ଓଡିଶା

odisha

ETV Bharat / sports

ଅଲିମ୍ପିକ୍ସ ଉଦଯାପନିରେ ଭାରତର ଧ୍ବଜାବାହକ ମନୁ ଭାକର - Paris Olympics 2024 - PARIS OLYMPICS 2024

Paris Olympics 2024: ଅଲିମ୍ପିକ୍ସରେ 2ଟି ପଦକ ଜିତି ଇତିହାସ ରଚିଛନ୍ତି ମନୁ ଭାକର । ଆସନ୍ତା 11 ତାରିଖ ଅଲିମ୍ପିକ୍ସ ଉଦଯାପନିରେ ଭାତରର ଧ୍ବଜା ଧରିବେ ଷ୍ଟାର ସୁଟର ମନୁ । ଅଧିକ ପଢନ୍ତୁ

Manu Bhaker
Manu Bhaker ((AP PHOTOS))

By ETV Bharat Sports Team

Published : Aug 5, 2024, 10:13 AM IST

Updated : Aug 5, 2024, 10:37 AM IST

ହାଇଦ୍ରାବାଦ: ଆସନ୍ତା 11 ତାରଖରେ ଶେଷ ହେବ ପ୍ୟାରିସ ଅଲିମ୍ପିକ୍ସ । ଅଲିମ୍ପିକ୍ସ ସମାପନରେ ଭାରତର ଧ୍ବଜାବାହକ ହେବେ ଷ୍ଟାର ସୁଟର ମନୁ ଭାକର । ଭାରତୀୟ ଅଲିମ୍ପିକ୍ସ ସଂଘର ସୁତ୍ରରୁ ସୂଚନା ମିଳିଛି ଯେ, ଅଲିମ୍ପିକ୍ସ ଉଦଯାପନିରେ ମନୁ ଭାକର ଭାରତୀୟ ମହିଳା ଧ୍ବଜାବାହକ ହେବେ । ସମାରୋହ ପାଇଁ ଭାରତୀୟ ପୁରୁଷ ଧ୍ବଜାବାହକ କିଏ ହେବ ତାହା ବର୍ତ୍ତମାନ ସୁଦ୍ଧା ସ୍ଥିର ହୋଇନାହିଁ ।

Manu Bhaker ((ANI PHOTOS))

ଅଲିମ୍ପିକ୍ସରେ ଇତିହାସ ରଚିଛନ୍ତି ମନୁ:ଗୋଟିଏ ଅଲିମ୍ପିକ୍ସରେ ଦୁଇଟି ପଦକ ଜିତି ଇତିହାସ ରଚିଛନ୍ତି ମନୁଭାକର । ପ୍ରଥମ ଭାରତୀୟ ଭାବେ ସେ ଏହି ଉପଲବ୍ଧି କରିଛନ୍ତି । ମହିଳା ବ୍ୟକ୍ତିଗତ 10 ମିଟର ଏୟାର ପିସ୍ତଲ ଇଭେଣ୍ଟରେ ତୃତୀୟ ସ୍ଥାନ ଅଧିକାର କରି ବ୍ରୋଞ୍ଜ ପଦକ ଜିତିଛନ୍ତି ମନୁ । ଏହା ସହିତ ସେ ମିଶ୍ରିତ 10 ମିଟର ଏୟାର ପିସ୍ତଲ ଇଭେଣ୍ଟରେ ସରବଜୋତ ସିଂହଙ୍କ ସହିତ ମଧ୍ୟ ଦେଶକୁ ଦ୍ବିତୀୟ ବ୍ରୋଞ୍ଜ ପଦକ ଭେଟି ଦେଇଛନ୍ତି । କିନ୍ତୁ ମହିଳା 25 ମିଟର ପିସ୍ତଲ ଫାଇନାଲ୍‌ ଇଭେଣ୍ଟରେ ଦମଦାର ପ୍ରଦର୍ଶନ ସତ୍ତ୍ବେ 4ର୍ଥ ସ୍ଥାନରେ ରହି ଅଭିଯାନ ଶେଷ କରିଥିଲେ ମନୁ ଭାକର ।

ଏହା ମଧ୍ୟ ପଢନ୍ତୁ-ପ୍ୟାରିସ ଅଲିମ୍ପିକ୍ସ: ଅଳ୍ପକେ ହାତରୁ ଖସିଗଲା ମେଡାଲ; 4ର୍ଥ ସ୍ଥାନରେ ରହିଲେ ମନୁ ଭାକର - Paris Olympics 2024

1900 ଦୁଇଟି ପଦକ ଜିତିଥିଲେ ନରମାନ ପ୍ରିଚାର୍ଡ: ଦେଶ ସ୍ବାଧିନ ହେବା ପରେ ପ୍ରଥମ ଥର ପାଇଁ ଗୋଟିଏ ଅଲିମ୍ପିକ୍ସରେ ଜଣେ ଭାରତୀୟ ଖେଳାଳି ଦୁଇଟି ପଦକ ଆଣିଛନ୍ତି । ଏହାପୂର୍ବରୁ 1900 ଅଲିମ୍ପିକ୍ସରେ ବ୍ରିଟିଶ ଇଣ୍ଡିଆନ ନରମାନ ପ୍ରିଚାର୍ଡ ଭାରତରୁ ପ୍ରତିନିଧିତ୍ୱ କରି ଦୁଇଟି ପଦକ ଜିତିଥିଲେ । 200 ମିଟର ଏବଂ 200 ମିଟର ହଡଲ୍ସରେ ରୌପ୍ୟ ପଦକ ଜିତିଥିଲେ । ଅଲିମ୍ପିକ୍ସରେ ଏକାଧିକ ପଦକ ଜିତିଥିବା ଏଲିଟ ଗ୍ରୁପରେ ପ୍ରବେଶ କରିଛନ୍ତି ମନୁ ଭାକର । ପିଭି ସିନ୍ଧୁ ରିଓ ଅଲିମ୍ପିକ୍ସ 2016 ରେ ବ୍ୟାଡମିଣ୍ଟନରେ ରୌପ୍ୟ ଏବଂ ଟୋକିଓ 2020 ରେ ବ୍ରୋଞ୍ଜ ଜିତିଥିଲେ । ସୁଶୀଲ କୁମାର 2008 ବେଜିଂ ଅଲିମ୍ପିକ୍ସରେ ବ୍ରୋଞ୍ଜ ଏବଂ 2012 ଲଣ୍ଡନ ଅଲିମ୍ପିକ୍ସରେ ରୌପ୍ୟ ପଦକ ଜିତିଥିଲେ ।

ଉଦଘାଟନୀରେ ତ୍ରିରଙ୍ଗା ଧରିଥିଲେ ସିନ୍ଧୁ ଓ କମଲ:ଆଜି ଅନୁଷ୍ଠିତ ହେବାକୁ ଥିବା ଉଦଘାଟନୀ ଉତ୍ସବରେ ଭାରତୀୟ ଦଳର ଧ୍ବଜାବାହକ ସାରିଥିଲେ ପିଭି ସିନ୍ଧୁ ଓ ଟେବୁଲ ଟେନିସ ତାରକା ଶରତ କମଲ । ଉଭୟ ସ୍ବତନ୍ତ୍ର ପୋଷାକ ପରିଧାନ କରିବା ସହ ହାତରେ ତ୍ରିରଙ୍ଗା ଧରି ଡଙ୍ଗାରେ ପରେଡ କରିଥିଲେ ।

Last Updated : Aug 5, 2024, 10:37 AM IST

ABOUT THE AUTHOR

...view details