ଓଡିଶା

odisha

ETV Bharat / sports

ଦିଲ୍ଲୀ ବୋଲରଙ୍କ ଜାଲରେ ଫସିଲେ ଚେନ୍ନାଇ ବ୍ୟାଟର, ଋଷଭ ବାହିନୀର ପ୍ରଥମ ବିଜୟ - IPL 2024

IPL 2024: ଆଇପିଏଲର 13 ତମ ମୁକାବିଲାରେ ଫର୍ମକୁ ଫେରିଲେ ପନ୍ତ । 20 ରନରେ ଚେନ୍ନାଇକୁ ପରାସ୍ତ କରି ପ୍ରଥମ ବିଜୟ ହାସଲ କଲା ଦିଲ୍ଲୀ କ୍ୟାପିଟାଲ୍ସ । ଅଧିକ ପଢନ୍ତୁ

IPL 2024
IPL 2024

By ETV Bharat Odisha Team

Published : Apr 1, 2024, 6:59 AM IST

Updated : Apr 1, 2024, 7:57 AM IST

ବିଶାଖାପାଟନମ: ଆଇପିଏଲର 17ତମ ସଂସ୍କରଣରେ ପ୍ରଥମ ବିଜୟ ହାସଲ କଲା ଦିଲ୍ଲୀ କ୍ୟାପିଟାଲ୍ସ । ଦିଲ୍ଲୀ ବୋଲରଙ୍କ ଜାଲରେ ଫସିଲେ ଚେନ୍ନାଇ ବ୍ୟାଟର । 20ରନରେ ଚେନ୍ନାଇ ସୁପର କିଙ୍ଗ୍ସକୁ ପରାସ୍ତ କଲା ଡିସି । ଲଢୁଆ ଅର୍ଦ୍ଧଶତକ ହାସଲ କରି ଫର୍ମକୁ ଫେରିଲେ କ୍ୟାପଟେନ ଋଷଭ ପନ୍ତ । ଘାତକ ବୋଲିଂ କରି ମୁକେଶ କୁମାର ମ୍ୟାନ ଅଫ ଦ ମ୍ୟାଚ ଭାବେ ବିବେଚିତ ହୋଇଛନ୍ତି । ଚଳିତ ସିଜିନରେ ପ୍ରଥମ ଥର ପଡିଆକୁ ବ୍ୟାଟିଂ କରିବାକୁ ଆସି ପୁଣି ଦର୍ଶକଙ୍କ ହୃଦୟ ଜିତିଛନ୍ତି ମହେନ୍ଦ୍ର ସିଂ ଧୋନି । ମ୍ୟାଚ ଶେଷ ପର୍ଯ୍ୟନ୍ତ ଅପରାଜିତ ରହି ଧୁଆଁଧାର ବ୍ୟାଟିଂ କରିଥିଲେ ମଧ୍ୟ ଦଳକୁ ବିଜୟୀ କରିପାରିନଥିଲେ ।

ଧୋନି ଓ ଋଷଭଙ୍କ ଜଲଓ୍ବା:ବିଶାଖାପାଟନମର ACA–VDCA କ୍ରିକେଟ ଷ୍ଟାଡିୟମରେ ଗତ ସନ୍ଧ୍ୟା 7ଟା 30ରେ ଦିଲ୍ଲୀ କ୍ୟାପିଟାଲ୍ସ ଓ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ମ୍ୟାଚ ଖେଳାଯାଇଥିଲା । ଏହି ମ୍ୟାଚରେ ଧୋନି ଓ ଋଷଭଙ୍କ ଜଲଓ୍ବା ଦେଖିବାକୁ ମିଳିଥିଲା । ଋଷଭ ଲଢୁଆ ବ୍ୟାଟିଂ କରି 51 ରନ କରି ଫର୍ମକୁ ଫେରିଥିବା ବେଳେ ମହେନ୍ଦ୍ର ସିଂ ଧୋନିଙ୍କ ଛକା ଚୌକାର ମାଡ ଦର୍ଶକଙ୍କ ହୃଦୟ ଜିତିଥିଲା । ଏହି ମ୍ୟାଚରେ ଟସ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ଦିଲ୍ଲୀ । 20 ଓଭରରେ ଦଳ 5 ଓ୍ବିକେଟ ହରାଇ 191 ରନ କରିଥିଲା । ଦଳ ପକ୍ଷରୁ ଡେଭିଡ ଓ୍ବାର୍ଣ୍ଣର 52, ପନ୍ତ 36 ବଲରେ 51 ଓ ପୃଥ୍ବୀ ଶ 43 ରନ କରିଥିଲେ ।

ଏହା ମଧ୍ୟ ପଢନ୍ତୁ-ଆଜି ଡବଲ ହେଡର ମ୍ୟାଚ, ମୁହାଁମୁହିଁ ହେବେ ହାଇଦ୍ରାବାଦ-ଗୁଜୁରାଟ ଓ ଦିଲ୍ଲୀ-ଚେନ୍ନାଇ - IPL 2024

ଚେନ୍ନାଇର ପ୍ରଥମ ପରାଜୟ: ଏହାପରେ 192 ରନର ବିଜୟ ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇଥିଲା ଚେନ୍ନାଇ । ଆରମ୍ଭରୁ ଦଳ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ଖାଲିଲ ଅହମ୍ମଦଙ୍କ ଜାଲରେ ଫସିଥିଲେ ରଚିନ ଓ ଋତୁରାଜ । ଦଳୀୟ ସ୍କୋର 3 ହୋଇଥିବା ବେଳେ ପ୍ରଥମ ଋତୁରାଜ ଆଉଟ ହୋଇଥିଲେ । ପରେ ପରେ ଖାଲିଲ ରଚିନଙ୍କୁ ପାଭିଲିୟନକୁ ଫେରାଇ ଦେଇଥିଲେ । ତୃତୀୟ ନମ୍ବରରେ ରାହାଣେ ବ୍ୟାଟିଂ କରିବାକୁ ଆସି ପାଳି ସମ୍ଭାଳିଥିଲେ । ବ୍ୟକ୍ତି ଗତ 45 ରନ କରି ସେ ମୁକେଶଙ୍କ ବଲରେ ଆଉଟ ହୋଇଥିଲେ ।

ଏହାପରେ ଡାରେଲ ମିଚେଲ 34, ଦୁବେ 18, ରିଜଭି ଖାତା ଖୋଲିବା ପୂର୍ବରୁ ଆଉଟ ହୋଇଥିଲେ । ଏହାପରେ ଜାଡେଜାଙ୍କ ସାଥ ଦେଇଥିଲେ ମହେନ୍ଦ୍ର ସିଂ ଧୋନି । ଧୋନିଙ୍କ ବ୍ୟାଟିଂ ଦେଖିବାକୁ ଯେମିତି ଦର୍ଶକ ଅନାଇ ବସିଥିଲେ । ଆସିବା କ୍ଷଣି ହିଁ ଛକା ଚୌକାର ମାଡ କରିଥିଲେ । ପୁରା ଷ୍ଟାଡିୟମ ମାହି ମାହି ନାମରେ କମ୍ପି ଉଠିଥିଲା । ଶେଷ 2 ଓଭରରେ ଧୁମାଧାର ବ୍ୟାଟିଂ କରି ସେ ପୁଣି ଦର୍ଶକଙ୍କ ହୃଦୟ ଜିତିଥିଲେ । ଅପରାଜିତ 37 ରନ କରିଥିଲେ ମଧ୍ୟ ସେ ଦଳକୁ ବିଜୟୀ କରିପାରିନଥିଲେ । ଶେଷରେ 171 ରନରେ ଦଳ 6 ଓ୍ବିକେଟ ହରାଇ 171 ରନ କରିଥିଲା । ଚଳିତ ସିଜିନରେ ଏହା ଚେନ୍ନାଇର ପ୍ରଥମ ପରାଜୟ । ମୁକେଶ କୁମାର ଘାତକ ବୋଲିଂ କରି 3ଟି ଓ୍ବିକେଟ ନେଇଥିଲେ ।

Last Updated : Apr 1, 2024, 7:57 AM IST

ABOUT THE AUTHOR

...view details