ଓଡିଶା

odisha

ETV Bharat / sports

IPL ଇତିହାସରେ ସବୁଠୁ ମହଙ୍ଗା ଖେଳାଳି ପନ୍ତ; ଜାଣନ୍ତୁ କିଏ କାହାକୁ କେତେ ଟଙ୍କାରେ କିଣିଲା ? - IPL AUCTION 2025

ଆଇପିଏଲ ମେଗା ନିଲାମୀରେ ପନ୍ତଙ୍କ ରେକର୍ଡ । ବନିଲେ ଭାରତୀୟ ପ୍ରିମିୟର ଲିଗ ଇତିହାସରେ ସବୁଠୁ ଦାମୀ ଖେଳାଳି । କାଣନ୍ତୁ କିଏ କେତେ କୋଟିରେ କିଣିଲା ।

ipl auction 2025
ipl auction 2025 (ETV Bharat Odisha)

By ETV Bharat Odisha Team

Published : Nov 24, 2024, 5:57 PM IST

Updated : Nov 24, 2024, 7:41 PM IST

ହାଇଦ୍ରାବାଦ: ସାଉଦି ଆରବର ଜେଦାହ ସହରରେ ଆରମ୍ଭ ହୋଇଛି ଆଇପିଏଲ୍‌ର ମେଗା ନିଲାମୀ । ଆଜି ଏବଂ ଆସନ୍ତାକାଲି ଦୁଇ ଦିନ ଧରି ଚାଲିବ ଏହି ମେଗା ନିଲାମୀ । ଏପଟେ ନିଲାମୀ ଆରମ୍ଭରୁ ସବୁ ରେକର୍ଡ ଭାଙ୍ଗିଛନ୍ତି ରିଷଭ ପନ୍ତ । ରିଷଭ ପନ୍ତ IPL ଇତିହାସରେ ସବୁଠୁ ମହଙ୍ଗା ଖେଳାଳି । 27 କୋଟିରେ ପନ୍ତଙ୍କୁ କିଣିଲା ଲକ୍ଷ୍ନୌ । ଶ୍ରେୟସ ଆୟରଙ୍କୁ ଟପି ମହଙ୍ଗା ଖେଳାଳି ହେଲେ ପନ୍ତ । ୨୭ କୋଟିରେ ରିଷଭ ପନ୍ତଙ୍କୁ ନେଲା ଲକ୍ଷ୍ନୌ ଟିମ୍ । ୨୬.୭୫ କୋଟିରେ ନିଲାମ ହୋଇଥିବା ଶ୍ରେୟସ ୨ୟ ଦାମୀ ଖେଳାଳି । ଶ୍ରେୟସଙ୍କୁ କିଣିଲା ପଞ୍ଜାବ ।

ଆଇପିଏଲ୍ ମେଗା ନିଲାମୀ-

  • ଅର୍ଶଦୀପ ସିଂ- ୧୮ କୋଟି
  • ଜସ୍ ବଟଲର୍‌- ୧୫.୭୫ କୋଟି
  • କାଗିସୋ ରବାଡ଼ା ୧୦ କୋଟି ୭୫ ଲକ୍ଷ- ଗୁଜରାଟ
  • ମହମ୍ମଦ ସାମୀଙ୍କୁ ୧୦ କୋଟିରେ କିଣିଲା SRH
  • ଡେଭିଡ ମିଲରଙ୍କୁ ୭.୫୦ କୋଟିରେ କିଣିଲା ଲକ୍ଷ୍ନୌ
  • ଚହଲଙ୍କୁ ୧୮ କୋଟିରେ କିଣିଲା ପଞ୍ଜାବ
  • ମହମ୍ମଦ ସିରାଜଙ୍କୁ ୧୨.୫ କୋଟିରେ କିଣିଲା ଗୁଜରାଟ

ଏହା ବି ପଢନ୍ତୁ- 577 ଖେଳାଳି, 641.5 କୋଟି ଟଙ୍କାର ପର୍ସ, 204 ଖାଲି ସ୍ଲଟ୍, ଦେଖନ୍ତୁ, IPL 2025 ନିଲାମୀର ଟିକିନିକି ଖବର

ସବୁଠୁ ଦାମୀ ଖେଳାଳି ପନ୍ତ-

ଭାରତୀୟ ବିସ୍ଫୋରକ, ଷ୍ଟାଇଲିସ୍ ତଥା ଷ୍ଟାର ଓ୍ବିକେଟ ବ୍ୟାଟର ରିଷଭ ପନ୍ତ ଆଜିର ଆଇପିଏଲ୍ ନିଲାମୀରେ 27 କୋଟିରେ ଲକ୍ଷ୍ନୌ ଟିମକୁ ବିକ୍ରି ହୋଇଛନ୍ତି । ଫଳରେ ପନ୍ତ ଆଇପିଏଲ ଇତିହାସରେ ସବୁଠୁ ଦାମୀ ଖେଳାଳି ଭାବେ ଉଭା ହୋଇଛନ୍ତି । ଆଜି ସାଉଦି ଆରବର ଜେଦାହରେ ଚାଲିଛି ଆଇପିଏଲ 2025 ମେଗା ଅକ୍ସନ ।

ଆୟର ଦ୍ବିତୀୟ ସବୁଠୁ ଦାମୀ ଖେଳାଳି-

ପନ୍ତଙ୍କ ପୂର୍ବରୁ ଆଇପିଏଲର ସବୁଠୁ ଦାମୀ ଖେଳାଳି କିଛି ସମୟ ପାଇଁ ହୋଇଥିଲେ ଶ୍ରେୟସ ଆୟାର । ତାଙ୍କୁ ପଞ୍ଜାବ କିଙ୍ଗ୍ସ 26.75 କୋଟି ଟଙ୍କାରେ କିଣିଛି । ଗତ ଥର ଆଇପିଏଲରେ ଆୟର କ୍ୟାପଟେନ ଭାବେ କେକେଆରକୁ ବିଜୟୀ କରିଥିଲେ । ଏହା ପୂର୍ବରୁ ସବୁଠୁ ଦାମି ଖେଳାଳି ଥିଲେ ଅଷ୍ଟ୍ରେଲିଆର ଷ୍ଟାର ବୋଲର ମିଚେଲ ଷ୍ଟାର୍କ । ତାଙ୍କୁ ଗତଥର କେକେଆର 24.75 କୋଟିରେ କିଣିଥିଲା । ତେବେ ଦିଲ୍ଲୀ କ୍ୟାପିଟାଲ୍ସ ପନ୍ତଙ୍କୁ ଛାଡିବା ପରେ ପନ୍ତଙ୍କୁ ବର୍ତ୍ତମାନ କିଣିଛି ଲକ୍ଷ୍ନୌ ।

ନିଲାମୀ ସ୍ଥାନ ଏବଂ ପ୍ରକ୍ରିୟା-

ଦୁଇ ଦିନ ଧରି ସାଉଦି ଆରବର ଜେହାଦରେ ଚାଲିବ ଭାରତୀୟ ପ୍ରିମିୟର ଲିଗ ଆଇପିଏଲ 2025ର ମେଗା ନିଲାମୀ । ଯେଉଁଥିରେ 577 ଖେଳାଳିଙ୍କ ଲାଗିବ ନିଲାମୀ ବୋଲି । 367 ଜଣ ଭାରତୀୟ ଖେଳାଳି ଏବଂ 210 ଜଣ ବିଦେଶୀ ଖେଳାଳି ମେଗା ଅକ୍ସନରେ ସାମିଲ ହେବେ ।

ତେବେ ସମୁଦାୟ 1577 ଜଣ ଖେଳାଳି ଆଇପିଏଲ 2025 ମେଗା ଅକ୍ସନରେ ସାମିଲ ହେବା ପାଇଁ ପଞ୍ଜିକରଣ କରିଥିଲେ । ଏପଟେ 10 ଟିମ୍ ପାଖରେ ସାମୁହିକ ଭାବେ ରହିଛି 204ଟି ଖାଲି ସ୍ଲଟ୍ । ଏଥିରେ 70 ଜଣ ବିଦେଶୀ ଖେଳାଳିଙ୍କ ପାଇଁ ସ୍ଲଟ୍ ଖାଲି ରହିଛି ।

Last Updated : Nov 24, 2024, 7:41 PM IST

ABOUT THE AUTHOR

...view details