ଓଡିଶା

odisha

ETV Bharat / sports

ଫିକା ପଡ଼ିଗଲେ ବଲିଉଡ୍‌ ଷ୍ଟାର ! IPL 2025 ପୂର୍ବରୁ ମାହିଙ୍କ ନୂଆ ଲୁକ୍‌ରେ ଫ୍ୟାନ୍ସ ଫିଦା

MS Dhoni New Look : ଭାରତୀୟ ଦଳର ପୂର୍ବତନ ଅଧିନାୟକ ଏମ୍‌ଏସ୍‌ ଧୋନିଙ୍କୁ ଆଇପିଏଲ 2025 ପୂର୍ବରୁ ଏକ ନୂଆ ଲୁକ୍‌ରେ ଦେଖିବାକୁ ମିଳିଛି । ଅଧିକ ପଢ଼ନ୍ତୁ

By ETV Bharat Sports Team

Published : 4 hours ago

MS Dhoni New Look
MS Dhoni New Look (ETV Bharat)

ହାଇଦ୍ରାବାଦ : ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ଏମ୍‌ଏସ୍‌ ଧୋନିଙ୍କ ନୂଆ ଅନ୍ଦାଜ ଏବେ ବେଶ ଚର୍ଚ୍ଚାରେ । ଆଇପିଏଲ୍‌ 2025ରେ ଚେନ୍ନାଇ ସୁପର କିଙ୍ଗସ୍‌ ତାଙ୍କୁ କିପରି ରିଟେନ୍‌ କରିବ, ସେ ଏହି ଆଇପିଏଲ୍‌ରେ ଅଂଶଗ୍ରହଣ କରିବେ କି ନାହିଁ, ସେନେଇ ଜୋରଦାର ଆଲୋଚନା ଚାଲିଥିବାବେଳେ ସେ ଏକ ନୂଆ ଲୁକ୍‌ରେ ନଜର ଆସି ସବୁ ଚର୍ଚ୍ଚାର ମୋଡ଼ ବଦଳାଇଛନ୍ତି । ପ୍ରସିଦ୍ଧ ହେୟାର ଷ୍ଟାଇଲିଷ୍ଟ ଅଲିମ ହାକିମ ସୋସିଆଲ ମିଡିଆରେ ଧୋନିଙ୍କ ନୂଆ ଲୁକ୍‌ ସହ ଫଟୋ ଅପଲୋଡ୍ କରିଛନ୍ତି ଏବଂ ଏହାକୁ ପ୍ରଶଂସକମାନଙ୍କଠାରୁ ମଧ୍ୟ ଜୋରଦାର ପ୍ରତିକ୍ରିୟା ମିଳୁଛି ।

ନୂଆ ଲୁକ୍‌ରେ ଫ୍ୟାନ୍ସ ଫିଦା :-

ଏହା ପୂର୍ବରୁ ମଧ୍ୟ ଏମ୍‌ଏସ୍‌ ଧୋନିଙ୍କ ଲୁକ୍‌ ଅନେକ ଥର ଚର୍ଚ୍ଚାର ବିଷୟ ପାଲଟିଛି । ଧୋନି ଅନେକ ସମୟରେ ନିଜ ଲୁକ୍ ବଦଳାନ୍ତି ଏବଂ ପ୍ରଶଂସକମାନେ ଏହାକୁ ବହୁତ ପସନ୍ଦ କରନ୍ତି । ଗତ ଆଇପିଏଲ ସିଜିନରେ ଏମଏସ୍‌ ଧୋନିଙ୍କୁ ତାଙ୍କ ପୁରୁଣା ହେୟାର ଷ୍ଟାଇଲରେ ଲମ୍ବା କେଶରେ ଦେଖିବାକୁ ମିଳିଥିଲା । ଏବେ ଏହି ନୂଆ ଲୁକ୍‌ ଦେଖିବା ପରେ ପ୍ରଶଂସକମାନେ ଏହା ଉପରେ ପ୍ରବଳ ପ୍ରତିକ୍ରିୟା ଦେଉଛନ୍ତି । ଜଣେ କହିଛନ୍ତି, 'ତୁମେ ହଲିଉଡର ହିରୋ ପରି ଦେଖାଯାଉଛ', ଅନ୍ୟ ଜଣେ ୟୁଜର୍ସ ଲେଖିଛନ୍ତି ଯେ 'ଆମେ ପୁରୁଣା ଲୁକକୁ ମିସ୍ କରୁଛୁ' ।

ଖେଳିବେ କି ନାହିଁ IPL 2025 ? :-

ସେ ଦୀର୍ଘ ବର୍ଷ ଧରି ଆଇପିଏଲରେ ଚେନ୍ନାଇ ସୁପର କିଙ୍ଗସ୍‌ (CSK) ଦଳର ନେତୃତ୍ବ କରୁଥିଲେ, କିନ୍ତୁ ସେ ଆଇପିଏଲ୍ 2024 ପୂର୍ବରୁ ଦଳର ଅଧିନାୟକ ପଦ ଛାଡ଼ିଥିଲେ ଏବଂ ଜଣେ ଖେଳାଳି ଭାବରେ ଦଳର ପ୍ରତିନିଧିତ୍ବ କରିଥିଲେ । ଜଣେ ଅଧିନାୟକ ତଥା ଜଣେ ଗୁରୁତ୍ବପୂର୍ଣ୍ଣ ଖେଳାଳି ଭାବରେ ଦଳକୁ 5 ଥର ଆଇପିଏଲ୍‌ ଚାମ୍ପିୟନ୍ କରାଇଥିବା ଧୋନିଙ୍କୁ ଏହି ଲିଗ୍‌ର ସଫଳତମ ଅଧିନାୟକ ବୋଲି କୁହାଯାଏ । କିନ୍ତୁ ଧୋନି ଆଇପିଏଲ 2025 ଖେଳିବେ କି ନାହିଁ ? ଏହା ବର୍ତ୍ତମାନ ସମୟରେ ଏକ ବଡ଼ ପ୍ରଶ୍ନ ହୋଇ ଅନେକ ଲୋକଙ୍କ ଆଲୋଚନାର ବିଷୟ ପାଲଟିଛି ।

କିନ୍ତୁ ଧୋନି ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ୟାସ ନେବାର 5 ବର୍ଷ ବିତିଗଲାଣି । ଆଇପିଏଲର ନୂତନ ନିୟମ ଅନୁଯାୟୀ, ଚେନ୍ନାଇ ସୁପର କିଙ୍ଗସ୍‌ ଦଳ ଏମଏସ ଧୋନିଙ୍କୁ ଜଣେ ଅଣସଂରକ୍ଷିତ (ଅନ୍‌କ୍ୟାପଡ୍‌) ଖେଳାଳି ଭାବରେ ରିଟେନ୍‌ କରିପାରିବ । ଏପରି ହେଲେ, 18ତମ ସିଜନରେ ତାଙ୍କ ଆଇପିଏଲ୍‌ ଆୟରୁ 8 କୋଟି ଟଙ୍କା ହ୍ରାସ ପାଇଯିବ ।

ଧୋନିଙ୍କ କ୍ରିକେଟ୍ କ୍ୟାରିୟର ବିଷୟରେ କହିଲେ ସେ 2019ରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ବିଶ୍ବକପ୍‌ର ସେମିଫାଇନାଲରେ ଟିମ୍ ଇଣ୍ଡିଆ ପାଇଁ ତାଙ୍କର ଶେଷ ମ୍ୟାଚ୍‌ ଖେଳିଥିଲେ ଏବଂ ଏହା ପରେ ସେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଥିଲେ ।

ଏହା ମଧ୍ୟ ପଢ଼ନ୍ତୁ :-

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details