Suspended (Etv Bharat)

By ETV Bharat Odisha Team

Published : May 5, 2024, 3:23 PM IST

ନୂଆଦିଲ୍ଲୀ: କୁସ୍ତି ଯୋଦ୍ଧା ବଜରଙ୍ଗ ପୁନିଆଙ୍କୁ ବଡ ଝଟକା । ଷ୍ଟାର ରେସଲର ପୁନିଆଙ୍କୁ ଅସ୍ଥାୟୀ ଭାବେ ନିଲମ୍ବିତ କରିଛନ୍ତି ନ୍ୟାସନାଲ ଆଣ୍ଟି ଡୋପିଙ୍ଗ ଏଜେନ୍ସି (NADA) । ଡୋପ ସାମ୍ପଲ ଦେଇନଥିବାରୁ ତାଙ୍କୁ ନିଲମ୍ବନ କରାଯାଇଥିବା ସୂଚନା ରହିଥିବା ବେଳେ ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ରେସଲର । ସେ ଡୋପ ସାମ୍ପଲ ଦେବାକୁ କେବେ ମନା କରିନଥିବା କହିଛନ୍ତି ପୁନିଆ ।

ଭାରତୀୟ କୁସ୍ତି ଯୋଦ୍ଧା ବଜରଙ୍ଗ ପୁନିଆଙ୍କୁ ବଡ ଝଟକା । ପୁନିଆଙ୍କୁ ଏନଏଡିଏ (NADA) ଅସ୍ଥାୟୀ ଭାବେ ନିଲମ୍ବିତ କରିଛି । ପୁନିଆ ମାର୍ଚ୍ଚ ୧୦ ତାରିଖରେ ସୋନିପତରେ ଆୟୋଜିତ ନ୍ୟାସନାଲ ସିଲେକ୍ସସନ ଟ୍ରାଏଲ୍ସ ସମୟରେ ୟୁରିନ ସାମ୍ପଲ ନ ଦେବା ଦେଇନଥିବା ଅଭିଯୋଗ ହୋଇଛି । ଯେଉଁଥିପାଇଁ ତାଙ୍କ ଉପରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ସୂଚନା ରହିଛି । ତେବେ ଯେପର୍ଯ୍ୟନ୍ତ ବଜରଙ୍ଗ ପୁନିଆଙ୍କ ଉପର ନିଲମ୍ବନ ଆଦେଶ ହଟା ନଯାଇଛି ସେପର୍ଯ୍ୟନ୍ତ ପୁନିଆ କୌଣସି ଟୁର୍ଣ୍ଣାମେଣ୍ଟ କିମ୍ବା ଟ୍ରାଏଲ୍ସରେ ଭାଗ ନେଇପାରିବେ ନାହିଁ ।

ଏହାମଧ୍ୟ ପଢନ୍ତୁ.. ବଢ଼ୁଛି କୁସ୍ତିଯୋଦ୍ଧାଙ୍କ ଅସନ୍ତୋଷ, ଅର୍ଜୁନ ଓ ଖେଳରତ୍ନ ଫେରାଇଲେ ଭିନେଶ

ସୂଚନା ଅନୁଯାୟୀ, ମାର୍ଚ୍ଚ ୧୦ରେ ଏନଏଡିଏ ବଜରଙ୍ଗ ପୁନିଆଙ୍କୁ ଡୋପ ସାମ୍ପଲ ଦେବା ପାଇଁ କହିଥିବା ବେଳେ ସେ ସାମ୍ପଲ ଦେଇନଥିଲେ । ଏନେଇ ଓ୍ୱାର୍ଲ୍ଡ ଆଣ୍ଟି ଡୋପିଙ୍ଗ ଏଜେନ୍ସିକୁ ସୂଚିତ କରିଥିଲା ନ୍ୟାସନାଲ ଆଣ୍ଟି ଡୋପିଙ୍ଗ ଏଜେନ୍ସି । ଯାହାପରେ WADA, NADAକୁ ପୁନିଆଙ୍କୁ ନୋଟିସ ଜାରି କରି ଏହାର କାରଣ ସମ୍ପର୍କରେ ପଚାରିବାକୁ ପରାମର୍ଶ ଦେଇଥିଲେ । NADA ଏପ୍ରିଲ ୨୩ ତାରିଖରେ ବଜରଙ୍ଗ ପୁନିଆଙ୍କୁ ଏବାବଦରେ ନୋଟିସ ଜାରି କରିବା ସହ ମେ ୭ ମଧ୍ୟରେ ଏହାର ଜବାବ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ । ବଜରଙ୍ଗଙ୍କ ଜବାବ ପରେ ଆଗାମୀ ପଦକ୍ଷେପ ଗ୍ରହଣ କରାଯିବ ।

ଅନ୍ୟପଟେ ଏନେଇ ବଜରଙ୍ଗ ପୁନିଆ ପ୍ରତିକ୍ରିୟା ରଖିଛନ୍ତି । ସୋସିଆଲ ମିଡିଆ ଏକ୍ସରେ ନିଜ ଆକାଉଣ୍ଟରୁ ଏକ ଭିଡିଓ ଜାରି କରି ଉତ୍ତର ରଖିଛନ୍ତି ରେସଲର ।ସେ କହିଛନ୍ତି, "ମୋତେ ନେଇ ଯେଉଁ ଡୋପ ଟେଷ୍ଟ ଖବର ସାମ୍ନାକୁ ଆସିଛି ସେ ସମ୍ବନ୍ଧରେ ମୁଁ ସ୍ପଷ୍ଟ କରିବାକୁ ଚାହୁଁଛି । ମୁଁ କେବେବି NADA ଅଧିକାରୀଙ୍କୁ ସାମ୍ପଲ ଦେବା ପାଇଁ ମନା କରିନାହିଁ । ମୋ ସାମ୍ପଲ ନେବା ପାଇଁ ଏକ୍ସପାୟାରି କିଟ ଆଣିଥିବା ଯୋଗୁଁ ଏନେଇ ଜବାବ ଦେବାକୁ ମୁଁ ତାଙ୍କୁ ଅନୁରୋଧ କରିଥିଲି । ମୋ ଓକିଲ ବିଦୁଷ ସିଂଘାନିଆ ଏହି ଚିଠିର ଜବାବ ସମୟ ଅନୁସାରେ ଦେବେ ।"

ସୂଚନାଯୋଗ୍ୟ, ଭାରତୀୟ କୁସ୍ତି ସଂଘର ପୂର୍ବତନ ଅଧ୍ୟକ୍ଷ ତଥା ବିଜେପି ସାଂସଦ ବ୍ରିଜ ଭୂଷଣ ସିଂହଙ୍କ ନାଁରେ ଯୌନ ଶୋଷଣ ଅଭିଯୋଗ ଆଣି କୁସ୍ତି ଯୋଦ୍ଧା ବ୍ରିଜ ଭୂଷଣ ଚର୍ଚ୍ଚାରେ ରହିଥିଲେ । ବ୍ରିଜ ଭୂଷଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ସାକ୍ଷୀ ମଲ୍ଲିକ, ଭିନେଶ ଫୋଗଟ, ବଜରଙ୍ଗ ପୁନିଆ ଦୀର୍ଘ ଦିନ ଧରି ଧାରଣାରେ ବସିରହିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details