ଚେନ୍ନାଇ:ଘରୋଇ ଟିମ୍ ଭାରତ ଏବଂ ଭ୍ରମଣକାରୀ ଦଳ ବାଂଲାଦେଶ ମଧ୍ୟରେ ଆଜିଠୁ ଆରମ୍ଭ ହୋଇଛି ଚେନ୍ନାଇ ଟେଷ୍ଟ । ବାଂଲାଦେଶ ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି । ସ୍ପିନରଙ୍କ ସ୍ବର୍ଗ ଭାବେ ପରିଚିତ ଚେପକ୍ ପିଚରେ ଭାରତ 3ଟି ପେସରଙ୍କୁ ଖେଳାଉଛି । ଯାହା ସମସ୍ତଙ୍କୁ ଚକିତ କରିଛି । ଏପଟେ ଭାରତର ବ୍ୟାଟିଂ ବିପର୍ଯ୍ୟୟ ଘଟିଛି । ଦଳ ମାତ୍ର 96 ରନରେ 4ଟି ଓ୍ବିକେଟ ହରାଇଛି । 26 ଓଭର ଖେଳ ମଧ୍ୟରେ ଭାରତ ବାଂଲାଦେଶ ପେସର ହସନ ମହମ୍ମଦଙ୍କୁ ଖେଳିବାରେ ଅସୁବିଧାର ସାମ୍ନା କରୁଛି । ହସନ 9 ଓଭର ବୋଲିଂ କରି 19 ରନ ଦେଇ 4ଟି ଓ୍ବିକେଟ ହାସଲ କରିଛନ୍ତି ।
ପ୍ରଥମେ ବ୍ୟାଟିଂ କରି ଭାରତ ଭଲ ଆରମ୍ଭ କରିନଥିଲା । ଦଳୀୟ ସ୍କୋର 14 ରନ ଥିବା ସମୟରେ ଷ୍ଟାର ବ୍ୟାଟର ତଥା ଅଧିନାୟକ ରୋହିତ ଶର୍ମା ମାତ୍ର 6 ରନ ସ୍କୋର କରି ପାଭେଲିୟନ ଫେରିଥିଲେ । ଗୋଟିଏ ଓ୍ବିକେଟ ପତନ ପରେ ଆସିଥିବା ବ୍ୟାଟର ସୁବମନ ଗିଲ୍ ମଧ୍ୟ କିଛି ଖାସ କରିନଥିଲେ । 8ଟି ବଲ ଖେଳି ବିନା ଖାତା ଖୋଲି ପାରିନଥିଲେ । ଏହା ପରେ ବ୍ୟାଟିଂ କରିବାକୁ ଆସିଥିଲେ ଭେଟେରାନ ବ୍ୟାଟର କୋହଲି କିନ୍ତୁ ଦଳୀୟ ସ୍କୋର ମାତ୍ର 34 ରନ ଥିବା ସମୟରେ କୋହଲି 6 ରନ ସ୍କୋର କରି ଆଉଟ ହୋଇଥିଲେ । ଏହା ପରେ ପନ୍ତ ଆକ୍ରମଣାତ୍ମକ ବ୍ୟାଟିଂ କରି 52 ବଲର 39 ରନ ସ୍କୋର କରି ଆଉଟ ହୋଇଥିଲେ । ବର୍ତ୍ତମାନ ପଡିଆରେ ଜୟଶ୍ବାଲ ଏବଂ ରାହୁଲ ବ୍ୟାଟିଂ କରୁଛନ୍ତି ।
ଭାରତୀୟ ଦଳ ପ୍ଲେଇଂ 11-