ଓଡିଶା

odisha

By ETV Bharat Sports Team

Published : Sep 26, 2024, 1:10 PM IST

Updated : Sep 26, 2024, 1:15 PM IST

ETV Bharat / sports

ଗ୍ରାଉଣ୍ଡରେ କୋହଲି-ଗମ୍ଭୀର ଫ୍ରେଣ୍ଡସିପ୍, ବିରାଟଙ୍କ ଦାଢୀରେ ହାତ ମାରିଲେ ଗୌତମ, ଫ୍ୟାନ୍ସ ଖୁସ୍ - VIRAT GAMBHIR VIRAL FRIENDSHIP

Virat Kohli and Gautam Gambhir: କୋହଲିଙ୍କ ଦାଢୀରେ କିଛି ଲାଗିଥିବାରୁ ଗୌତମ ହାତରେ କାଢିଦେଇଥିବାର ଅନୁମାନ କରାଯାଉଛି ହେଲେ ଏହି ଫଟୋ ବର୍ତ୍ତମାନ ସୋସିଆଲ ମିଡିଆରେ ମୋବାଇଲରୁ ମୋବାଇଲ ଡେଉଁଛି । ଅଧିକ ପଢନ୍ତୁ

Gautam Gambhir-Virat Kohli
Gautam Gambhir-Virat Kohli (ETV Bharat Odisha)

କାନପୁର: ଭାରତ ଏବଂ ବାଂଲାଦେଶ ମଧ୍ୟରେ ଆସନ୍ତାକାଲି (27 ସେପ୍ଟେମ୍ବର)ରୁ ସ୍ଥାନୀୟ ଗ୍ରାଉଣ୍ଡରେ ଦ୍ବିତୀୟ ଟେଷ୍ଟ ମ୍ୟାଚ ଖେଳାଯିବ । ମ୍ୟାଚ ପୂର୍ବରୁ ଦୁଇ ଟିମର ଚାଲିଛି ଜୋରଦାର ପ୍ରାକ୍ଟିସ୍ । ବୁଧବାର ମଧ୍ୟାହ୍ଣରେ ବାଂଲାଦେଶ ଟିମ୍ ଗ୍ରାଉଣ୍ଡରେ ଜୋରଦାର ଝାଳ ବୁହାଇଥିବା ବେଳେ ଅପରାହ୍ଣରେ ଟିମ୍ ଇଣ୍ଡିଆ ମଧ୍ୟ ଜୋରଦାର ଅଭ୍ୟାସ କରିଥିଲା । ତେବେ ଘରୋଇ ଦଳ ଭାରତର ଅଭ୍ୟାସ ସମୟରେ ପଡିଆର ଏକ ଫଟୋ ସାମ୍ନାକୁ ଆସିଛି । ଯେଉଁଥିରେ ଷ୍ଟାର ବ୍ୟାଟର କୋହିଲ ଏବଂ ହେଡ୍ କୋଚ ଗମ୍ଭୀରଙ୍କର ପୁଣି ଘନିଷ୍ଠତା ବଢୁଥିବା ଜଣାପଡିଛି । ବର୍ତ୍ତମାନ ଏହି ଫଟୋ ସୋସିଆଲ୍ ମିଡିଆରେ ପ୍ରବଳ ମାତ୍ରାରେ ଭାଇରାଲ ହେବାରେ ଲାଗିଛି ।

ଭାଇରାଲ ଫଟୋରେ ଭେଟେରାନ ବ୍ୟାଟର ବିରାଟ କୋହିଲଙ୍କ ଦାଢୀରେ ହେଡ୍ କୋଚ ଗୌତମ ଗମ୍ଭୀର ହାତ ଲଗାଉଥିବ ଦେଖାଯାଉଛି । ଭାଇରାଲ ଫଟୋକୁ ବର୍ତ୍ତମାନ ଫ୍ୟାନ୍ସ ପ୍ରବଳ ମତ୍ରାରେ ଲାଇକ୍ କରୁଛନ୍ତି । ଦ୍ବିତୀୟ ଟେଷ୍ଟ ମ୍ୟାଚ ପୂର୍ବରୁ ଭାରତୀୟ କ୍ରିକେଟ ଟିମ୍ ଖେଳାଳି ପ୍ରବଳ ଗରମରେ ଅଭ୍ୟାସ କରିଥିଲେ । ପ୍ରାକ୍ଟିସ୍ ସେସନରେ ସମସ୍ତ ଖେଳାଳି ଭାଗ ନେଇଥିଲେ ।

ଯେତେବେଳେ ଗ୍ରାଉଣ୍ଡରେ ସମସ୍ତ ଖେଳାଳି ଜୋସ ସହିତ ଜୋରଦାର ଅଭ୍ୟାସରେ ଲାଗିପଡିଥିଲେ, ସେତିକିବେଳେ କ୍ୟାପଚର୍ ହୋଇଥିଲା ବିରାଟ-ଗମ୍ଭୀର ଫ୍ରେଣ୍ଡସିପ୍ ଫଟୋ । ଆଉ ପରେ ସୋସିଆଲ ମିଡିଆର ସମସ୍ତ ପ୍ଲାଟଫର୍ମରେ ଏହି ଫଟେ ନିଆଁ ଲଗାଇଦେଇଛି । ପ୍ରାକ୍ଟିସ ସମୟରେ କୋହଲି ଏବଂ ଗମ୍ଭୀର କଥାବାର୍ତ୍ତା ହେଉଥିବା ସମୟରେ ଗୌତମ କୋହିଲଙ୍କ ଦାଢୀରେ ହାତ ମାରିଥିଲେ ।

ସୂଚନା ଥାଉ କି, ଭାରତ- ବାଂଲାଦେଶ ମଧ୍ୟରେ ଖେଳାଯାଇଥିବା ପ୍ରଥମ ଟେଷ୍ଟ ମ୍ୟାଚରେ ଘରୋଇ ଦଳ ଅତିଥି ଦଳକୁ ପରାସ୍ତ କରି ସିରିଜରେ 1-0ରେ ଆଗରେ ରହିଛି । ଚେନ୍ନାଇରେ ଖେଳାଯାଇଥିବା ଏହି ମ୍ୟାଚରେ ଭାରତୀୟ ଦଳ ଶାନଦାର ପ୍ରଦର୍ଶନ କରି ମ୍ୟାଚକୁ ଏକ ତରଫା ଜିତିନେଇଥିବା ବେଳେ କୋହିଲଙ୍କ ବ୍ୟାଟ କିନ୍ତୁ ଶାନ୍ତ ରହିଥିଲା ।

ବିରୋଟ କୋହଲି ଚେନ୍ନାଇ ମ୍ୟାଚର ପ୍ରଥମ ଇନିଂସରେ 6 ରନ ଏବଂ ଦ୍ବିତୀୟ ଇନିଂସରେ 17 ରନ ସ୍କୋର କରିଥିଲେ । ତେବେ କାନକୁର ଗ୍ରୀନ୍ ପାର୍କ ଷ୍ଟାଡିୟମରେ ବିରାଟଙ୍କ ବ୍ୟାଟ କମାଲ କରିବ ବୋଲି ଆଶା ବାନ୍ଧିଛନ୍ତି ଫ୍ୟାନ୍ସ ।

ବୁଧବାର ପ୍ରାକ୍ଟିସ୍ ସେସେନ ସମୟରେ କୋହଲିଙ୍କ ବ୍ୟାଟରୁ ଦମଦାର ସର୍ଟ ବାହାରିଥିଲା । ବିରାଟଙ୍କ ପ୍ରାକ୍ଟିସ୍ ସେସେନ ମଧ୍ୟ ଅନେକ ଫ୍ୟାନ୍ସ ଦେଖିଥିଲେ ଏବଂ ପସନ୍ଦ କରିଥିଲେ । ତେବେ ଟି-20 ଫାଇନାଲ ମ୍ୟାଚକୁ ଛାଡିଦେଲେ ବିରାଟଙ୍କ ବ୍ୟାଟ ବର୍ଷ ତମାମ ଶାନ୍ତ ରହଛି । ଟି-20 ଫାଇନାଲରେ କୋହଲ ଦମଦାର ଅର୍ଦ୍ଧଶତକ ହାସଲ କରିଥିଲେ ।

ଏହା ବି ପଢନ୍ତୁ- 'ରୋହିତ-କୋହଲିଙ୍କୁ ସ୍ପେଶାଲ ଟ୍ରିଟମେଣ୍ଟ କାହିଁକି ?' BCCI ଉପରେ ଖପ୍ପା ପୂର୍ବତନ କ୍ରିକେଟର - Sanjay Manjrekar Slams BCCI

ଏହା ବି ପଢନ୍ତୁ- ଭାରତ-ଇଂଲଣ୍ଡ ଟେଷ୍ଟ ପାଇଁ ଟିକେଟର ଦାମ ଶୁଣିଲେ ଉଡ଼ିଯିବ ହୋସ; ସବୁଠାରୁ ଶସ୍ତା ଟିକେଟର ମୂଲ୍ୟ 8 ହଜାର ପାର - India vs England Ticket Price

Last Updated : Sep 26, 2024, 1:15 PM IST

ABOUT THE AUTHOR

...view details