ପର୍ଥ (ଅଷ୍ଟ୍ରେଲିଆ); ଆରମ୍ଭ ହୋଇଯାଇଛି ଭାରତ ଅଷ୍ଟ୍ରେଲିଆ ବହୁ ପ୍ରତିକ୍ଷୀତ ବର୍ଡର-ଗାଭାସ୍କର ଟ୍ରଫି । ଶୁକ୍ରବାରଠାରୁ ସ୍ଥାନୀୟ ଗ୍ରାଉଣ୍ଡରେ ଆରମ୍ଭ ହୋଇଛି ଦୁଇ ଦେଶ ମଧ୍ୟରେ ଟେଷ୍ଟ ଟକ୍କର । ଘରୋଇ ଦଳ କଙ୍ଗାରୁକୁ ଚକମା ଦେବା ପାଇଁ ତୟାର ଅତିଥି ଦଳ ଭାରତ । ଗତକାଲି ପ୍ରଥମ ଦିନରେ ଭାରତର ପଲ୍ଲା ଭାରି ଥିଲା । ଅତିଥି ଦଳର ଅଧିନାୟକ ଯଶପ୍ରୀତ ବୁମରା ପ୍ରଥମେ ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ । ଭାରତୀୟ ଦଳ ମାତ୍ର 150 ରନରେ ଅଲଆଉଟ ହୋଇଥିବା ବେଳେ ଅଷ୍ଟ୍ରେଲିଆର ମଧ୍ୟ ଗତକାଲି 67 ରନରେ 7 ଓ୍ବିକେଟ ଖସେଇ ଦେଇଥିଲେ । ବ୍ୟାଟରଙ୍କ ଦୁର୍ବଳ ପ୍ରଦର୍ଶନ ସତ୍ତ୍ବେ ବୋଲର ଦମଦାର ପ୍ରଦର୍ଶନ କରିଥିଲେ ।
Starc's resilience comes to an end as Harshit Rana picks up the final wicket.
— BCCI (@BCCI) November 23, 2024
Australia all out for 104 runs.
Scorecard - https://t.co/dETXe6cqs9… #AUSvIND pic.twitter.com/f2d62oUcVK
ଏହା ବି ପଢନ୍ତୁ- ପର୍ଥରେ 'ବୁମରା' ଝଡ, ପ୍ରଥମ ଦିନରେ ଡ୍ରାଇଭିଂ ସିଟରେ ଭାରତ, 83ରନ ପଛରେ ଅଷ୍ଟ୍ରେଲିଆ
ତେବେ ଆଜି ଦ୍ବିତୀୟ ଦିନ ଆରମ୍ଭରେ ଭାରତ ଘରୋଇ ଦଳ ଅଷ୍ଟ୍ରେଲିଆକୁ ଅଷ୍ଟ୍ରେଲିଆ ମାଟିରେ ଭାରତ ବିପକ୍ଷରେ ସବୁଠୁ କମ ସ୍କୋରରେ ଅଲଆଉଟ କରିଛି । ଭାରତୀୟ ବୋଲର ଅଷ୍ଟ୍ରେଲିଆକୁ ମାତ୍ର 104 ରନରେ ଅଲଆଉଟ କରିଛନ୍ତି । ବୋଲିଂରେ ଭାରତ ପକ୍ଷରୁ କାମଚଳା ଅଧିନାୟକ 5ଟି ଓ୍ବିକେଟ ନେଇଛନ୍ତି ।