ହାଇଦ୍ରାବାଦ:ଭାରତୀୟ କ୍ରିକେଟ ଇତିହାସରେ ପ୍ରଥମ । ପ୍ରଥମ ଅଧିନାୟକ ଭାବେ ଅଲୋଡା ରେକର୍ଡ କଲେ ରୋହିତ ଶର୍ମା । ସିରିଜ ଅଧାରୁ ଏକଦାଶରୁ ବାଦ ପଡିଲେ ହିଟ୍ ମ୍ୟାନ । ରୋହିତ ହେଉଛି ପ୍ରଥମ ଖେଳାଳି ଯାହାଙ୍କ ସହ ଏପରି ହୋଇଛି । ବର୍ଡର ଗାଭାସ୍କର ଟ୍ରଫିର ୩ଟି ମ୍ୟାଚରେ ଫର୍ମରେ ନଥିବା ବେଳେ ତାଙ୍କ ଅଧିନାୟକତ୍ବକୁ ନେଇ ମଧ୍ୟ ପ୍ରଶ୍ନ ଉଠିଥିଲା । ଯାହା ଫଳରେ ତାଙ୍କୁ ଅନ୍ତିମ ଟେଷ୍ଟ ମ୍ୟାଚ ଏକାଦଶରେ ସ୍ଥାନ ମିଳିପାରିନାହିଁ । ଅନ୍ତର୍ଜାତୀୟ କ୍ରିକେଟରେ ମଧ୍ୟ ଏପରି କମ୍ ଦେଖିବାକୁ ମିଳେ ।
ରୋହିତ ଶର୍ମା ପ୍ରଥମ ଅଧିନାୟକ ଯିଏକି ଏକାଦଶରୁ ବାଦ ପଡିଛନ୍ତି:
ରୋହିତ ଶର୍ମା ପ୍ରଥମ ଭାରତୀୟ ଅଧିନାୟକ ଯିଏକି ସିରିଜ ମଝିରୁ ଏକାଦଶରୁ ବାଦ ପଡିଛନ୍ତି। ସିଡନୀ ଟେଷ୍ଟରେ ତାଙ୍କ ବଦଳରେ ଦ୍ରୁତ ବୋଲର ଜଶପ୍ରୀତ ବୁମରାଙ୍କୁ ଦଳର ଅଧିନାୟକ ଦାୟିତ୍ବ ଦିଆଯାଇଛି । ଅନ୍ତର୍ଜାତୀୟ କ୍ରିକେଟ୍ ଇତିହାସରେ ଏହା ମାତ୍ର 4 ଥର ଘଟିଛି, ଯେଉଁଠାରେ ଜଣେ ଅଧିନାୟକ ସିରିଜ୍ ମଝିରେ ଏଦାଦଶରୁ ଆଉଟ ହୋଇଛନ୍ତି ।
ଏହା ମଧ୍ୟ ପଢନ୍ତୁ-ସିଡନୀ ଟେଷ୍ଟ: କାମ ଦେଉନି ବୁମରାଙ୍କ ରଣନୀତି, ଆରମ୍ଭରୁ ଭାରତର ବ୍ୟାଟିଂ ବିପର୍ଯ୍ୟୟ - AUS VS IND
ନଜର ପକାନ୍ତୁ ଅନ୍ତର୍ଜାତୀୟ କ୍ରିକେଟରେ ସିରିଜ ଅଧାରୁ ଏକଦାଶରୁ ବାଦ ପଡିଥିବା ଖେଳାଳିଙ୍କ ଉପରେ ...
ମାଇକ୍ ଡେନିସ୍ (ଇଂଲଣ୍ଡ) : ମାଇକ୍ ଡେନିସଙ୍କୁ 1974ରେ ଆଶେସର ଚତୁର୍ଥ ଟେଷ୍ଟରେ ବିଶ୍ରାମ ଦିଆଯାଇଥିଲା । ତାଙ୍କ ସ୍ଥାନରେ ଜନ୍ ଏଣ୍ଡ୍ରିଚ୍ ଅଧିନାୟକ ହୋଇଥିଲେ।