ଓଡିଶା

odisha

ଅଲିମ୍ପିକ୍ସରେ ମେଡାଲ ଜିତି ଫେରିଲେ ହକି ତାରକା ଅମିତ; ସମ୍ବର୍ଦ୍ଧିତ କଲେ ନବୀନ - Naveen Felicitated Amit RohiDas

By ETV Bharat Sports Team

Published : Aug 16, 2024, 7:56 PM IST

Naveen Felicitated Amit RohiDas: ପ୍ୟାରିସ ଅଲିମ୍ପିକ୍ସରେ ବ୍ରୋଞ୍ଜ ଜିତି ଘରକୁ ଫେରିଲେ ଷ୍ଟାର ହକି ପ୍ଲେୟାର ଅମିତ ରୋହିଦାସ । ଓଡ଼ିଆ ପୁଅକୁ ସମ୍ବର୍ଦ୍ଧିତ କଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅଧିକ ପଢନ୍ତୁ

Naveen Felicitated Amit RohiDas
Naveen Felicitated Amit RohiDas (ETV Bharat Odisha)

ଭୁବନେଶ୍ବର: ହକି ତାରକା ଅମିତ ରୋହିଦାସଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅମିତ ଓଡ଼ିଶାର ଗର୍ବ ବୋଲି କହିଛନ୍ତି ନବୀନ । ପରବର୍ତ୍ତୀ ଅଲିମ୍ପିକରେ ଭାରତୀୟ ହକି ଦଳ ପାଇଁ ସୁନା ପଦକ କାମନା କରିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ । ଭାରତୀୟ ହକି ଦଳ ନବୀନ ପଟ୍ଟନାୟକଙ୍କ ନିକଟରେ କୃତଜ୍ଞ ବୋଲି ଅମିତ କହିଛନ୍ତି ।

ହକି ତାରକା ଅମିତଙ୍କୁ ସମ୍ବର୍ଦ୍ଧିତ କଲେ ନବୀନ (ETV Bharat Odisha)

'ଅମିତ ଓଡ଼ିଶାର ଗର୍ବ'

ଭାରତୀୟ ହକି ଦଳର ଓଡ଼ିଆ ଖେଳାଳି ଅମିତ ରୋହି ଦାସଙ୍କୁ ଆଜି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଭେଟିଛନ୍ତି । ନବୀନ ନିବାସରେ ଅମିତଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି ନବୀନ । ଅମିତଙ୍କୁ ରୁପା ତାରକସି କାମର ରଥା ରୁଢ଼ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କ ପ୍ରତିମୂର୍ତ୍ତି ଏବଂ ଉତ୍ତରୀୟ ଦେଇ ନବୀନ ସମ୍ବର୍ଦ୍ଧିତ କରିଛନ୍ତି । ଅମିତଙ୍କୁ ଓଡିଶାର ଗର୍ବ ଭାବରେ ନବୀନ ବର୍ଣ୍ଣନା କରିଛନ୍ତି । ଏହା ସହ ଯୁବ ପିଢ଼ିଙ୍କୁ ତାଙ୍କର ସଫଳତା ପ୍ରେରଣା ଦେଇ ଚାଲିବ ବୋଲି କହିଛନ୍ତି ।

ହକି ତାରକା ଅମିତଙ୍କୁ ସମ୍ବର୍ଦ୍ଧିତ କଲେ ନବୀନ (ETV Bharat Odisha)

ହକି ଦଳକୁ ପ୍ରାୟୋଜିତ କରିଥିଲା ନବୀନ ସରକାର:-

ନବୀନ ସରକାର ସମୟରେ ଓଡ଼ିଶା ଭାରତୀୟ ହକି ଦଳକୁ ପ୍ରାୟୋଜିତ ହୋଇଥିଲା । ଏହା ପରେ ଲଗାତାର ଦୁଇଟି ଅଲିମ୍ପିକରେ ଦଳ ଦୁଇ ଦୁଇଟି ବ୍ରୋଞ୍ଜ ପଦକ ପାଇଛି । ଦେଶର ଗୌରବ ବୃଦ୍ଧି କରିଥିବାରୁ ନବୀନ ଅମିତଙ୍କୁ ଓ ଭାରତୀୟ ହକି ଦଳକୁ ଅଭିନନ୍ଦନ ଜଣାଇଛନ୍ତି । ଆଗାମୀ ଲସ ଏଞ୍ଜେଲସ ଅଲିମ୍ପିକରେ ଭାରତୀୟ ଦଳ ଆହୁରି ଭଲ ପ୍ରଦର୍ଶନ କରି ସୁନା ପଦକ ଜିତିବ ବୋଲି ନବୀନ ଦୃଢ଼ ଆଶା ବ୍ୟକ୍ତ କରିଛନ୍ତି ।

ହକି ତାରକା ଅମିତଙ୍କୁ ସମ୍ବର୍ଦ୍ଧିତ କଲେ ନବୀନ (ETV Bharat Odisha)

ନବୀନଙ୍କୁ ଧନ୍ୟବାଦ ଜଣାଇଲେ ଅମିତ:-

ଅମିତ ସମ୍ବର୍ଦ୍ଧନା ପାଇଁ ନବୀନଙ୍କୁ ଧନ୍ୟବାଦ ଜଣାଇଛନ୍ତି । ନବୀନ ପଟ୍ଟନାୟକଙ୍କୁ ସେ ପ୍ୟାରିସ ଅଲିମ୍ପିକର ମାସକୋଟ୍‌ ପ୍ରଦାନ କରିଛନ୍ତି । ଏହା ସହ ଭାରତୀୟ ହକି ଦଳର ଏହି ସଫଳତାରେ ନବୀନ ପଟ୍ଟନାୟକଙ୍କ ପ୍ରୋତ୍ସାହନ ପାଇଁ ଦଳ ପକ୍ଷରୁ ଅମିତ କୃତଜ୍ଞତା ଜଣାଇଛନ୍ତି । ବିରୋଧୀ ଦଳ ନେତାଙ୍କ ବ୍ୟକ୍ତିଗତ ସଚିବ ଆଦିତ୍ୟ ମହାପାତ୍ର ଉପସ୍ଥିତ ଥିଲେ ।

ହକି ତାରକା ଅମିତଙ୍କୁ ସମ୍ବର୍ଦ୍ଧିତ କଲେ ନବୀନ (ETV Bharat Odisha)

ପ୍ୟାରିସ ଅଲିମ୍ପିକ୍ସରେ ଭାରତୀୟ ହକି ଟିମକୁ ବ୍ରୋଞ୍ଜ:-

52 ବର୍ଷ ପରେ ଇତିହାସ ରଚିଲା ଭାରତୀୟ ହକି ଟିମ୍ । ସ୍ପେନକୁ ହରାଇ ଜିତିଲା ଐତିହାସିକ ବ୍ରୋଞ୍ଜ ମେଡାଲ । ଏହା ପୂର୍ବରୁ ଭାରତ 1972ରେ ଲଗାତାର ଭାବେ ଅଲିମ୍ପିକ୍ସରେ ପଦକ ଜିତିଥିଲା । ଗତ ଟୋକିଓ ଅଲିମ୍ପିକ୍ସରେ ଭାରତ ଜର୍ମାନୀକୁ ହରାଇ ବ୍ରୋଞ୍ଜ ଜିତିଥିଲା ।

ଏହା ବି ପଢନ୍ତୁ- 52ବର୍ଷ ପରେ ଇତିହାସ ଦୋହରାଇଲା ଭାରତୀୟ ହକି ଟିମ୍, ସ୍ପେନକୁ 2-1ରେ ହରାଇ ଜିତିଲା ବ୍ରୋଞ୍ଜ ମେଡାଲ, ଅଲିମ୍ପିକ୍ସରୁ ଆସିଲା 4ର୍ଥ ପଦକ

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details