ହାଇଦ୍ରାବାଦ: ଆସନ୍ତାକାଲି (ବୁଧବାର) ଠୁ ଭାରତ ଓ ଇଂଲଣ୍ଡ ମଧ୍ୟରେ ଆରମ୍ଭ ହେବାକୁ ଯାଉଛି 5ଟିକିଆ ମ୍ୟାଚ ବିଶିଷ୍ଟ ଟି 20 ସିରିଜ । ଏକ ରୋମାଞ୍ଚକର ମୁକାବିଲା ପାଇଁ ଦୁଇ ଦଳ ପ୍ରସ୍ତୁତିକୁ ଜୋରଦାର କରିଛନ୍ତି । କୋଲକାତାର ଇଡେନ ଗାର୍ଡେନରେ ସନ୍ଧ୍ୟା 7ଟା ସମୟରେ ପ୍ରଥମ ମ୍ୟାଚ ଆରମ୍ଭ ହେବ । 3 ବର୍ଷ ପରେ କୋଲକାତାରେ ଟି 20 ମ୍ୟାଚ ଖେଳାଯିବ । ଫେବୃଆରୀ 2022ରେ ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଶେଷ ଟି 20 ମ୍ୟାଚ ଇଡେନ ଗାର୍ଡେନରେ ଖେଳାଯାଇଥିଲା । ଯେଉଁଥିରେ ଭାରତ 17 ରନରେ ବିଜୟୀ ହୋଇଥିଲା ।
ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ବରେ ପଡିଆକୁ ଓହ୍ଲାଇବ ମେନ ଇନ ବ୍ଲୁ । ଦଳକୁ ମହମ୍ମଦ ସାମି ଫେରିଥିବା ବେଳେ ମ୍ୟାଚ ଦେଖିବାକୁ ଅନାଇ ବସିଛନ୍ତି ଦର୍ଶକ । ଅନ୍ୟପଟେ ଜସ୍ ବଟଲରଙ୍କ ନେତୃତ୍ୱାଧୀନ ଇଂଲଣ୍ଡ ଦଳ ମଧ୍ୟ ଭାରତକୁ ମାତ ଦେବାକୁ ପୁରା ରଣନୀତି ସହ ପଡିଆକୁ ଓହ୍ଲାଇବା ପ୍ରସ୍ତୁତ ହୋଇଛି ।
କେଉଁଠି ଓ କେତେବେଳେ ଖେଳାଯିବ ମ୍ୟାଚ ? କେଉଁ ଚ୍ୟାନେଲରେ ହେବ ସିଧାପ୍ରସାରଣ ? ମ୍ୟାଚର ସମ୍ପୂର୍ଣ୍ଣ ବିବରଣୀ ଉପରେ ନଜର ପକାନ୍ତୁ...
ଭାରତ -ଇଂଲଣ୍ଡ ପ୍ରଥମ T20I ମ୍ୟାଚ୍ କେବେ?
ଭାରତ ବନାମ ଇଂଲଣ୍ଡ ପ୍ରଥମ ଟି-୨୦ ମ୍ୟାଚ୍ ବୁଧବାର ଖେଳାଯିବ।
ଭାରତ ବନାମ ଇଂଲଣ୍ଡ ପ୍ରଥମ ଟି-୨୦ ମ୍ୟାଚ୍ କେଉଁଠାରେ ହେବ?
କୋଲକାତାର ଇଡେନ ଗାର୍ଡେନରେ ଖେଳାଯିବ।
ପ୍ରଥମ ଟି-୨୦ ମ୍ୟାଚ୍ କେତେବେଳେ ଆରମ୍ଭ ହେବ?
ସନ୍ଧ୍ୟା ୭:୦୦ ଟାରେ ଆରମ୍ଭ ହେବ